ETV Bharat / city

ଖରା କମିଲେ ଦରଦାମ ବୃଦ୍ଧି ବିରୁଦ୍ଧରେ ଆନ୍ଦୋଳନକୁ ଓହ୍ଲାଇବ BJD: ପ୍ରମିଳା - ଦରଦାମ ବୃଦ୍ଧି ନେଇ ପ୍ରମିଳା ମଲ୍ଲିକଙ୍କ ପ୍ରତିକ୍ରିୟା

ଗ୍ୟାସଦର ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର । ଖରା କମିଲେ ଏନେଇ ବିଜେଡି ଆନ୍ଦୋଳନକୁ ଓହ୍ଲାଇବ ବୋଲି କହିଛନ୍ତି ବରିଷ୍ଠ ନେତ୍ରୀ ପ୍ରମିଳା ମଲ୍ଲିକ । ଅଧିକ ପଢନ୍ତୁ

ଖରା କମିଲେ ଦରଦାମ ବୃଦ୍ଧି ନେଇ ଆନ୍ଦୋଳନକୁ ଓହ୍ଲାଇବ ବିଜେଡି: ପ୍ରମିଳା

author img

By

Published : May 8, 2022, 11:28 AM IST

ଭୁବନେଶ୍ବର: ଗ୍ୟାସଦର ବୃଦ୍ଧି(LPG Price Hike) କରିଛନ୍ତି କେନ୍ଦ୍ର ସରକାର । ଏ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେଡିର ଉପ-ସଭାନେତ୍ରୀ ପ୍ରମିଳା ମଲ୍ଲିକ । ଗ୍ୟାସ ଦର ବୃଦ୍ଧି ହେଉଛି ପ୍ରଧାନମନ୍ତ୍ରୀଙ୍କ ଅଚ୍ଛେ ଦିନ । ଖରା କମିଲେ ଦରଦାମ ବୃଦ୍ଧି ନେଇ ବିଜେଡି ଆନ୍ଦୋଳନକୁ ଓହ୍ଲାଇବ ବୋଲି କହିଛନ୍ତି ପ୍ରମିଳା । ପ୍ରମିଳା କହିଛନ୍ତି ଯେ, "ଗ୍ୟାସ ଦର ବୃଦ୍ଧି ହେଉଛି ପ୍ରଧାମନ୍ତ୍ରୀଙ୍କ ଅଚ୍ଛେ ଦିନ । ବାରମ୍ବାର ଗ୍ୟାସ ଦର ବୃଦ୍ଧି କରି ଚାଲିଛନ୍ତି । ଶାନ୍ତି ଓ ସୁଖରେ ରଖିବାକୁ ମହିଳା ମାନଙ୍କୁ ପ୍ରଧାନମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ ।

ଖରା କମିଲେ ଦରଦାମ ବୃଦ୍ଧି ନେଇ ଆନ୍ଦୋଳନକୁ ଓହ୍ଲାଇବ ବିଜେଡି: ପ୍ରମିଳା

କିନ୍ତୁ ବାରମ୍ବାର ଗ୍ୟାସ ଦର ବୃଦ୍ଧି କରି ରୋଷେଇ ଘରକୁ ଗୋଇଠା ମାରିଛନ୍ତି । ସାଧାରଣ ଲୋକଙ୍କ ବଜେଟ ବାହାରେ ଦର ବୃଦ୍ଧି ପହଞ୍ଚିଲାଣି । ଗତ କିଛି ବର୍ଷ ମଧ୍ୟରେ ଗ୍ୟାସ ରେଟ ୧୦୦୦ ପାର ହେଲାଣି । ରୋଷେଇ ଘରେ ଏ ନେଇ ଚଡ଼କ ପଡ଼ିଛି । ଏହା ହେଉଛି ଅଚ୍ଛେ ଦିନ ।" ବିଜେଡି ସବୁବେଳେ ପେଟ୍ରୋଲ, ଡିଜେଲ ଓ ଗ୍ୟାସ ଦର ବୃଦ୍ଧିକୁ ନେଇ ପ୍ରତିବାଦ କରିଛି । ସବୁବେଳେ ଲୋକଙ୍କ ସହିତ ଅଛୁ । ଲୋକଙ୍କ ପାଖକୁ ଯିବୁ ।

କେନ୍ଦ୍ର ସରକାରଙ୍କର ଗରିବ ମାରଣ ନୀତି ବିରୁଦ୍ଧରେ ବୁଝାଇବୁ । ଖରା କମିଲେ ପ୍ରତିବାଦ ନେଇ ସଙ୍କେତ ଦେଲେ ବିଜେଡି ନେତ୍ରୀ ପ୍ରମିଳା । ଖରାରେ ଲୋକ ଏକଜୁଟ କଲେ ସମସ୍ୟା ହେବ । ଖରା କମିଲେ କେନ୍ଦ୍ର ସରକାର ବିରୋଧରେ ଆନ୍ଦୋଳନ ହେବ ବୋଲି ସେ କହିଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.