ETV Bharat / city

ସେପ୍ଟେମ୍ବର 18, 19 ଓ 20 ତାରିଖରେ କେଉଁଠି ଥିଲେ ମନ୍ତ୍ରୀ ? ଯାଞ୍ଚ ହେଉ କଲ ରେକର୍ଡ: ଭକ୍ତ ଦାସ - mamita murder update

ଥମୁନି ମମିତା ମେହେର ହତ୍ୟାକାଣ୍ତର ତାତି । ସାମ୍ବାଦିକ ସମ୍ମିଳନୀରେ ମମିତାଙ୍କ ଉପରେ ବର୍ଷିଲେ ବରିଷ୍ଠ କଂଗ୍ରେସ ନେତା ଭକ୍ତ ଚରଣ ଦାସ । ପଚାରିଲେ ସାଂଘାତିକ ପ୍ରଶ୍ନ । ଅଧିକ ପଢନ୍ତୁ...

MAMITA MURDER CASE;ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ଉପରେ ବର୍ଷିଲେ କଂଗ୍ରେସ ନେତା ଭକ୍ତ

author img

By

Published : Nov 13, 2021, 5:37 PM IST

ଭୁବନେଶ୍ବର: ଥମୁନି ମମିତା ମେହେର ହତ୍ୟାକାଣ୍ତର ତାତି । ମମିତା ମେହେରଙ୍କୁ ନ୍ୟାୟ ପାଇଁ ଜନ ସାଧାରଣଙ୍କ ମନରେ ଅନେକ ପ୍ରଶ୍ନ ଉଠୁଛି । ହାଇକୋର୍ଟର ଜଣେ ସିଟିଂ ଜଜଙ୍କ ଦ୍ୱାରା ତଦନ୍ତର ଦାବି କରୁଛି କଂଗ୍ରେସ । ବଲାଙ୍ଗୀର ଜିଲ୍ଲା ଏସପି, ଦାୟୀତ୍ୱରେ ଥିବା ଡିଆଇଜିଙ୍କ କାର୍ଯ୍ୟ ଉପରେ ମଧ୍ୟ ପ୍ରଶ୍ନ ଉଠିଛି । ଗୃହ ରାଷ୍ଟ୍ରମନ୍ତ୍ରୀଙ୍କୁ ମନ୍ତ୍ରୀ ମଣ୍ଡଳରୁ ବହିଷ୍କାର କରାଯାଉ । ମମିତା ମେହେର ହତ୍ୟାର କାରଣ କେହି କହିପାରୁନାହାଁନ୍ତି । ବହୁତ ଜଘନ୍ୟ ହତ୍ୟା ହୋଇଛି । ତଥ୍ୟକୁ ଘୋଡେଇ ଦେବା ଭଳି ଷଡ଼ଯନ୍ତ୍ର ହୋଇଛି । ଏ ଘଟଣା ଜଣଙ୍କର କାମ ନୁହେଁ । ଗୋଟିଏ ଗ୍ରୁପ ଏଥିରେ ସମ୍ପୃକ୍ତ ଅଛନ୍ତି । ଅକ୍ଟୋବର 8 ତାରିଖରୁ ଅକ୍ଟୋବର 19 ତାରିଖ ପର୍ଯ୍ୟନ୍ତ ମନ୍ତ୍ରୀ ପଦେ ହେଲେ କଥା କହିଲେ ନାହିଁ । ସେହି ନିର୍ବାଚନ ମଣ୍ଡଳୀର ବିଧାୟକ ହୋଇଥିବା ବେଳେ ଦିବ୍ୟ ଶଙ୍କର କିଛି କହିଲେ ନାହିଁ କାହିଁକି ବୋଲି ପ୍ରଶ୍ନ ଉଠାଇଛନ୍ତି କଂଗ୍ରେସ ନେତା ଭକ୍ତ ଚରଣ ଦାସ ।

MAMITA MURDER CASE;ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ଉପରେ ବର୍ଷିଲେ କଂଗ୍ରେସ ନେତା ଭକ୍ତ

