ETV Bharat / city

ଏଣିକି ବୈଷୟିକ ଶିକ୍ଷାନୁଷ୍ଠାନରେ ହେବ ଅଫଲାଇନ ପରୀକ୍ଷା - ଦକ୍ଷତା ବିକାଶ ଏବଂ ପ୍ରଯୁକ୍ତିବିଦ୍ୟା ବିଭାଗ

ଏଣିକି ଅନଲାଇନରେ ନୁହେଁ ଅଫଲାଇନରେ ହେବ ବୈଷୟିକ ଶିକ୍ଷାନୁଷ୍ଠାନ ଗୁଡିକର ସେମିଷ୍ଟାର ପରୀକ୍ଷା । ଅଫଲାଇନ ପରୀକ୍ଷା ପାଇଁ ଦକ୍ଷତା ବିକାଶ ଏବଂ ପ୍ରଯୁକ୍ତିବିଦ୍ୟା ବିଭାଗର ନିର୍ଦ୍ଦେଶ । ଅଧିକ ପଢନ୍ତୁ

ବୈଷୟିକ ଶିକ୍ଷାନୁଷ୍ଠାନରେ ହେବ ଅଫଲାଇନ ପରୀକ୍ଷା

author img

By

Published : Feb 26, 2022, 7:22 AM IST

ଭୁବନେଶ୍ବର: ଅନଲାଇନ ନୁହେଁ, ବୈଷୟିକ ଶିକ୍ଷାନୁଷ୍ଠାନରେ ହେବ ଅଫଲାଇନ ପରୀକ୍ଷା । ଅଫଲାଇନ ପରୀକ୍ଷା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଦକ୍ଷତା ବିକାଶ ଏବଂ ପ୍ରଯୁକ୍ତିବିଦ୍ୟା ଶିକ୍ଷା ବିଭାଗ । ବର୍ତ୍ତମାନ ରାଜ୍ୟରେ କୋରୋନା ମହାମାରୀ ସ୍ଥିତି ସୁଧୁରୁଛି । କୋଭିଡ କଟକଣା ମଧ୍ୟ କୋହଳ ହୋଇଛି । ରାଜ୍ୟ ସରକାର ଶିକ୍ଷା ବ୍ୟବସ୍ଥା ଉପରେ ପ୍ରତିବନ୍ଧକ କୋହଳ କରିଛନ୍ତି । ତେଣୁ ଶିକ୍ଷାର ଗୁଣବତ୍ତା ପୁନରୁଦ୍ଧାର ପାଇଁ ଅଫଲାଇନ ମାଧ୍ୟମରେ ଇଞ୍ଜିନିୟରିଂ ଏବଂ ପ୍ରଫେସନାଲ୍ ଇନଷ୍ଟିଚ୍ୟୁସନରେ ସେମିଷ୍ଟାର ପରୀକ୍ଷା କରିବାକୁ ନିଷ୍ପତ୍ତି ନିଆଯାଇଛି ।

ବୈଷୟିକ ଶିକ୍ଷାନୁଷ୍ଠାନରେ ହେବ ଅଫଲାଇନ ପରୀକ୍ଷା
ବୈଷୟିକ ଶିକ୍ଷାନୁଷ୍ଠାନରେ ହେବ ଅଫଲାଇନ ପରୀକ୍ଷା

ସମସ୍ତ ସେମିଷ୍ଟାର ପରୀକ୍ଷା ଅଫଲାଇନରେ ପରିଚାଳନା କରିବାକୁ ରାଜ୍ୟର ଶିକ୍ଷାନୁଷ୍ଠାନଗୁଡିକକୁ ଦକ୍ଷତା ବିକାଶ ଏବଂ ପ୍ରଯୁକ୍ତିବିଦ୍ୟା ଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦେଇଛନ୍ତି । କୋରୋନା ମହାମାରୀ ସମୟରେ ଦୀର୍ଘ ଦିନ ଧରି ଇଞ୍ଜିନିୟରିଂ କଲେଜ ବନ୍ଦ ରହିଥିଲା । ଅନଲାଇନ ମାଧ୍ୟମରେ କ୍ଳାସ କରାଯାଉଥିଲା । ଏବେ ରାଜ୍ୟରେ କୋରୋନା ସଂକ୍ରମଣ କମିଥିବାରୁ ଅଫଲାଇନରେ କ୍ଳାସ କରାଯାଉଛି । ଏହି ଦୃଷ୍ଟିରୁ ପରୀକ୍ଷା ମଧ୍ୟ ଅଫଲାଇନ ମୋଡରେ କରିବାକୁ ନିଷ୍ପତ୍ତି ନେଇଛନ୍ତି ଦକ୍ଷତା ବିକାଶ ଏବଂ ପ୍ରଯୁକ୍ତିବିଦ୍ୟା ବିଭାଗ ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.