ETV Bharat / city

Self-Financing କୋର୍ସ ବନ୍ଦ ଘଟଣାରେ ମୁହଁ ଖୋଲିଲେନି ଉଚ୍ଚଶିକ୍ଷା ସଚିବ - କୋର୍ସକୁ ନେଇ ଚୁୁପ ରହିଲେ ସଚିବ ଶାଶ୍ୱତ ମିଶ୍ର

ବିଶ୍ବବିଦ୍ୟାଳୟ ଗୁଡିକରେ ସେଲ୍ପ ଫାଇନାନ୍ସିଂ କୋର୍ସ (Self Financing course) ବନ୍ଦ ଘଟଣାରେ ପ୍ରସଙ୍ଗରେ ମୁହଁ ଖୋଲିଲେନି ଉଚ୍ଚଶିଷା ସଚିବ ଶାଶ୍ବତ ମିଶ୍ର । କ୍ୟାମେରା ଆଗରୁ ମୁହଁ ଫେରାଇନେଲେ । ଅଧିକ ପଢନ୍ତୁ

Self-Financing କୋର୍ସ ବନ୍ଦ ଘଟଣାରେ ମୁହଁ ଖୋଲିଲେନି ଉଚ୍ଚଶିକ୍ଷା ସଚିବ

author img

By

Published : May 22, 2022, 5:09 PM IST

Updated : May 22, 2022, 7:04 PM IST

ଭୁବନେଶ୍ବର: ସେଲ୍ପ ଫାଇନାନ୍ସିଂ କୋର୍ସ ବନ୍ଦ ଘଟଣାରେ ମୁହଁ ଖୋଲିଲେନି ସଚିବ ଶାଶ୍ବତ ମିଶ୍ର । କୋର୍ସ ଉପରେ ଲାଗିଲା ରୋକ। ବିଶ୍ବ ବିଦ୍ୟାଳୟ ଗୁଡିକରେ ଏଣିକି ରହିବନି ଏହି କୋର୍ସ । ନିୟମିତ ପାଠ୍ୟକ୍ରମରେ ମାତ୍ର ୨୦ ପ୍ରତିଶତ ସିଟ୍‌ ହୋଇପାରିବ ସଂରକ୍ଷଣ । ଏ ନିଷ୍ପତି ଘରୋଇ ଶିକ୍ଷା ସଂସ୍ଥା ସହ ଉଚ୍ଚ ଶିକ୍ଷା ବିଭାଗ ଓ ସଚିବଙ୍କ ମେଳ ରହିଥିବାର ଅଭିଯୋଗ ଆଣିଛନ୍ତି ବିଭିନ୍ନ ଛାତ୍ର ସଂଗଠନ । ତେବେ ଉଚ୍ଚ ଶିକ୍ଷା ବିଭାଗର ସଚିବ ଶାଶ୍ବତ ମିଶ୍ର କ୍ୟାମେରା ଆଗରୁ ମୁହଁ ଫେରାଇନେବା ସହ କୌଣସି ପତିକ୍ରିୟା ରଖିବାକୁ ଅନିଚ୍ଛା ପ୍ରକାଶ କରିଛନ୍ତି ।

