ETV Bharat / city

ସମ୍ବଲପୁର-ଖୋର୍ଦ୍ଧା ରେଳ ମଣ୍ଡଳ ଆଧୁନିକୀକରଣ, ଏହି ସବୁ ଟ୍ରେନ୍‌ ବାତିଲ

author img

By

Published : Oct 11, 2022, 10:58 AM IST

ସମ୍ୱଲପୁର-ଖୋର୍ଦ୍ଧା ରୋଡ ରେଳ ମଣ୍ଡଳ ଆଧୁନିକୀକରଣ କାର୍ଯ୍ୟ ପାଇଁ 7ଟି ଟ୍ରେନ ବାତିଲ ହୋଇଛି । ଟ୍ରେନ୍‌ ବାତିଲ ସୂଚନା ଦେଇଛି ପୂର୍ବତଟ ରେଳପଥ । ଅଧିକ ପଢନ୍ତୁ

trains cancelled for modernisation work
ସମ୍ବଲପୁର-ଖୋର୍ଦ୍ଧା ରେଳ ମଣ୍ଡଳ ଆଧୁନିକୀକରଣ ଏହି ସବୁ ଟ୍ରେନ୍‌ ବାତିଲ

ଭୁବନେଶ୍ବର: ସମ୍ବଲପୁର ଓ ଖୋର୍ଦ୍ଧା ରୋଡ୍ ରେଳ ମଣ୍ଡଳରେ ଆଧୁନିକୀକରଣ କାର୍ଯ୍ୟ ପାଇଁ ୭ଟି ଟ୍ରେନ ବାତିଲ ହୋଇଛି । ସମ୍ବଲପୁର ରେଳ ମଣ୍ଡଳ ଅନ୍ତର୍ଗତ ଟିଟିଲାଗଡ-ସିଙ୍ଗାପୁର ରୋଡ଼ ରେଳ ସେକ୍ସନ ମଧ୍ୟରେ ରୁପ୍ରା ରୋଡ୍-ନର୍ଲା ରୋଡ୍-ଲାଞ୍ଜିଗଡ଼ ରୋଡ୍ ଷ୍ଟେସନ୍ ମଧ୍ୟରେ ତୃତୀୟ ଲାଇନ କାର୍ଯ୍ୟକ୍ଷମ ସମ୍ବନ୍ଧରେ କାର୍ଯ୍ୟ ଚାଲୁ ରହିଛି । ଖୋର୍ଦ୍ଧା ରୋଡ୍ ରେଳ ମଣ୍ଡଳ ଅନ୍ତର୍ଗତ କଟକ-ଜଖପୁରା ରୋଡ୍ ରେଳ ସେକ୍ସନ ମଧ୍ୟରେ କପିଳାସ ରୋଡ୍ ଏବଂ ନିର୍ଗୁଣ୍ଡି ଷ୍ଟେସନ୍ ମଧ୍ୟରେ ତୃତୀୟ ଲାଇନ କାର୍ଯ୍ୟକ୍ଷମ ସମ୍ବନ୍ଧରେ କାର୍ଯ୍ୟ ଜାରି ରହିଛି । ଏନେଇ ତୃତୀୟ ଲାଇନ ପ୍ରକଳ୍ପର କାର୍ଯ୍ୟକାରିତାକୁ ଦୃଷ୍ଟିରେ ରଖି ନିମ୍ନଲିଖିତ ଟ୍ରେନ୍ ସେବା ପ୍ରଭାବିତ ହୋଇଛି ।

ବାତିଲ ଟ୍ରେନ
08317/08318 ସମ୍ବଲପୁର-ଜୁନାଗଡ଼ ରୋଡ୍-ସମ୍ବଲପୁର ପାସେଞ୍ଜର ସମ୍ବଲପୁର ଠାରୁ 14 ରୁ 20 ଅକ୍ଟୋବର, 2022 ଏବଂ ଜୁନାଗଡ଼ ରୋଡରୁ 15 ରୁ 21 ଅକ୍ଟୋବର, 2022 ପର୍ଯ୍ୟନ୍ତ ବାତିଲ୍ ରହିବ । ସେହିପରି 08527/08528 ରାୟପୁର-ବିଶାଖାପାଟନମ୍-ରାୟପୁର ପାସେଞ୍ଜର ରାୟପୁର ଠାରୁ 15 ରୁ 21 ଅକ୍ଟୋବର ପର୍ଯ୍ୟନ୍ତ ଏବଂ ବିଶାଖାପାଟନମ୍ ଠାରୁ 14 ରୁ 20 ଅକ୍ଟୋବର, 2022 ପର୍ଯ୍ୟନ୍ତ ବାତିଲ୍ ରହିବ । 08275/08276 ରାୟପୁର-ଜୁନାଗଡ଼ ରୋଡ-ରାୟପୁର ପାସେଞ୍ଜର ରାୟପୁର ଠାରୁ 15 ରୁ 20 ଅକ୍ଟୋବର, 2022 ଏବଂ ଜୁନାଗଡ଼ ରୋଡରୁ 16 ରୁ 21 ଅକ୍ଟୋବର, 2022 ପର୍ଯ୍ୟନ୍ତ ବାତିଲ୍ ରହିବ । 08438/08437 କଟକ-ଭଦ୍ରକ-କଟକ ପାସେଞ୍ଜର 14 ରୁ 17 ଅକ୍ଟୋବର, 2022 ପର୍ଯ୍ୟନ୍ତ ଉଭୟ ଦିଗରୁ ବାତିଲ ରହିବ ।

