ETV Bharat / city

ଘରୋଇ ସ୍କୁଲ ବିରୋଧରେ ସଙ୍ଗୀନ ଅଭିଯୋଗ, ଟଙ୍କା ଦେଲେ ମିଳିବ ଅଧିକ ମାର୍କ

author img

By

Published : Aug 5, 2021, 7:52 PM IST

St. Xavier's International School ବିରୋଧରେ ଅଭିଯୋଗ । 10ମରେ ମାର୍କ ବଢାଇବା ପାଇଁ ଏକାଦଶ ଆଡମିଶନ କରିବା ପାଇଁ ବାଧ୍ୟ କରାଯାଉଥିବା କହିଲେ ଅଭିଭାବକ । ଅଧିକ ପଢନ୍ତୁ...

St. Xavier's International School ବିରୋଧରେ ସଙ୍ଗୀନ ଅଭିଯୋଗ , ଟଙ୍କା ଦେଲେ ମିଳିSt. Xavier's International School ବିରୋଧରେ ସଙ୍ଗୀନ ଅଭିଯୋଗ , ଟଙ୍କା ଦେଲେ ମିଳିବ ଅଧିକ ମାର୍କବ ଅଧିକ ମାର୍କ
St. Xavier's International School ବିରୋଧରେ ସଙ୍ଗୀନ ଅଭିଯୋଗ , ଟଙ୍କା ଦେଲେ ମିଳିବ ଅଧିକ ମାର୍କ

ଭୁବନେଶ୍ବର : St.Xavier's International School ବିରୋଧରେ ଅଭିଯୋଗ । ପିଲାଙ୍କ ଅଧିକ ମାର୍କ ପାଇଁ ସ୍କୁଲ କର୍ତ୍ତୁପକ୍ଷ ଟଙ୍କା ମାଗୁଥିବା ଭଳି ସଙ୍ଗୀନ ଅଭିଯୋଗ ଆଣିଲେ ଅଭିଭାବକ । ସ୍କୁଲରେ ଦଶମ ପାଠପଢା ସରିବା ପରେ ସେହି ସ୍କୁଲରେ ଏକାଦଶ ଶ୍ରେଣୀରେ ପିଲାଙ୍କ ନାମ ଲେଖାଇବା ପାଇଁ ଅଭିଭାବକକୁ ପ୍ରଲୋଭିତ କରାଯାଉଥିବାବେଳେ ଅନ୍ୟତ୍ର ନାମଲେଖା ପାଇଁ ଚାହିଁଲେ ୧୦ମ ବୋର୍ଡ ପରୀକ୍ଷାରେ କମ ପ୍ରତିଶତ ମାର୍କ ଦେଉଛନ୍ତି ସ୍କୁଲ କର୍ତ୍ତୃପକ୍ଷ । ଏଭଳି ସଙ୍ଗୀନ ଅଭିଯୋଗ ଆଣି ପଟିଆସ୍ଥିତ ସ୍କୁଲ ପରିସରରେ ଧାରଣା ଦେଇଥିଲେ ଅଭିଭାବକ ।

ଯେଉଁ ଅଭିଭାବକମାନେ ସ୍କୁଲ କର୍ତ୍ତୁପକ୍ଷଙ୍କ ଏପରି ପ୍ରଲୋଭନରେ ସହମତ ନ ହୋଇ ପିଲାଙ୍କୁ ଏକାଦାଶରେ ଅନ୍ୟତ୍ର ପଢାଇବା ପାଇଁ ନିଷ୍ପତ୍ତି ନେଉଛନ୍ତି, ସେମାନଙ୍କ ପିଲାଙ୍କର ପ୍ରି-ଟେଷ୍ଟ ପରୀକ୍ଷାରେ ଭଲ ଫଳାଫଲ ଥିଲେ ମଧ୍ୟ ବୋର୍ଡ ପରୀକ୍ଷାରେ ଭଲ ପ୍ରଦର୍ଶନ ହେଉନଥିବା ଅଭିଯୋଗ କରିଛନ୍ତି ଅଭିଭାବକ ।

ଅଭିଯୋଗ ଅନୁସାରେ, ୯ମ ଶ୍ରେଣୀରେ ପିଲାମାନେ 90 ପ୍ରତିଶତରୁ ଅଧିକ ନମ୍ବର ରଖିଥିଲେ ମଧ୍ୟ ୧୦ମ ବୋର୍ଡ ପରୀକ୍ଷାରେ ସେମାନଙ୍କୁ ମାତ୍ର 60 ପ୍ରତିଶତ ମାର୍କ ଦିଆଯାଇଛି। CBSE ଦଶମ ପରୀକ୍ଷା ଫଳ ପ୍ରକାଶ ପରେ ମାର୍କିଂରେ ଏଭଳି ପାତରଅନ୍ତର ହୋଇଥିବା ନେଇ ଅଭିଭାବକମାନେ ପଟିଆସ୍ଥିତ St. Xavier's International School ସମ୍ମୁଖରେ ଧାରଣା ଦେଇଥିବା ନଜରକୁ ଆସିଥିଲା ।

ନବମରେ 90 ପ୍ରତିଶତରୁ ଉର୍ଦ୍ଧ୍ବ ନମ୍ବର ରଖୁଥିବା ଛାତ୍ରଛାତ୍ରୀ ବୋର୍ଡ ପରୀକ୍ଷାରେ ମାତ୍ର ୬୦ ପ୍ରତିଶତ ମାର୍କ କିପରି ପାଇଲେ, ତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଅଭିଭାବକ । ସ୍କୁଲ କର୍ତ୍ତୁପକ୍ଷଙ୍କ ଏପରି ଷଡଯନ୍ତ୍ର ପିଲାମାନଙ୍କ ଭବିଷ୍ୟତ ବରାବଦ କରିଛି ବୋଲି ଅଭିଯୋଗ ଆଣି ତଦନ୍ତ କରି ଛାତ୍ରଛାତ୍ରୀଙ୍କୁ ନ୍ୟାୟ ଦେବା ପାଇଁ ଦାବି ମଧ୍ୟ କରିଛନ୍ତି ଅଭିଭାବକ । ଏ ନେଇ ସେଣ୍ଟ୍‌ ଜାଭିଅର୍‌ ଇଣ୍ଟରନ୍ୟାସ୍‌ନାଲ୍‌ ସ୍କୁଲ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନହିଁ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.