ETV Bharat / city

ଆରପାରିରେ ବିଜେଡିର ବରିଷ୍ଠ ନେତା ବିଷ୍ଣୁ ଚରଣ ଦାସ - ବିଜେଡିର ବରିଷ୍ଠ ନେତା ବିଷ୍ଣୁ ଚରଣ ଦାସ

ପରଲୋକରେ ବିଜୁ ଜନତା ଦଳର ବରିଷ୍ଠ ନେତା ତଥା ତିର୍ତ୍ତୋଳ ବିଧାୟକ ବିଷ୍ଣୁ ଚରଣ ଦାସ । ବ୍ରେନଷ୍ଟ୍ରୋକ କାରଣରୁ ଗତ ଜୁନ 24ରେ ତାଙ୍କୁ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

ଆରପାରିରେ ବିଜେଡିର ବରିଷ୍ଠ ନେତା ବିଷ୍ଣୁ ଚରଣ ଦାସ

author img

By

Published : Jul 6, 2020, 8:42 PM IST

ଭୁବନେଶ୍ବର: ବିଜୁ ଜନତା ଦଳର ବରିଷ୍ଠ ନେତା ତଥା ତିର୍ତ୍ତୋଳ ବିଧାୟକ ବିଷ୍ଣୁ ଚରଣ ଦାସଙ୍କ ପରଲୋକ । ବ୍ରେନଷ୍ଟ୍ରୋକ କାରଣରୁ ଗତ ଜୁନ 24ରେ ତାଙ୍କୁ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ମୁଣ୍ଡରେ ରକ୍ତ ଜମାଟ ବାନ୍ଧିଯାଇଥିବାରୁ ତାଙ୍କର ଅସ୍ତ୍ରୋପଚାର ମଧ୍ୟ ହୋଇଥିଲା । ଏହାସହ ପୂର୍ବରୁ ସେ ଅନେକ ରୋଗରେ ପୀଡିତ ଥିଲେ । ତେବେ ସୋମବାର ତାଙ୍କର ଦେହାନ୍ତ ହୋଇଯାଇଛି । 65 ବର୍ଷରେ ଦାସ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି ।

ବିଷ୍ଣୁଦାସ ଜଗତସିଂହପୁର ନିର୍ବାଚନ ମଣ୍ଡଳୀରେ 5 ଥର ବିଧାୟକ ଓ ତିର୍ତ୍ତୋଳର ଆସନରୁ ଥରେ ବିଧାୟକଭାବେ ନିର୍ବାଚିତ ହୋଇଥିଲେ । ଏହାସହ ସେ ୯ ମାସ ପାଇଁ ରାଜ୍ୟସଭା ସାଂସଦ, ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ, ଗଣଶକ୍ଷା ମନ୍ତ୍ରୀ ସହ ଦଳର ଅନେକ ପଦପଦବିରେ ରହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.