ETV Bharat / city

‘ସାମ୍ପ୍ରତିକ ସମୟରେ ରହିଛି ଆଧ୍ୟାତ୍ମିକ ଶିକ୍ଷାର ପ୍ରାସଙ୍ଗିକତା’ - gajpati dibyasingdeba

ଶ୍ରୀ ଜଗନ୍ନାଥ ପରମ୍ପରା ଆନ୍ତର୍ଜାତିକ ଆଲୋଚନା ଚକ୍ର ଆୟୋଜିତ । କାର୍ଯ୍ୟକ୍ରମରେ ଯୋଡି ହୋଇଥିଲେ ୨୭ଟି ରାଷ୍ଟ୍ରର ପ୍ରବାସୀ ଓଡ଼ିଆ , ୧୧ଟି ହିନ୍ଦୁ ମନ୍ଦିରର କର୍ମକର୍ତ୍ତା ଓ ପ୍ରତିନିଧି । ଅଧିକ ପଢନ୍ତୁ...

Shri Jagannath Tradition International seminar held by video conference
ସାମ୍ପ୍ରତିକ ସମୟରେ ରହିଛି ଆଧ୍ୟାତ୍ମିକ ଶିକ୍ଷାର ପ୍ରାସଙ୍ଗିକତା
author img

By

Published : Apr 12, 2021, 11:12 AM IST

ଭୁବନେଶ୍ୱର : ଜଗନ୍ନାଥ ସଂସ୍କୃତି ଓ ପରମ୍ପରାର ସୁରକ୍ଷା କରିବା ଏବଂ ଏହାର ମୌଳିକତା ଅକ୍ଷୁର୍ଣ୍ଣ ରଖିବା ବିଶ୍ବ ବ୍ୟାପୀ ଓଡ଼ିଆଙ୍କ ଏକ ପବିତ୍ର ପରମ କର୍ତ୍ତବ୍ୟ । ବାହରିନ ଓଡ଼ିଆ ସମାଜ ପକ୍ଷରୁ ଆୟୋଜିତ ଶ୍ରୀ ଜଗନ୍ନାଥ ପରମ୍ପରା ଆନ୍ତର୍ଜାତିକ ଆଲୋଚନା ଚକ୍ରରେ ଏହା କହିଛନ୍ତି ଆଦ୍ୟ ସେବକ ଗଜପତି ଦିବ୍ୟସିଂହ ଦେବ । ଏଥିସହିତ ଆଧ୍ୟାତ୍ମିକ ଶିକ୍ଷାଦାନ ଆଜିର ଆବଶ୍ୟକତା, ଏହା ଆଜିର ଛାତ୍ର ଓ ଯୁବପିଢିଙ୍କୁ ଜୀବନର ଏକ ନୂତନ ଆଲୋକିତ ଦିଗକୁ ମାର୍ଗଦର୍ଶନ କରିବ । ଏବଂ ଏହା ଆମର ସମସ୍ତ ଶିକ୍ଷାନୁଷ୍ଠାନରେ ପ୍ରୟୋଗ କରିବା ଉଚିତ ବୋଲି ଗଜପତି ପରାମର୍ଶ ଦେଇଛନ୍ତି ।

