ETV Bharat / city

ଟ୍ବିନସିଟିର 5 ସିନେମା ହଲକୁ କାରଣ ଦର୍ଶାଅ ନୋଟିସ - 5 ସିନେମା ହଲ

ଅଗ୍ନି ନିରାପତ୍ତା ସୁବିଧା ନଥିବାରୁ ଟ୍ବିନସିଟିର 5 ସିନେମା ହଲକୁ କାରଣ ଦର୍ଶାଅ ନୋଟିସ ଜାରି କରିଛି କମିଶନରେଟ ପୋଲିସ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Aug 7, 2019, 5:42 PM IST

ଭୁବନେଶ୍ବର: କମିଶନରେଟ ପୋଲିସ ଅଧୀନରେ ଥିବା 5 ସିନେମା ହଲକୁ କାରଣ ଦର୍ଶାଇ ନୋଟିସ ଜାରି କରାଯାଇଛି । ରାଜଧାନୀରେ 4 ଟି ଓ କଟକରେ ଗୋଟିଏ ସିନେମା ହଲ ରହିଛି । ଏହି ହଲ ଗୁଡିକରେ ଅଗ୍ନି ନିରାପତ୍ତା ନଥିବା ବେଳେ ହଲର କାଗଜ ପତ୍ର ପୁନଃଯାଞ୍ଚ କରିନଥିବାକୁ ନେଇ ନୋଟିସ ଜାରି କରାଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
ଟ୍ବିନସିଟିର ୧୫ରୁ ଉର୍ଦ୍ଧ ସିନେମା ହଲ ରହିଛି । କଟକର ବୃନ୍ଦାବନ ହଲ ଓ ଭୁବନେଶ୍ୱରର କେଶରୀ, ସ୍ତୁତି, ସ୍ବାତି ଏବଂ ମହାରାଜା ହଲରେ ବିଭିନ୍ନ ପ୍ରକାରର ସୁରକ୍ଷା ବ୍ୟବସ୍ଥା ନାହିଁ । ବିଶେଷ ଭାବରେ ଅଗ୍ନି ନିରାପତ୍ତା ପାଇଁ କୌଣସି ପ୍ରକାର ପ୍ରସ୍ତୁତି କରାଯାଇନାହିଁ। ତେଣୁ ଏହି 5 ଟି ସିନେମା ହଲକୁ ପୋଲିସ ପକ୍ଷରୁ ଲାଇସେନ୍ସ ପୁନଃଯାଞ୍ଚ କରାଯାଉ ନାହିଁ ବୋଲି ଅଭିଯୋଗ ହୋଇଛି । ଓଡିଶା ସିନେମା ହାଉସ ରୁଲ ଆକ୍ଟ ଅନୁଯାୟୀ ଏହି ସବୁ ସିନେମା ହଲ ଗୁଡିକକୁ ନୋଟିସ କରାଯାଇଛି । ପ୍ରତି ତିନି ବର୍ଷ କିମ୍ବା ପାଞ୍ଚ ବର୍ଷରେ ଥରେ ପୁନଃଯାଞ୍ଚ କରାଯିବା ଉଚିତ୍ । ତେବେ 7ଦିନ ମଧ୍ୟରେ କାରଣ ଦର୍ଶାଇବାକୁ ସୂଚନା ଦେଇଛନ୍ତି କମିଶନର ସତ୍ୟଜିତ ମହାନ୍ତି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Intro:ଦ୍ୱୈତନଗରୀରେ ରହିଥିବା 5 ଟି ସିନେମା ହଲ କୁ କାରଣ ଦର୍ଶାଅ ନୋଟିସ।

କମିଶନରେଟ ପୋଲିସ ଅଧୀନରେ ଥିବା 5 ଟି ସିନେମା ହଲ କୁ କାରଣ ଦର୍ଶାଇ ନୋଟିସ ଜାରି ହୋଇଛି। ରାଜଧାନୀ ରେ 4 ଟି ସିନେମା ହଲ ରହିଥିବା ବେଳେ କଟକ ରେ 1 ସିନେମା ହଲ ରହିଛି। ଏହି ହଳ ଗୁଡିକରେ ଅଗ୍ନି ନିରାପତା ନଥିବା ବେଳେ ହଲର କାଗଜ ପତ୍ର ରିନୁଆଲ କରିନଥିବା କୁ ନେଇ ନୋଟିସ ଜାରି କରାଯାଇଛି।

Body:
ଭୁବନେଶ୍ବର-କଟକ ରେ ୧୫ ରୁ ଉର୍ଧ ସିନେମା ହଲ ରହିଥିବା ବେଳେ ସେଥି ମଧ୍ୟରୁ ୫ ଟି ହଲ କୁ କାରଣ ଦର୍ଶାଅ ନୋଟିସ ଦେଇଛି କମିଶନରେଟ ପୋଲିସ। କଟକ ର ବୃନ୍ଦାବନ ହଲ ଓ ଭୁବନେଶ୍ୱର ର କେଶରୀ, ସ୍ତୁତି, ସ୍ବାତି ଏବଂ ମହାରାଜା ହଲ ରହିଛି। ଏହି ହଲ ରେ ବିଭିନ୍ନ ପ୍ରକାରର ସୁରକ୍ଷା ନାହିଁ । ବିଶେଷ ଭାବରେ ଅଗ୍ନି ନିରାପତ୍ତା ପାଇଁ କୌଣସି ପ୍ରକାର ପ୍ରସ୍ତୁତି କରାଯାଇନାହିଁ। ତେଣୁ ଏହି 5 ଟି ସିନେମା ହଲ କୁ ପୋଲିସ ପକ୍ଷରୁ ଲାଇସେନ୍ସ ରିନୂଆଲ କରାଯାଉନାହିଁ। ଓଡିଶା ସିନେମା ହାଉସ ରୂଲ ଆକ୍ଟ ଅନୁଯାଇ ଏହି ସବୁ ସିନେମା ହଲ ଗୁଡିକକୁ ନୋଟିସ କରାଯାଇଛି।

ବିଶେଷ କରି ଏହି ଲାଇସେସନ୍ସ ର ରିନୂଆଲ ପ୍ରତି ବର୍ଷ, 3 ବର୍ଷ ରେ ଥରେ କିମ୍ବା 5 ବର୍ଷ ରେ ଥରେ କରାଯାଇଥାଏ। ଜେହେତୁ ଏହି ହଲ ଗୁଡିକରେ କୌଣସି ଅଗ୍ନି ନିରାପତ୍ତା ପାଇଁ କୌଣସି କାର୍ଯ୍ୟାନୁଷ୍ଠାନ କରାଯାଇନାହିଁ। ତେଣୁ ସେହି ହଲ କୁ ଲାଇସେନ୍ସ ରିନୂଆଲ କରାଯିବ ନାହିଁ । ଏହା ସହ 7 ଦିନ ଭିତରେ କାରଣ ଦର୍ଶାଇବାକୁ କୁହାଯାଇଛି ବୋଲି ସୂଚନା ଦେଇଛନ୍ତି ପୋଲିସ କମିଶନର ସତ୍ୟଜିତ ମହାନ୍ତି।

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.