ମନ୍ତ୍ରୀ ଓ ତାଙ୍କ ଲୋକଙ୍କର ଫୋନ କଲ ଯାଞ୍ଚ କରାଗଲା ନାହିଁ । ମନ୍ତ୍ରୀଙ୍କ ପିଏ, ବାଲି ମାଫିଆ ମହମ୍ମଦ ରୋଶନ ମନ୍ତ୍ରୀଙ୍କ ଇଶାରାରେ ବଲାଙ୍ଗୀରରୁ ବାଲି ଚୋରା ଚାଲାଣ ହେଉଛି । ଯଦି ପୋଲିସ ପ୍ରକୃତରେ ଦୋଷୀଙ୍କୁ ଧରିବାକୁ ଚାହୁଁଛି । ତେବେ କଲ ରେକର୍ଡ ଲୋକଲୋଚନକୁ ଅଣାଯାଉ । ପ୍ରଥମରୁ ମମିତାଙ୍କ ବାପା ମା ମନ୍ତ୍ରୀଙ୍କ ନାଁରେ ସଙ୍ଗୀନ ଅଭିଯୋଗ ଆଣିଥିଲେ । କଂଗ୍ରେସ ପକ୍ଷରୁ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କର ଟୁର ପ୍ରୋଗ୍ରାମ ମଗାଯାଇଛି । ମାସେ ପରେ ମିଳିବ । କିନ୍ତୁ ବିଧାୟକ ସନ୍ତୋଷ ସିଂହ ସଲୁଜା ଅଭିଯୋଗ ଆଣିଥିଲେ ଯେ ସେପ୍ଟେମ୍ବର 18, 19 ଓ 20 ତାରିଖରେ ମନ୍ତ୍ରୀ, ଗୋବିନ୍ଦ ସାହୁ ଏବଂ ମମିତା ସାହୁ ରାୟପୁର ଯାଇଥିଲେ । କିନ୍ତୁ ସେହି ସମୟରେ ମନ୍ତ୍ରୀଙ୍କ ଗସ୍ତ ନେଇ କୌଣସି ତଥ୍ୟ ଦର୍ଶାଯାଉନାହିଁ । ମନ୍ତ୍ରୀ ଘରେ ଥିଲେ ମଧ୍ୟ କୁହାଯାଇ ପାରିବ । ଘରୁ ସର୍କିଟ ହାଉସ କିମ୍ବା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଗଲେ ମଧ୍ୟ ତାହା ପ୍ରୋଟୋକଲ ଅନୁସାରେ ଦର୍ଶାଯାଇପାରିବ ।

ଯଦି ସରକାର ମନ୍ତ୍ରୀ ଅଭିଯୁକ୍ତ ନୁହଁନ୍ତି ବୋଲି କହୁଛନ୍ତି । ତାହେଲେ ସେପ୍ଟେମ୍ବର 15ରୁ ଅକ୍ଟୋବର 19 ପର୍ଯ୍ୟନ୍ତ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କର ଟୁର ଓ ପ୍ରୋଗ୍ରାମ ରାଜ୍ୟ ସରକାର ତୁରନ୍ତ ଜନ ସାଧାରଣ ସାମ୍ନାକୁ ଆଣନ୍ତୁ । ଯଦି ମହାଲିଙ୍ଗ କଲେଜ ଟାର୍ଗେଟ ନଥିଲା । ମମିତା ମେହେର ଟାର୍ଗେଟ ନଥିଲେ । ମମିତାଙ୍କ ଗାଁ ପାଖରେ କଣ୍ଟାବାଞ୍ଜି । କଣ୍ଟାବାଞ୍ଜି ସହରରୁ ମମିତା ଘରର ଦୂରତା ହେଉଛି 12 କିଲୋମିଟର । ସେପ୍ଟେମ୍ବର 21 ତାରିଖରୁ 25 ତାରିଖ ପର୍ଯ୍ୟନ୍ତ କଣ୍ଟାବାଞ୍ଜିରେ ମନ୍ତ୍ରୀ କଣ କରୁଥିଲେ ବୋଲି ପ୍ରଶ୍ନ ଉଠାଇଛନ୍ତି ବରଷ୍ଠ କଂଗ୍ରେସ ନେତା ଭକ୍ତ ତ୍ରିପାଠୀ ।

21 ଓ 22 ତାରିଖ ଦିନ ମନ୍ତ୍ରୀ କଣ୍ଟାବାଞ୍ଜିରେ ରାତ୍ରି ଯାପନ କରିଛନ୍ତି । 23 ତାରିଖ ଦିନ ମନ୍ତ୍ରୀ ପାଟଣାଗଡ଼କୁ ମଧ୍ୟ ଗୋଟିଏ କାର୍ଯ୍ୟକ୍ରମରେ ଯାଇଥିଲେ । 23 ତାରିଖ ସନ୍ଧ୍ୟା ପର୍ଯ୍ୟନ୍ତ ମନ୍ତ୍ରୀ ଅଫିସିଆଲି ବଙ୍ଗମୁଣ୍ଡାରେ ଥିଲେ । ହେଲେ 23 ତାରିଖ ସନ୍ଧ୍ୟାରୁ 25 ତାରିଖ ସକାଳ ଯାଏଁ ମନ୍ତ୍ରୀ କୁଆଡେ ଗଲେ । ତାହା କୌଣସି ତଥ୍ଯରେ ଉଲ୍ଲେଖ ନାହିଁ । 25 ତାରିଖ ସକାଳେ ପୁଣି ବଙ୍ଗମୁଣ୍ଡାରେ ଥିଲେ ବୋଲି ଦର୍ଶାଯାଇଛି । ତା ହେଲେ 23 ସନ୍ଧ୍ୟାରୁ 25 ସକାଳ ପର୍ଯ୍ୟନ୍ତ ମନ୍ତ୍ରୀ କୁଆଡେ ଗଲେ । ଭବାନୀପାଟଣା ଗଲେ କି ରାୟପୁର ଗଲେ କି ଆଉ କଣ କରୁଥିଲେ ଏହା ଏବେବି ସନ୍ଦେହ ଘେରରେ ରହିଛି । ତେଣୁ ଏହି 5 ଦିନର କାର୍ଯ୍ୟକ୍ରମକୁ ପ୍ରି ପ୍ଲାନିଂ ମଧ୍ୟ କୁହାଯାଇପାରେ । ଏ ସବୁ ମମିତା ହତ୍ୟାକାଣ୍ଡ ପୂର୍ବ ସମୟର ତଥ୍ୟ ।