ସାମ୍ପ୍ରତିକ ସମୟରେ ରହିଛି ଆଧ୍ୟାତ୍ମିକ ଶିକ୍ଷାର ପ୍ରାସଙ୍ଗିକତା

ବାହରିନ ଓଡ଼ିଆ ସମାଜ ପକ୍ଷରୁ ଆୟୋଜିତ ଶ୍ରୀ ଜଗନ୍ନାଥ ପରମ୍ପରା ଆନ୍ତର୍ଜାତିକ ଆଲୋଚନା ଚକ୍ରରେ ୨୭ଟି ରାଷ୍ଟ୍ରରେ ଥିବା ପ୍ରବାସୀ ଓଡ଼ିଆ ଓ ୧୧ଟି ହିନ୍ଦୁ ମନ୍ଦିରର କର୍ମକର୍ତ୍ତା ଓ ପ୍ରତିନିଧିଙ୍କ ଯୋଡି ହୋଇଥିଲେ । ଏହି କାର୍ଯ୍ୟକ୍ରମରେ ତିନିଶହରୁ ଉର୍ଦ୍ଧ୍ବ ଜଗନ୍ନାଥ ପ୍ରେମୀ ଏବଂ ଫେସବୁକ ମାଧ୍ୟମରେ ୧୫୦୦ରୁ ଉର୍ଦ୍ଧ୍ବ ଦର୍ଶକ ଆଲୋଚନା ଚକ୍ରରେ ସାମିଲ ହୋଇଥିଲେ । ଶ୍ରୀ ଜଗନ୍ନାଥ ପରମ୍ପରା ବାବଦରେ ଦ୍ବିତୀୟ ସଂସ୍କରଣରେ ଗଜପତିଙ୍କ ସହ ଆଲୋଚନା କରିଥିଲେ । ଶ୍ରୀ ଜଗନ୍ନାଥ ସଂସ୍କୃତି, ପରମ୍ପରା, ମାନବୀୟ ଦର୍ଶନ, ବିଶ୍ବଜନୀନ ଆଦର୍ଶ ତଥା ଆଧ୍ୟାତ୍ମିକ ଚେତନାର ବିଶ୍ଵବ୍ୟାପୀ ପ୍ରଚାର ପ୍ରସାର ସହିତ ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପ, ନିଧି ସମର୍ପଣ ଅଭିଯାନ ଆଦି ପ୍ରସଙ୍ଗରେ ଗଜପତି ମାର୍ଗଦର୍ଶନ କରିବା ସହିତ ଉପସ୍ଥିତ ଜଗନ୍ନାଥ ପ୍ରେମୀଙ୍କ ଭିନ୍ନ ଭିନ୍ନ ଜିଜ୍ଞାସାର ଉତ୍ତର ପ୍ରଦାନ କରିଥିଲେ ।

ବାହରିନ ଓଡ଼ିଆ ସମାଜର ପ୍ରତିଷ୍ଠାତା ସଭାପତି ଡ. ଅରୁଣ ପ୍ରହରାଜଙ୍କ ଆବାହକତ୍ଵରେ ବୈଠକ ଆୟୋଜନ କରାଯାଇଥିଲା । ଏହି ଆଲୋଚନା ଚକ୍ରରେ ଡ. ପ୍ରହରାଜ ପ୍ରଥମେ ଶ୍ରୀ ଜଗନ୍ନାଥଙ୍କ ପ୍ରତିମା ସମ୍ମୁଖରେ ପ୍ରଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ବିଶ୍ବବ୍ୟାପୀ ପ୍ରବାସୀ ସମୁଦାୟଙ୍କୁ ଏହି ଅଧ୍ୟାୟର ଉଦ୍ଦେଶ୍ୟ ସମ୍ପର୍କରେ ଅବଗତ କରିବା ସହିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଓ ନିଧି ସମର୍ପଣ ଅଭିଯାନରେ ବିଶ୍ବ ସମୁଦାୟ ଅଂଶୀଦାର ହେବାକୁ ସେ ଆହ୍ବାନ ଦେଇଥିଲେ । କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭିଡିଓ ବାର୍ତ୍ତା ମାଧ୍ୟମରେ ଏଭଳି ଆୟୋଜନକୁ ସ୍ୱାଗତ କରିଛନ୍ତି । ମନ୍ଦିର ପରିକ୍ରମା ପ୍ରକଳ୍ପ, ନିଧି ସମର୍ପଣ ଅଭିଯାନ ତ୍ୱରାନ୍ୱିତ ଉପରେ ଗୁରୁତ୍ୱ ଦେବା ସହିତ ଗଜପତି ଦିବ୍ୟସିଂହ ଦେବଙ୍କୁ କୃତଜ୍ଞତା ଜଣାଇବା ସଙ୍ଗେ ସଙ୍ଗେ ବାହରିନ ଓଡ଼ିଆ ସମାଜର ଏହି ଆୟୋଜନକୁ ପ୍ରଶଂସା କରିଥିଲେ ।

