ETV Bharat / city

କଂଗ୍ରେସ ପ୍ରଶାନ୍ତଙ୍କ ଗୁରୁମନ୍ତ୍ର, ସ୍ବାଗତ କଲେ କଂଗ୍ରେସର ତୁଙ୍ଗ ନେତା - କଂଗ୍ରେସକୁ ପ୍ରଶାନ୍ତ କିଶୋରଙ୍କ ପରାମର୍ଶ

ଜାତୀୟ ସ୍ତରରେ କଂଗ୍ରେସ ଭେଳା ବୁଡ଼ିବାରେ ଲାଗିଛି । ଏଭଳି ସ୍ଥିତିରେ କଂଗ୍ରେସର ଉଦ୍ଧାର କରିବାକୁ ବୁଡ଼ି ଯାଉଥିବା ଡଙ୍ଗାକୁ ଉଦ୍ଧାର କରିବାକୁ ପରାମର୍ଶ ଦେଇଛନ୍ତି ପ୍ରଶାନ୍ତ କିଶୋର । ଅଧିକ ପଢ଼ନ୍ତୁ

କଂଗ୍ରେସ ପ୍ରଶାନ୍ତଙ୍କ ଗୁରୁମନ୍ତ୍ର, ସ୍ବାଗତ କଲେ କଂଗ୍ରେସର ତୁଙ୍ଗ ନେତା

author img

By

Published : Apr 22, 2022, 9:55 PM IST

ଭୁବନେଶ୍ବର: ଦେଶର ସର୍ବପୁରାତନ ରୈଜନୈତିକ ଦଳ କଂଗ୍ରେସ ନିଜର ସତ୍ତା ପାଇଁ ସାରାଦେଶରେ ସଂଘର୍ଷ କରୁଛି । ଏଭଳି ସ୍ଥିତିରେ କଂଗ୍ରେସର ବୁଡ଼ି ଯାଉଥିବା ଡଙ୍ଗାକୁ ଉଦ୍ଧାର କରିବାକୁ ପରାମର୍ଶ ଦେଇଛନ୍ତି ପ୍ରଶାନ୍ତ କିଶୋର । ପ୍ରଖ୍ୟାତ ରାଜନୈତିକ ପରାମର୍ଶଦାତା ପ୍ରଶାନ୍ତ କିଶୋର କଂଗ୍ରେସ ସଭାପତି ବଦଳାଇବାକୁ ପରାମର୍ଶ ଦେଇଛନ୍ତି ।

କଂଗ୍ରେସ ପ୍ରଶାନ୍ତଙ୍କ ଗୁରୁମନ୍ତ୍ର, ସ୍ବାଗତ କଲେ କଂଗ୍ରେସର ତୁଙ୍ଗ ନେତା
କଂଗ୍ରେସର ଉଦ୍ଧାର ପାଇଁ ପ୍ରଶାନ୍ତ କିଶୋର ଏକ ୬ଶହ ପୃଷ୍ଠାର ପ୍ରସ୍ତାବ ଦେଇଛନ୍ତି । ଏଥିରେ ଶାସକ ଦଳ ବିରୋଧରେ କିଭଳି ରଣନୀତି ପ୍ରସ୍ତୁତ ହେବ, ସାଧାରଣ ନିର୍ବାଚନରେ କେଉଁ ଶବ୍ଦ ଟ୍ରେଣ୍ଡ କରାଇବାକୁ ହେବ ସେନେଇ ଗୁରୁମନ୍ତ୍ର ଦେଇଛନ୍ତି । ଏହି କ୍ରମରେ ସେ 'ମୋଦି ହାନୀକାରକ ହେ' 'ମୋଦି ଜାନେ ୱାଲେ ହେଁ' ଭଳି ଶବ୍ଦ ବ୍ୟବହାର କରିବାକୁ ସେ ପରାମର୍ଶ ଦେଇଛନ୍ତି ।

ଦଳୀୟ ବ୍ୟାପାର ପରିଚାଳନା ପାଇଁ ୨୦ରୁ ୨୫ ଜଣଙ୍କୁ ନେଇ ଏକ ଛାୟା କ୍ୟାବିନେଟ କରିବାକୁ ପରାମର୍ଶ ଦେଇଛନ୍ତି ପ୍ରଶାନ୍ତ କିଶୋର । 2024 ସାଧାରଣ ନିର୍ବାଚନରେ କ୍ଷମତାକୁ ଆସିବାକୁ ହେଲେ ୪୫ ପ୍ରତିଶତ ଅର୍ଥାତ ୩୦ କୋଟି ଭୋଟ୍ ଆବଶ୍ୟକ ବୋଲି କହିଛନ୍ତି ପ୍ରଶାନ୍ତ । ଏଥିପାଇଁ ଦେଶର ଭୋଟରଙ୍କୁ ୮ଟି ବର୍ଗରେ ଭାଗ କରି ସମର୍ଥନ ହାସଲ ପାଇଁ ଉଦ୍ୟମ କରାଯାଇପାରେ । ଏହି ବର୍ଗ ହେଉଛି ମହିଳା, ଚାଷୀ, ଯୁବବର୍ଗ, SC, ST, ଭୂମିହୀନ ଶ୍ରମିକ, ମଧ୍ୟବିତ୍ତ ଓ ସହରାଞ୍ଚଳ ଗରିବ ।

ପ୍ରଶାନ୍ତ କିଶୋରଙ୍କ ଏଭଳି ପରାମର୍ଶକୁ ସ୍ୱାଗତ କରିଛନ୍ତି କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜା । ସେପଟେ ରାଜନୈତିକ ସମୀକ୍ଷକ ରବି ଦାଶ ଏହାକୁ କଂଗ୍ରେସ ପାଇଁ ଏକ ନୂତନ ଆଶା ସଞ୍ଚାର ବୋଲି କହିଛନ୍ତି । ଜାତୀୟ ସ୍ତରରେ କଂଗ୍ରେସ ସୁଦୃଢ ହେବାକୁ ହେଲେ ଠୋସ୍‌ ପଦକ୍ଷେପ ଗ୍ରହଣ କରିବାକୁ ପଡିବ । ପ୍ରଶାନ୍ତ କିଶୋର ଯାହା ପରାମର୍ଶ ଦେଉଛନ୍ତି ଯଦି କଂଗ୍ରେସ କାର୍ଯ୍ୟକାରୀ କରେ ତେବେ ନିଶ୍ଚିତ ଭାବେ ପରିବର୍ତ୍ତନ ହେବ ବୋଲି ଆଶା କରୁଛନ୍ତି କଂଗ୍ରେସ କର୍ମୀ ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.