ETV Bharat / city

BJDର ସିଦ୍ଧାନ୍ତ ଓଡ଼ିଶାବାସୀଙ୍କ ସେବା: ଅମର ପଟ୍ଟନାୟକ

ନିର୍ବାଚନ ନୁହେଁ ଓଡ଼ିଶାବାସୀଙ୍କ ସେବା କରିବା ହେଉଛି ବିଜେଡ଼ିର ସିଦ୍ଧାନ୍ତ ବୋଲି କହିଛନ୍ତି ସାଂସଦ ଅମର ପଟ୍ଟନାୟକ । ଅଧିକ ପଢନ୍ତୁ

author img

By

Published : Jun 23, 2022, 1:49 PM IST

ଅମର ପଟ୍ଟନାୟକ
ଅମର ପଟ୍ଟନାୟକ

ଭୁବନେଶ୍ବର: ନିର୍ବାଚନ ନୁହେଁ ଓଡ଼ିଶାବାସୀଙ୍କ ସେବା ହେଉଛି ବିଜେଡ଼ିର ସିଦ୍ଧାନ୍ତ । ରାଷ୍ଟ୍ରପତି ନିର୍ବାଚନ ପରିପ୍ରେକ୍ଷୀରେ ଏହା କହିଛନ୍ତି ସାଂସଦ ଅମର ପଟ୍ଟନାୟକ । ଓଡିଶାରୁ ରାଷ୍ଟ୍ରପତି ପ୍ରାର୍ଥୀ ଓ କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ତିନିଜଣ ମନ୍ତ୍ରୀଙ୍କୁ ସ୍ଥାନ ଦେଇ ବିଜେପି 2024 ନିର୍ବାଚନ ପାଇଁ ପ୍ରତିଦ୍ବନ୍ଦ୍ବୀ ବିଜେଡିକୁ ବଡ ସଂଙ୍କେତ ଦେଇଥିବା ଉତ୍ତରରେ ଏହା କହିଛନ୍ତି ବିଜେଡ଼ି ସାଂସଦ ଅମର ପଟ୍ଟନାୟକ ।

ଓଡ଼ିଶାବାସୀଙ୍କ ସେବା ବିଜେଡ଼ିର ସିଦ୍ଧାନ୍ତ

ଅମର ପଟ୍ଟନାୟକ କହିଛନ୍ତି, "104 କୋଟି ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରେ ଆସ୍ଥା ପ୍ରକଟ କରିଛନ୍ତି । 22 ବର୍ଷ ହେବ ସେ ଆସ୍ଥା ବିଶ୍ବାସ କରି ଆସିଛନ୍ତି କରିବେ ମଧ୍ୟ । ନିର୍ବାଚନ ନୁହେଁ ଓଡ଼ିଶାବାସୀଙ୍କ ସେବା କରିବା ହେଉଛି ବିଜେଡ଼ିର ସିଦ୍ଧାନ୍ତ ।" ରାଜ୍ୟରୁ ରାଷ୍ଟ୍ରପତି ପ୍ରାର୍ଥୀ ଦେଇ ଓ କେନ୍ଦ୍ର ମନ୍ତ୍ରୀ ମଣ୍ଡଳରେ ତିନି ତିନି ମନ୍ତ୍ରୀଙ୍କୁ ସ୍ଥାନ ଦେଇ ବିଜେପି 2024 ନିର୍ବାଚନ ପାଇଁ ପ୍ରତିଦ୍ୱନ୍ଦ୍ବୀ ବିଜେଡିକୁ ବଡ ସଂଙ୍କେତ ଦେଇଥିବା ଉତ୍ତରରେ ସେ ଏହା କହିଛନ୍ତି ।

ଦୀର୍ଘ 22 ବର୍ଷ ହେଲା ମୁଖ୍ୟମନ୍ତ୍ରୀଙ୍କ ଉପରେ ଆଶା ଭରସା କରିଛନ୍ତି ଓଡ଼ିଶାବାସୀ । ଏହା ସହ ମୁଖ୍ୟମନ୍ତ୍ରୀଙ୍କ ସମର୍ଥନ ଦିନକୁ ଦିନ ବଢି ବଢି ଚାଲିଛି । ଓଡିଶାକୁ କିଭଳି ଶ୍ରେଷ୍ଠ ରାଜ୍ୟ କରାଯିବ ସେନେଇ ତତ୍ପର ବିଜେଡ଼ି ସରକାର । ନିର୍ବାଚନ ଆସିବ ଯିବ ବିଜେଡି ଦଳ ସବୁବେଳେ ଲୋକଙ୍କ ପାଇଁ କାମ କରୁଛି ବୋଲି କହିଛନ୍ତି ଅମର ପଟ୍ଟନାୟକ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.