ଭୁବନେଶ୍ବର: ଆଧୁନିକତାର ଛାପ ଭିତରେ ଲୁଚି ଯାଉଥିବା ଶିଆଳି ଲଟାରୁ ପ୍ରସ୍ତୁତ ସାମଗ୍ରୀର କ୍ରେଜ ଏବେ ପୁଣି ଫେରିଛି । ରାଜଧାନୀ ବାସୀଙ୍କୁ ଖୁବ୍ ପସନ୍ଦ ଆସୁଛି ଶିଆଳି ଲଟାରୁ ପ୍ରସ୍ତୁତ ସାମଗ୍ରୀ । ଖାସ୍ ସେଥିପାଇଁ ଭୁବନେଶ୍ବରରେ ଚାଲିଥିବା ଆଦିବାସୀ ମେଳାରେ ଜମୁଛି ଲୋକଙ୍କ ଗହଳି ।
ଦିନ ଥିଲା ଶିଆଳି ଲଟାରୁ ପ୍ରସ୍ତୁତ ମସିଣା ଓ ‘ଶିକା’ର ବେଶ୍ ଚାହିଦା ଥିଲା । ଲୋକେ ଆଧୁନିକତା ଭିତରେ ଏସବୁ ଭୁଲିବାକୁ ଲାଗିଥିଲେ । ହେଲେ ଏବେ ପୁଣି ଫେରିଛି ଶିଆଳି ଲଟାରୁ ପ୍ରସ୍ତୁତ ସାମଗ୍ରୀର ଚାହିଦା । ଯାହାକୁ ବେଶ୍ ପସନ୍ଦ ବି ଆସୁଛି । ଭୁବନେଶ୍ବରରେ ଚାଲିଥିବା ଆଦିବାସୀ ମେଳାରେ ଏହାକୁ ନେଇ ଆସିଛନ୍ତି ଆଦିବାସୀ ଲୋକେ । ଶିଆଳି ଲଟାରୁ ପ୍ରସ୍ତୁତ ବ୍ୟାଗର ରହିଛି ଢେର୍ ଚାହିଦା । ଲୋକେ ଏହି ବ୍ୟାଗ ଗୁଡିକ କିଣିବାରେ ଉତ୍ସାହ ଦେଖାଉଥିବା ଦେଖିବାକୁ ମିଳିଛି । ଏପଟେ ଏହି ସବୁ ସାମଗ୍ରୀ ବିକ୍ରି କରି ବେଶ୍ ଦୁଇ ପଇସା ରୋଜଗାର କରୁଛନ୍ତି ଲୋକେ ।
ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