ETV Bharat / city

'ଶହେ ଟପିଲା ତୈଳ ଦର, କେବେ ହଜାରେ ଟପିବ ସିଲିଣ୍ଡର' - ଧମେନ୍ଦ୍ରଙ୍କ କଂଗ୍ରେସର ସମାଲୋଚନା

ରାଜ୍ୟରେ ତୈଳ ଦର ଏବଂ ରନ୍ଧନ ଗ୍ୟାସ ଦର ବୃଦ୍ଧି ନେଇ କେନ୍ଦ୍ରମନ୍ତ୍ରୀ ଓ କେନ୍ଦ୍ର ସରକାରଙ୍କୁ ସମାଲୋଚନା କଲେ କଂଗ୍ରେସ ନେତା । ବର୍ତ୍ତମାନ ପେଟ୍ରୋଲ-ଡିଜେଲ 100 ପାର୍ ହୋଇଥିବାବେଲେ ସିଲିଣ୍ଡର କେବେ 1 ହଜାର ଟପିବ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନକୁ କଟାକ୍ଷ ଭରା ପ୍ରଶ୍ନ କଲେ ପଞ୍ଚାନନ କାନୁନଗୋ । ଅଧିକ ପଢନ୍ତୁ...

'ଶହେ ଟପିଲା ତୈଳ ଦର, କେବେ ହଜାରେ ଟପିବ ସିଲିଣ୍ଡର'

author img

By

Published : Jul 2, 2021, 6:36 PM IST

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ପେଟ୍ରୋଲ ଡିଜେଲ ଦର 100 ଟପିଛି । ଏନେଇ କେନ୍ଦ୍ର ସରକାର ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସମାଲୋଚନା କରିଛନ୍ତି ବିଭିନ୍ନ ରାଜନୈତିକ ଦଳ ଓ ସାଧାରଣ ଲୋକ । କେନ୍ଦ୍ରମନ୍ତ୍ରୀଙ୍କୁ କଂଗ୍ରେସର ବରିଷ୍ଠ ନେତା ପଞ୍ଚାନନ କାନୁନଗୋ କଟାକ୍ଷ ଭରା ପ୍ରଶ୍ନ କରିଛନ୍ତି । ସେ ପଚାରିଛନ୍ତି, "ପେଟ୍ରୋଲ, ଡିଜେଲ 100 ଟପିଲା, ସିଲିଣ୍ଡର 1,000 କେବେ ଟପିବ ?

'ଶହେ ଟପିଲା ତୈଳ ଦର, କେବେ ହଜାରେ ଟପିବ ସିଲିଣ୍ଡର'

ପଞ୍ଚାନନ କହିଛନ୍ତି, ଗତ 2014ରେ କେନ୍ଦ୍ରରେ ମୋଦିଙ୍କ ନେତୃତ୍ବରେ ବିଜେପି ସରକାର ଆସିବା ପର ଠାରୁ ପେଟ୍ରୋଲ ଓ ଡିଜେଲ ଲିଟର ପିଛା 100 ଟଙ୍କା ଟପିଲା । ଗତ ସାତ ବର୍ଷର ଶାସନ ଭିତରେ ଦର ଦୁଇ ଗୁଣ ହେଲା । ଫଳରେ ଦରବୃଦ୍ଧି 80% ଘଟିଛି । ମୁଦ୍ରାସ୍ଥିତି ଅସ୍ଥିର ହୋଇପଡ଼ିଛି । ଯାହାଫଳରେ ସବୁବର୍ଗର ଲୋକ ଆଜି ମହାମାରୀ ସମୟରେ ଖୁବ କଷ୍ଟ ପାଉଛନ୍ତି । ସେହି ସମୟରେ ଜାଳେଣୀ ଗ୍ୟାସ୍ ସିଲିଣ୍ଡର ପିଛା ଗତ ସାତ ବର୍ଷରେ 100% ଅଧିକ ବୃଦ୍ଧି ପାଇଛି । 14 କେଜିଆ ସିଲିଣ୍ଡିର ପିଛା 861 ଟଙ୍କା ହେଲାଣି । ଚୁଲି ମୁଣ୍ଡରେ ଗୃହିଣୀ ମହିଳାମାନେ ଆଖିରୁ ଲୁହ ଝରାଇଛନ୍ତି । ଏକଥା କ'ଣ କେନ୍ଦ୍ର ସରକାରରେ ଥିବା ଭାଜପା ସରକାରର କାହାରି ଆଖିରେ ପଡୁନାହିଁ ?