ଆଂଶିକ ବାତିଲ୍ ଟ୍ରେନ୍‌

18005/18006 ହାଓଡ଼ା-ଜଗଦଳପୁର-ହାଓଡ଼ା ସମଲେଶ୍ୱରୀ ଏକ୍ସପ୍ରେସ ହାୱଡ଼ା ଠାରୁ 16 ଅକ୍ଟୋବର 2022ରେ ଏବଂ ଜଗଦଳପୁର ଠାରୁ 17 ଅକ୍ଟୋବର 2022 ରେ ହାୱଡ଼ା ଓ ଟିଟିଲାଗଡ ମଧ୍ୟରେ ଚଳାଚଳ କରିବ ଏବଂ ଉଭୟ ଦିଗରୁ ଟିଟିଲାଗଡ ଓ ଜଗଦଳପୁର ମଧ୍ୟରେ ବାତିଲ ରହିବ । ସେହିପରି 18001/18002 ସମ୍ବଲପୁର-ରାୟଗଡା-ସମ୍ବଲପୁର ଏକ୍ସପ୍ରେସ 16 ରୁ 20 ଅକ୍ଟୋବର 2022 ପର୍ଯ୍ୟନ୍ତ ଉଭୟ ଦିଗରୁ ସମ୍ବଲପୁର ଏବଂ ଟିଟିଲାଗଡ ମଧ୍ୟରେ ଚଳାଚଳ କରିବ ଏବଂ ଟିଟିଲାଗଡ ଓ ରାୟଗଡା ମଧ୍ୟରେ ଉଭୟ ଦିଗରୁ ବାତିଲ ରହିବ । 20837/20838 ଭୁବନେଶ୍ୱର-ଜୁନାଗଡ଼ ରୋଡ-ଭୁବନେଶ୍ୱର ଏକ୍ସପ୍ରେସ ଭୁବନେଶ୍ୱର ଠାରୁ 16 ରୁ 19 ଅକ୍ଟୋବର ପର୍ଯ୍ୟନ୍ତ ଏବଂ ଜୁନାଗଡ଼ ରୋଡରୁ 17 ରୁ 20 ଅକ୍ଟୋବର 2022 ପର୍ଯ୍ୟନ୍ତ ଭୁବନେଶ୍ୱର ଓ ରାୟଗଡା ମଧ୍ୟରେ ଚଳାଚଳ କରିବ ଏବଂ ଉଭୟ ଦିଗରୁ ରାୟଗଡା ଏବଂ ଜୁନାଗଡ଼ ରୋଡ ମଧ୍ୟରେ ବାତିଲ ରହିବ ।

ମାର୍ଗ ପରିବର୍ତ୍ତନ ଟ୍ରେନ୍‌
ହାୱଡ଼ା ଠାରୁ 12867 ହାଓଡ଼ା-ପୁଡୁଚେରୀ ସୁପର ଫାଷ୍ଟ, ବେଙ୍ଗାଲୁରୁରୁ 12246 ବେଙ୍ଗାଲୁରୁ-ହାୱଡ଼ା ଦୁରନ୍ତ ଏକ୍ସପ୍ରେସ ଏବଂ ହାୱଡ଼ା ଠାରୁ 12245 ହାୱଡ଼ା-ବେଙ୍ଗାଲୁରୁ ଦୁରନ୍ତ ଏକ୍ସପ୍ରେସ ଉତ୍ପତି ଷ୍ଟେସନଠାରୁ 16 ଅକ୍ଟୋବର 2022 ଦିନ କଟକ ରେଳ ଷ୍ଟେସନ ପରିବର୍ତ୍ତେ କପିଳାସ ରୋଡ-ନରାଜ ମାର୍ଥାପୁର-ଭୁବନେଶ୍ୱର ମାର୍ଗ ଦେଇ ଚଳାଚଳ କରିବ । 14 ତାରିଖ ରୁ 17 ତାରିଖ ପର୍ଯ୍ୟନ୍ତ ନିର୍ଗୁଣ୍ଡି ଷ୍ଟେସନରେ ଟ୍ରେନ ରହଣିରର ସାମୟିକ ପ୍ରତ୍ୟାହାର ହେବ ।

08411/08412 ବାଲେଶ୍ୱର-ଭୁବନେଶ୍ୱର-ବାଲେଶ୍ୱର ପାସେଞ୍ଜର, 08453/08454 ଭଦ୍ରକ-କଟକ-ଭଦ୍ରକ ପାସେଞ୍ଜର, 08413/08414 ତାଳଚେର-ପୁରୀ-ତାଳଚେର ପାସେଞ୍ଜର ଏବଂ 18125/18126 ରାଉରକେଲା-ପୁରୀ -ରାଉରକେଲା ଏକ୍ସପ୍ରେସ ସାମୟିକ ଭାବେ ଉପରୋକ୍ତ ସମୟ ମଧ୍ୟରେ ନିର୍ଗୁଣ୍ଡି ଷ୍ଟେସନରେ ରହିବ ନାହିଁ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.