ଅଷ୍ଟ୍ରେଲିଆ, ଆଫ୍ରିକା, ଆବୁଧାବି, ବାହରିନ, ବାହମସ, କାନାଡ଼ା, ଦୁବାଇ, ଫିନଲାଣ୍ଡ, ଫ୍ରାନ୍ସ, ଜର୍ମାନୀ, ଇଟାଲୀ, ଆୟରଲାଣ୍ଡ, ଇଣ୍ଡୋନେସିଆ, ଜାପାନ, କୁଏତ, ମାଲେସିଆ, ମାଲଦିଭସ, ନେଦରଲାଣ୍ଡ, ଓମାନ, କତାର, ରୁଷିଆ, ସିଙ୍ଗାପୁର, ସାଉଦିଆରବ, ଯୁକ୍ତରାଜ୍ୟ, ଯୁକ୍ତରାଷ୍ଟ୍ର ଆମେରିକା ସମେତ ଭାରତର ଅନେକ ଅଂଶରୁ ଜଗନ୍ନାଥ ପ୍ରେମୀ ଓ ଶ୍ରୀ ନୀଳାଚଳ ସେବା ସଂଘ ସାମିଲ ହୋଇଥିଲେ । ହାଉସଖାସ, ଦିଲ୍ଲୀ, ଶ୍ରୀ ଜଗନ୍ନାଥ ମନ୍ଦିର ଟ୍ରଷ୍ଟ, ବେଙ୍ଗାଳୁରୁ, ମହାରାଷ୍ଟ୍ର ଓଡ଼ିଆ ୱେଲଫେୟାର ଆସୋସିଏସନ, ମୁମ୍ବାଇ, ଶ୍ରୀ ଜଗନ୍ନାଥ ଚେତନା, ଆୟରଲାଣ୍ଡ, ଲିଭିଂ ବ୍ଲିସ ଅଷ୍ଟ୍ରେଲିଆ, ଏକତା ମନ୍ଦିର, ଆମେରିକା, ମିନୋସଟା ହିନ୍ଦୁ ସମାଜ, ଆମେରିକା, ଶ୍ରୀ ଜଗନ୍ନାଥ ମନ୍ଦିର, ଯୁକ୍ତରାଜ୍ୟ, ଶ୍ରୀ ଜଗନ୍ନାଥ ସୋସାଇଟି, ଯୁକ୍ତରାଜ୍ୟ, ଇସ୍କନ ମନ୍ଦିର, ବାହରିନ, ଶ୍ରୀ ଜଗନ୍ନାଥ ସେବା ଟ୍ରଷ୍ଟ, ପନଭେଲ, ବିଶ୍ବ ଓଡ଼ିଶା, ଭୁବନେଶ୍ୱର ସମେତ ୧୧ଟି ଧାର୍ମିକ ଅନୁଷ୍ଠାନ ଓ ପ୍ରବାସୀ ଓଡ଼ିଆ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । କାର୍ଯ୍ୟକ୍ରମକୁ ଡ. ପ୍ରହରାଜଙ୍କ ସୁକନ୍ୟା ସୁଶ୍ରୀ ଅରୁଣିତା ପ୍ରହରାଜ ପରିଚାଳନା କରିଥିଲେ । ବାହରିନ ଓଡ଼ିଆ ସମାଜର କର୍ମକର୍ତ୍ତା ସୁବାସ ସାହୁ, ସ୍ନେହାଞ୍ଜଳି ପାଣିଗ୍ରାହୀ, ସୁନିତା ପ୍ରହରାଜ ବୈଷୟିକ ସହଯୋଗ କରିଥିଲେ ଓ ମନୋଜ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.