ହୁଏତ ବଡ଼ ଲୋକ, ମନ୍ତ୍ରୀ ଓ ନେତାମାନଙ୍କୁ ବାଧୁ ନଥିବ ବା ତାଙ୍କ ଆଖିରେ ପଡୁନଥିବ । ଏବେ ପ୍ରଶ୍ନ ହେଉଛି କେନ୍ଦ୍ରମନ୍ତ୍ରୀ ଓ ଭାଜପା ନେତାମାନଙ୍କୁ ସିଲିଣ୍ଡର ପିଛା କେବେ ହଜାର ଟଙ୍କା ଟପିବ ? ପେଟ୍ରୋଲ ଟାଙ୍କିରେ ମରାଯାଇଥିବା ବିଜ୍ଞାପନରେ ହସୁଥିବା ମହିଳା ବାଇଗଣ ଟୋକେଇ ଧରି ଛିଡ଼ା ହୋଇଛି । ତା'ଠାରୁ କେବେ ବୁଝିଲେଣି, ମହିଳାଙ୍କ ଘରେ ବାଇଗଣ ରୋଷେଇ ପାଇଁ କେତେ ଅଧିକ ଦେବାକୁ ପଡୁଛି ? ତା' ଆଖିରୁ ଲୁହ ଝରିଲାଣି । ସେହି ଲୁହ କେନ୍ଦ୍ର ସରକାରଙ୍କର ନେତାମାନେ ଘର ଘର ବୁଲି ଭୋଟ ମାଗିଲା ବେଳେ ନିଶ୍ଚୟ ଦେବେ ଓ ଜବାବ ମଧ୍ୟ ପାଇବେ ।

ପଞ୍ଚାନନ ରାଜ୍ୟ ସରକାରଙ୍କୁ ଆହୁରିମଧ୍ୟ ପ୍ରଶ୍ନ କରିଛନ୍ତି ଯେ କେଉଁ ସ୍ବାର୍ଥରେ ରାଜ୍ୟ ସରକାର ହାଣ୍ଡିଶାଳର ଗୃହିଣୀମାନଙ୍କ ଦୁଃଖ ଲାଘବ କରିବା ନିମନ୍ତେ ପଦକ୍ଷେପ ନେଇ ନାହାନ୍ତି । କେନ୍ଦ୍ର ବିରୋଧରେ ପଦୁଟିଏ ସ୍ବର ଉଠାଇ ନାହାଁନ୍ତି । ଯେତେବେଳେ ମନମୋହନ ସିଂହଙ୍କ ନେତୃତ୍ୱରେ କେନ୍ଦ୍ରରେ ସରକାର ଚାଲିଥିଲା ସବୁ ଦର ଏହାର ଅଧା ଥିଲା । ସେ ସମୟରେ ଯେଉଁମାନେ ରାସ୍ତାରେ ବିକ୍ଷୋଭ ପ୍ରଦର୍ଶନ କରୁଥିଲେ । ମୁଣ୍ଡରେ ସିଲିଣ୍ଡର ବୁଲେଇ ପ୍ରଧାନମନ୍ତ୍ରୀଙ୍କ ମୂର୍ଦ୍ଦାବଦ କରୁଥିଲେ, ସେମାନେ ଆଜି କାହାନ୍ତି ? ଦିନେ ବିଜେଡି ଓ ବିଜେପି 400 ଟଙ୍କିଆ ସିଲିଣ୍ଡର ମୁଣ୍ଡାଇ ରାସ୍ତାଉପରେ କଂଗ୍ରେସର ପ୍ରଧାନମନ୍ତ୍ରୀଙ୍କ ମୁର୍ଦ୍ଦାବାଦ କରିଥିଲେ । ଏକଥା କ'ଣ ସେମାନଙ୍କର ମନେ ନାହିଁ ?

କେନ୍ଦ୍ର ସରକାର ଏ ମଧ୍ୟରେ ଶୁକ୍ଳ ଓ ସେସ୍ ବାବାଦରେ ପେଟ୍ରୋଲିୟମ ପଦାର୍ଥର ବିକ୍ରୟରୁ ପାଖାପାଖି ୭ ଲକ୍ଷ କୋଟି ଟଙ୍କାରୁ ଅଧିକ ଆୟ କରିଛି । ସରକାରୀ କମ୍ପାନୀ କେତେ କଲା, ବ୍ୟବସାୟୀ ବନ୍ଧୁ କମ୍ପାନୀ ଆଦାନି, ଅମ୍ବାନୀ କେତେ ନେଲେ ଏ କଥା କେନ୍ଦ୍ର ସରକାର ସାଧାରଣରେ ପ୍ରକାଶ କରିବା ଉଚିତ । ଏହି କମ୍ପାନୀମାନେ ନିର୍ବାଚନ ବଣ୍ଡ ଜରିଆରେ ଦଳୀୟ ପାଣ୍ଠିକୁ କେତେ ଦେଲେ ଏ ସବୁ ସ୍ପଷ୍ଟ ଭାବରେ ଜଣାଇବା ଦରକାର । ହାଣ୍ଡିଶାଳର ଗୃହିଣୀଙ୍କ ଦୁଃଖ ନ ବୁଝି ଯେଉଁମାନେ ଏ ସବୁ ଦରବୃଦ୍ଧି ଘଟାଇ ଚାଲିଛନ୍ତି ଏବଂ ମହିଳାମାନଙ୍କୁ ଭଣ୍ଡି ଚାଲିଛନ୍ତି ଖୁବଶୀଘ୍ର ତା'ର ଉତ୍ତର ପାଇବେ ବୋଲି ପଞ୍ଚାନନ କହିଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.