ସେଲ୍ପ ଫାଇନାନ୍ସିଂ କୋର୍ସକୁ ନେଇ ବଢୁଛି ବିବାଦ

ରାଜ୍ୟର ବିଭିନ୍ନ ବିଶ୍ବ ବିଦ୍ୟାଳୟରେ ସେଲ୍ପ ଫାଇନାନ୍ସିଂ କୋର୍ସ ବନ୍ଦ ହେବା ଘଟଣାରେ ତେଜୁଛି ବିବାଦ । ଏପ୍ରିଲ ୧୨ରେ ଜାରି ହୋଇଥିବା ଚିଠି ଅନୁସାରେ ରାଜ୍ୟର ବିଶ୍ବ ବିଦ୍ୟାଳୟ ଗୁଡିକର ନିୟମିତ ପାଠ୍ୟକ୍ରମର ୨୦ ପ୍ରତିଶତ ସିଟ୍‌ ସେଲ୍ପ ଫାଇନାନ୍ସିଂ ପାଇଁ ରହିବ। କିନ୍ତୁ ଏବେ ସର୍ବ ପୁରାତନ ବିଶ୍ବ ବିଦ୍ୟାଳୟ ଉତ୍କଳରେ ୮ଟି କୋର୍ସ ବନ୍ଦ ହେବାବେଳେ, ରେଭେନ୍ସାର ୫୦୦ଟି ସିଟ୍‌କୁ କମେଇ ଦିଆଯାଇଛି । ଯାହାକୁ ନେଇ ଛାତ୍ର ଛାତ୍ରୀଙ୍କ ମଧ୍ୟରେ ଚିନ୍ତା ବଢିଛି । ସେପଟେ ଗଣମାଧ୍ୟମ ପ୍ରଶ୍ନକୁ ଏଡାଇ ଯିବାକୁ ସହ ଏ ବିଷୟରେ ମୁଁହ ଖୋଲିବାକୁ ସଚିବ ନାରାଜ ।

ଏହି ଘଟଣାକୁ ନେଇ ତୀବ୍ର ନିନ୍ଦା କରିଛି ଛାତ୍ର କଂଗ୍ରେସ(NSUI) । ଏପ୍ରିଲ ୧୨ରେ ଏପରି ଚିଠି ପରେ ଉଚ୍ଚ ଶିକ୍ଷା ମନ୍ତ୍ରୀଙ୍କ ଘରକୁ ଅଣ୍ଡା ମାଡ଼ କରିଥିଲା କଂଗ୍ରେସ । ବିଶ୍ବବିଦ୍ୟାଳୟ ଭିତ୍ତିଭୂମି ସଜାଡି ସେଲ୍ପ ଫାଇନାନ୍ସିଂ କୋର୍ସ ପୁନଶ୍ଚ ଚଳେଇବାକୁ କଂଗ୍ରେସ ଦାବି କରିଥିଲା । ୨୦୨୨ - ୨୩ ଶିକ୍ଷାବର୍ଷରେ ଏ ସବୁ କୋର୍ସ ବନ୍ଦ କରାଯିବାକୁ ନିଷ୍ପତ୍ତି ନିଆଯାଇଛି । ବନ୍ଦ ହୋଇଥିବା କୋର୍ସ ଗୁଡିକ ମଧ୍ୟରେ ରେଭେନ୍ସାର ସ୍ନାତକର ଡାଟା ସାଇନ୍ସ, ବିଏ ସାମ୍ବାଦିକତା ଓ ଗଣ ଯୋଗାଯୋଗ ରହିଛି । ସେହିପରି ପିଜିର ବାୟୋ କେମେଷ୍ଟ୍ରିକୁ ମଧ୍ୟ ବନ୍ଦ କରି ଦିଆଯାଇଛି ।

ସେପଟେ ଏ କୋର୍ସ ଗୁଡିକ ବନ୍ଦ କରିବା ଘଟଣାକୁ ନିନ୍ଦା କରିଛି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ । ସରକାର ଶିକ୍ଷାର ବ୍ୟାପକୀକରଣ କରି ଉତ୍ତମ ଛାତ୍ର ଛାତ୍ରୀଙ୍କ ଭବିଷ୍ୟତ ପାଇଁ ଏ ସବୁ ଶିକ୍ଷାନୁଷ୍ଠାନରେ କୋର୍ସ ଗୁଡିକୁ ପୁନଃଖୋଲିବାକୁ ଦାବି କରିଛନ୍ତି ଛାତ୍ର ନେତା ସୌଭାଗ୍ୟ ମହାନ୍ତି । ତେବେ ବିବାଦରେ ପଡିଥିବା ଉଚ୍ଚ ଶିକ୍ଷା ବିଭାଗ କେବେ ଏ ନେଇ ମୁହଁ ଖୋଲିବ ଏବଂ କେବେ ସ୍ପଷ୍ଟୀକରଣ ଦେବ ତା ଉପରେ ସମସ୍ତଙ୍କ ନଜର ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିିିଭି ଭାରତ

Last Updated : May 22, 2022, 7:04 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.