ହତ୍ୟାକାଣ୍ଡ ଘଟିବା ପରେ ଅକ୍ଟୋବର 8 ତାରିଖରେ ମନ୍ତ୍ରୀ ଭୁବନେଶ୍ୱରରୁ ବାହାରି ଦେଓଗଡ଼ରେ ରାତିରେ ରହିଥିଲେ । 11 ତାରିଖରେ ଭବାନୀପାଟଣାରେ ପହଞ୍ଚିବା ଦର୍ଶାଯାଇଛି । ହେଲେ 11 ତାରିଖରେ ମନ୍ତ୍ରୀ ଭବାନୀପାଟଣାରେ କାହିଁକି କୌଣସି ପ୍ରତିକ୍ରିୟା ରଖିଲେ ନାହିଁ । ମନ୍ତ୍ରୀ ଭବାନୀପାଟଣାରେ ଯାଇ କଳାହାଣ୍ଡି ଜିଲ୍ଲାରେ ଥିଲେ । ତାହେଲେ କାହିଁକି ଏତେ ଦିନ ପର୍ଯ୍ୟନ୍ତ ଚୁପ ଥିଲେ । ଜଣେ ଯଦି ନିର୍ଦ୍ଦୋଷ ହୋଇଥିବ ଚୁପ ରହିବ କି ବୋଲି ପ୍ରଶ୍ନ କରିଛନ୍ତି କଂଗ୍ରେସ ନେତା ଭକ୍ତ ଦାସ । ସବୁ ଜିନିଷକୁ ମ୍ୟାନେଜ କଲା ପର୍ଯ୍ୟନ୍ତ ମନ୍ତ୍ରୀ ଚୁପ ରହିଲେ । ଏବଂ ସବୁ ମ୍ୟାନେଜ ହେବା ପରେ ମୁଖ୍ୟମନ୍ତ୍ରୀଙ୍କ ସାବାସି ନେଇ କଳାହାଣ୍ଡିରେ ବିରାଟ କାର୍ଯ୍ୟକ୍ରମ ହେଲା ।

ମୁଖ୍ୟମନ୍ତ୍ରୀଙ୍କୁ ବହିଷ୍କାର କରି ତଦନ୍ତ ସରିବା ପରେ ପୁଣି ଅବସ୍ଥାପିତ କରିପାରିଥାନ୍ତେ । କିନ୍ତୁ ରାଜ୍ୟ ସରକାର ଅନ୍ଧ ଭାବେ ମନ୍ତ୍ରୀଙ୍କୁ ସୁରକ୍ଷା ଦେବା ପାଇଁ କାହିଁକି ଲାଗିଗଲେ । ଏହା ଏକ ବଡ଼ ପ୍ରଶ୍ନ । 5-ଟି ନୁହେଁ, 5-ପି ରାଜ୍ୟକୁ ଚଳାଉଛନ୍ତି । ସେମାନେ ହେଲେ 5 ପାପି । ସେମାନେ ଏହି ଘଟଣାରେ ସମ୍ପୃକ୍ତ କି । ଅପରାଧିଙ୍କୁ ସୁରକ୍ଷା ଦେଇ ମୁଖ୍ୟମନ୍ତ୍ରୀ ନିଜେ ଅପରାଧି ସାଜିଛନ୍ତି । 2 ବର୍ଷ ତଳେ ଶ୍ରୀବରସ୍କା ହାଇସ୍କୁଲର ପ୍ରଧାନଶିକ୍ଷକଙ୍କୁ ଗିରଫ ହେଲେ । ସେହି ଜାଗାକୁ ମଧ୍ୟ ଏହି ଅପରାଧୀ ମନ୍ତ୍ରୀ ଯାଇଛନ୍ତି । ବାଳିକା ହଷ୍ଟେଲକୁ ଯାଇଥିବାର ଫୋଟୋ ଅଛି । ସେହି ବାଳିକା ହଷ୍ଟେଲକୁ ବିନା କୌଣସି କାର୍ଯ୍ୟକ୍ରମରେ ମନ୍ତ୍ରୀ କାହିଁକି ଯାଇଥିଲେ ବୋଲି ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ କଂଗ୍ରେସ ସାଂସଦ ଭକ୍ତ ଚରଣ ଦାସ କହିଛନ୍ତି।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.