ETV Bharat / city

ଟ୍ରାଫିକ ସମସ୍ୟାରୁ ତ୍ରାହି; ଉଦଘାଟିତ ହେଲା ଦ୍ବିତୀୟ ଟ୍ରାଫିକ ଥାନା

author img

By

Published : Oct 30, 2019, 2:19 PM IST

Updated : Oct 30, 2019, 7:19 PM IST

ରାଜଧାନୀରେ ଆଉ ଉପୁଜିବ ନାହିଁ ଟ୍ରାଫିକ ସମସ୍ୟା । ଟ୍ରାଫିକ ଭିଡରେ ସୁଧାର ଆଣିବା ପାଇଁ ଆରମ୍ଭ ହେଲା ଦ୍ବିତୀୟ ଟ୍ରାଫିକ ଥାନା।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ରାଜ୍ୟ ରାଜଧାନୀରେ ଆଉ ରହିବନି ଟ୍ରାଫିକ ସମସ୍ୟା । ସାଧାରଣ ଲୋକଙ୍କୁ ରାସ୍ତାରେ କି ଟ୍ରାଫିକ ପୋଷ୍ଟରେ ଆଉ ଅଧିକ ସମୟ ଅପେକ୍ଷା କରିବାକୁ ପଡିବ ନାହିଁ । କାରଣ ଆଜି ଭୁବନେଶ୍ବରରେ ପ୍ରତିଷ୍ଠା ହୋଇଛି ଦ୍ବିତୀୟ ଟ୍ରାଫିକ ଥାନା ।

ଭୁବନେଶ୍ବରର ଚନ୍ଦ୍ରଶେଖରପୁର ପୋଲିସ ଷ୍ଟେସନ ନିକଟରେ ଏହି ନୂତନ ଟ୍ରାଫିକ ଥାନା ପ୍ରତିଷ୍ଠା ହୋଇଛି। ଆଜି ଏକ ସ୍ବତନ୍ତ୍ର ଉତ୍ସବରେ ରାଜ୍ୟ ପୋଲିସ ଡିଜି ବିକେ ଶର୍ମା, ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ, ଟ୍ରାଫିକ ଡିସିପି ସାଗରିକା ନାଥଙ୍କ ସମେତ ବିଭିନ୍ନ ଥାନା ଅଧିକାରୀ ଯୋଗଦେଇଥିଲେ।

ବୁଧବାର ପ୍ରତିଷ୍ଠା ହୋଇଥିବା ନୂତନ ଟ୍ରାଫିକ ଥାନା ଅଧିନରେ ଚନ୍ଦ୍ରଶେଖରପୁର , ଜଟଣି-ଖଣ୍ଡଗିରି, ତମାଣ୍ଡୋ, ନୟାପଲି, ନନ୍ଦନକାନନ, ଇନଫୋସିଟି ଓ ଚନ୍ଦକା ଆଦି ଥାନାରେ ସମସ୍ତ ସମସ୍ୟାର ସମାଧାନ ଏଠାରେ ହିଁ କରିବେ । ପ୍ରାରମ୍ଭିକ ପର୍ଯ୍ୟାୟରେ ଏହି ନୂତନ ଥାନାକୁ ଜଣେ ଇନିସ୍ପେକ୍ଟର, ୬ ଜଣ ସବ-ଇନିସ୍ପେକ୍ଟର, ୧୦ ଜଣ ଏଏସଆଇଓ ୧୨୦ ଜଣ କନଷ୍ଟେବଳଙ୍କୁ ନିୟୋଜିତ କରାଯାଇଛି । ଏହାସହ ଗୋଟିଏ ଭ୍ୟାନ ସହ ପାଟ୍ରୋଲିଂ ପାଇଁ ବାଇକ ପିସିଆର ମଧ୍ୟ ଯୋଗାଇ ଦିଆଯାଇଛି । ସମସ୍ତ କର୍ମଚାରୀମାନେ ଦ୍ବିତୀୟ ଟ୍ରାଫିକ ଥାନା ଅଧିନରେ ଆସୁଥିବା ସମସ୍ତ ଥାନା ଅଞ୍ଚଳରେ ଟ୍ରାଫିକ ପରିଚାଳନା କରିବେ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ବର୍ତ୍ତମାନ କମିସନରେଟ ପୋଲିସ ଅଧିନରେ ଭୁବନେଶ୍ବରରେ 2ଟିଓ କଟକରେ ଗୋଟିଏ ମୋଟ ଉପରେ 3ଟି ଟ୍ରାଫିକ ଥାନା କାର୍ଯ୍ୟକ୍ଷମ ହେବ । ଜଣେ ଟ୍ରାଫିକ ଡିସିପିଙ୍କ ନେତୃତ୍ବରେ ଦୁଇଜଣ ଏସିପି ଓ 3ଜଣ ଆଇଆଇସି ଟ୍ରାଫିକ ପରିଚାଳନା କରୁଛନ୍ତି।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Intro:ଖୋଲିଲା ରାଜଧାନୀର ୨ୟ ଥାନା,
ଏଣିକି କମିବ ଟ୍ରାଫିକ ସମସ୍ଯାBody:

ଏଣିକି ରାଜଧାନୀର କମିବ ଟ୍ରାଫିକ ସମସ୍ଯା।ଦିର୍ଘସମୟ ଫସିରହିବେନି ଟ୍ରାଫିକରେ।କାରଣ ରାଜଧାନୀରେ ଉଦଘାଟିତ ହୋଇଛି ୨ୟ ଟ୍ରାଫିକ ଥାନା।ଚନ୍ଦ୍ରଶେଖରପୁର ପୋଲିସ ଷ୍ଟେସନ ନିକଟରେ ଖୋଲିଛି ଏହି ନୁତନ ଥାନା।ପୋଲିସ ଡିଜି ସହ ବରିଷ୍ଠ ପୋଲିସ ଅଧିକାରିଙ୍କ ଉପସ୍ଥିତିରେ ଉଦଘାଟିତ ହୋଇଛି ଏହି ଥାନା ।ତେବେ ଥାନାରେ ବର୍ତମାଜଣେ ଇନସ୍ନପେକ୍ଟରଙ୍କ ସହ ୬ଜଣ ଏସଆଇ ,୧୦ ଜଣ ଏଏସଆଇ, ୧୨୦ ଜଣ କନଷ୍ଟେବଳଙ୍କୁ ଦାୟିତ୍ବ ଦିଆଯାଇଛି।ଯେଉଁମାନେ ଚନ୍ଦ୍ରଶେଖରପୁର ଟ୍ରାଫିକ ଥାନା ଅଧିନରେ ଆସୁଥିବା ଜଟଣି ଥାନା,ଖଣ୍ଡଗିରି,ତମାଣ୍ଡୋ,ନୟାପଲି,ନନ୍ଦନକାନନ,ଇନଫୋସିଟି ,ଚନ୍ଦକା,ଚନ୍ଦ୍ରଶେଖରପୁର ଥାନା ଅଂଚଳର ହେଉଥିବା ଟ୍ରାଫିକ ସମସ୍ଯା ଦିଗରେ ଫୋକସ ଦେବେ।ତେବେ ସେମାନଙ୍କୁ ଗୋଟିଏ ଇଣ୍ଟରସେପ୍ଟର,ଗୋଟିଏ ଭ୍ଯାନ ସହ ପାଟ୍ରୋଲିଂ ପାଇଁ ବାଇକ ପିସିଆର ଯୋଗାଇଦିଆଯାଇଛି।ତେବେ ୨ୟ ଚ୍ରାଫିକ ଅଂଚଳରେ ବିଶେଷ କରି ଏନଏଚ,ଇଂଜିନିୟରି କଲେଜ,ଆଇଟି ପ୍ରତିଷ୍ଠାନ,ବିଜିନେସ ହବ ଆସୁଥିବାରୁ ଅଧିକାଁଶ ଗହଳ ଚହଳ ଏହି ଅଂଚଳରେ ଅଧିକ ହୋଇଥାଏ। ଏସବୁକୁ ଦୃଷ୍ଟିରେ ରଖି ନୁତନ ଟ୍ରାଫିକ ଥାନା ସମସ୍ଯା ସାମାଧାନ ଦିଗରେ ସହାୟକ ହେବ।ତେବେ କମିସନରେଟ ପୋଲିସ ଅଧିନରେ ତିନୋଟି ଟ୍ରାଫିକ ଥାନା କାର୍ଯକ୍ଷମ ହେଉଛି।ଜଣେ ଟ୍ରାଫିକ ଡିସିପିଙ୍କ ନେତୃତ୍ବରେ ଦୁଇଜଣ ଏସିପି ଓ ତିନି ଜଣ ଆଇଆଇସି ଟ୍ରାଫିକ କାର୍ଯ ସମ୍ଭାଳୁଛନ୍ତି।Conclusion:ବାଇଟ-ବିଜୟ ଶର୍ମା,ପୋଲିସ ଡିଜି
Last Updated : Oct 30, 2019, 7:19 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.