ଭୁବନେଶ୍ବର: କୋରୋନା ପାଇଁ କଟକଣା ଜାରିରହିଛି । ଲକ୍ ଡାଉନ ପରେ ସଟ୍ ଡାଇନ୍,ଏହାସହ ପୁଣି ଲକଡାଉନର ଅବଦ୍ଧି ବଢିଛି । ହେଲେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରତ୍ୟେକ ଘୋରୋଇ କମ୍ପାନୀକୁ ନିର୍ଦ୍ଦେଶ ଦେଇଛନ୍ତି । କୈଣସି କର୍ମଚାରୀଙ୍କ ବେତନ କାଟନାହିଁ କି ଚାକିରୀ ରୁ ଛଟେଇ କରନି । ଠିକଣା ସମୟରେ ମାସିକ ବେତନ ଦେବାପାଇଁ ନିର୍ଦେଶ ଦିଆଯାଇଛି ।ହେଲେ ଏହାର ଅବମାନନା ମଧ୍ୟ ସାମନାକୁ ଆସିଛି । ସିକ୍ୟୁରିଟ୍ ଗାର୍ଡ ଭାବରେ ଯେଉଁ ମାନେ ଦିନ ରାତି ଏକ କରି ଗୋଟିଏ ସ୍ତାନରେ ଜଗୁଆଳି ସାଜି କାମ କରନ୍ତି ସେମାନଙ୍କ ଦରମା କାଟ୍ ଏବଂ ବିଳମ୍ବିତ ଦରମା ନେଇ ମଧ୍ୟ ଥାନାରେ ମାମାଲା ପହଞ୍ଚିଛି । ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ଏମାନଙ୍କ ନାମରେ ୧୮ ହଜାର ଟଙ୍କା ଦରମା ଆସୁଥିଲେ ମଧ୍ୟ ଠିକା ସଂସ୍ଥା ଏମାନଙ୍କୁ ଦରମା ଆକାରରେ ୮ରୁ ୧୦ହଜାର ଟଙ୍କା ଦିଅନ୍ତି । ବିଭିନ୍ନ ସ୍ଥାନରେ ବିନା ମାସ୍କରେ ମଧ୍ୟ ସିକ୍ୟୁରିଟି ଗାର୍ଡ କାମ କରୁଥିବା ଦେଖିବାକୁ ମିଳିଛି ।
ଏହାସହ କେତେକ ଠିକା ସଂସ୍ଥାରେ ମାଲିକ ମାନେ ଠିକ୍ ସମୟରେ ଦରମା ଦେବାସହ ଖାଇବାର ବ୍ୟବସ୍ଥା ମଧ୍ୟ କରିଛନ୍ତି । ଏନେଇ ବିଶ୍ଵାସ ଷ୍ଟାପଙ୍ଗ ସଲିଉସନ୍ସସ ପ୍ରାଇଭେଟ୍ ଲିମିଟେଡ଼ର ମାଲିକ ରକ୍କି ଦାସ କହିଛନ୍ତି ଯେ, ଏହି ଘଡସନ୍ଦି ମୁହୁର୍ତ୍ତରେ ତାଙ୍କ କମ୍ପାନୀର ସମସ୍ତ କର୍ମଚାରୀ ମାନଙ୍କୁ ବାହାର ନକରିବା ପାଇଁ ନିଷ୍ପତ୍ତି ନେଉଛନ୍ତି । ଏପରିକି ସମସ୍ତଙ୍କ ଦରମା ଦିଆଯାଇଛି । ଯେଉଁ ମାନେ ଘରୁ କଟକଣା ଯୋଗୁଁ ଆସିପାରୁ ନାହାନ୍ତି ସେମାନଙ୍କ ଦରମା ମଧ୍ୟ କଟାନଯିବା ନେଇ ନିଷ୍ପତ୍ତି ହୋଇଛି ବୋଲି ସେ କହିଛନ୍ତି ।
ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