ETV Bharat / city

ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ଟୀକାକରଣ: ସମ୍ମୁଖ ଯୋଦ୍ଧା ନେଲେ ଟିକା

author img

By

Published : Feb 6, 2021, 4:59 PM IST

Updated : Feb 6, 2021, 10:24 PM IST

ରାଜ୍ୟର ବିଭିନ୍ନ ସ୍ଥାନରେ ଦ୍ବିତୀୟ ପର୍ଯ୍ୟାୟ ଟୀକାକରଣ ଆରମ୍ଭ

20:17 February 06

କଟକରେ ଟିକା ନେଲେ କୋରୋନା ଯୋଦ୍ଧା

କଟକରେ ଟିକା ନେଲେ କୋରୋନା ଯୋଦ୍ଧା

କଟକ: ଆରମ୍ଭ ହୋଇଛି କୋଭିଡ ଟୀକାକରଣର ଦ୍ୱିତୀୟ ପର୍ଯ୍ୟାୟ । ପ୍ରଥମେ ପୋଲିସ ଅଧିକାରୀ ଟୀକା ନେବାପରେ ଜିଲ୍ଲାପାଳ ଟିକା ନେଇଛନ୍ତି । ଟୀକା ନେବାପରେ ବେଶ ଖୁସିବ୍ୟକ୍ତ କରିଛନ୍ତି ଜିଲ୍ଲାପାଳ ଭବାନୀ ଶଙ୍କର ଚୟିନୀ । ଭୟ ନକରି ସମସ୍ତଙ୍କୁ ଟିକା ନେବାକୁ ପରାମର୍ଶ ଦେଇଛନ୍ତି ଜିଲ୍ଲାପାଳ ।

ସେହିପରି ଦ୍ବିତୀୟ ପର୍ଯ୍ୟାୟ ଟୀକାକରଣରେ କଟକର ବହୁ ଆଗଧାଡିର ଯୋଦ୍ଧାଙ୍କୁ ଟିକା ଦିଆଯାଇଛି । ଆଗାମୀ ଦିନରେ ମଧ୍ୟ ସମସ୍ତ କୋରୋନା ଯୋଦ୍ଧାଙ୍କୁ ଟିକା ଦିଆଯିବା ନେଇ ବ୍ୟବସ୍ଥା କରାଯାଇଛି ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

20:11 February 06

ଗଜପତିରେ ଦ୍ୱିତୀୟ ପର୍ଯ୍ୟାୟ ଟୀକାକରଣ ଆରମ୍ଭ

ଗଜପତିରେ ଦ୍ୱିତୀୟ ପର୍ଯ୍ୟାୟ ଟୀକାକରଣ ଆରମ୍ଭ

ପାରଳାଖେମୁଣ୍ଡି: ଟାଉନ ହଲ ନିକଟରେ କୋରୋନା ଟୀକାକରଣର ଦ୍ୱିତୀୟ ପର୍ଯ୍ୟାୟ ତଥା କୋରୋନାର ସମ୍ମୁଖ ଯୋଦ୍ଧାମାନଙ୍କୁ କୋଭିଡ-୧୯ ଟୀକାକରଣର କରାଯାଇଛି ।

ଏହି କାର୍ଯ୍ୟକ୍ରମକୁ ଜିଲ୍ଲାପାଳ ଅନୁପମ ସାହା ଏବଂ ଆରକ୍ଷୀ ଅଧୀକ୍ଷକ ତପନ କୁମାର ପଟ୍ଟନାୟକ ମିଳିତ ଭାବେ ଶୁଭାରମ୍ଭ କରିଥିଲେ । ପ୍ରଥମେ କୋଭିଡ ଯୋଦ୍ଧାମାନଙ୍କ ମଧ୍ୟରୁ ଆରକ୍ଷୀ ଅଧୀକ୍ଷକ ତପନ କୁମାର ପଟ୍ଟନାୟକ ଏବଂ ଉପଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା କୋଭିଡ ଟିକା ନେଇଥିଲେ । ଟିକା ନେବା ପରେ ସେମାନେ ସେମାନଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ, କୋଭିଡ ଟୀକାକରଣ କାର୍ଯ୍ୟକ୍ରମରେ ଆଗଧାଡିର କୋଭିଡ଼ ଯୋଦ୍ଧାମାନଙ୍କୁ ମୁଖ୍ୟତଃ ପୋଲିସ ଓ ପ୍ରଶାସନିକ ଅଧିକାରୀ ଓ କର୍ମଚାରୀମାନଙ୍କୁ ସାମିଲ କରାଯାଇଛି । 

ପ୍ରତିଦିନ ଅନ୍ୟୁନ ୧୦୦ ଜଣ କୋରୋନା ଯୋଦ୍ଧାଙ୍କୁ ଟିକା ଦିଆଯିବାକୁ ବ୍ୟବସ୍ଥା କରାଯାଇଛି । ପାରଳାଖେମୁଣ୍ଡି ସମେତ ସମସ୍ତ ବ୍ଲକର ୯ଟି ସ୍ଥାନରେ ୨ ହଜାର ୯୫୭ ଜଣ ଯୋଦ୍ଧାଙ୍କୁ ଟୀକାକରଣ କରାଯିବାର ଲକ୍ଷ୍ୟ ରଖାଯାଇଛି । 

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

20:06 February 06

ଜଗତସିଂହପୁରରେ ଦ୍ୱିତୀୟ ପର୍ଯ୍ୟାୟ ଟୀକାକରଣ ଆରମ୍ଭ

ଜଗତସିଂହପୁର: ଜିଲ୍ଲାରେ କୋରୋନା ଯୋଦ୍ଧାଙ୍କୁ କୋରୋନା ଟିକା ପ୍ରଦାନ କରାଯାଇଛି । ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ସଚ୍ଚିଦାନନ୍ଦ ସାହୁ, ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ସରୋଜ କାନ୍ତ ମହାନ୍ତି ଓ ଜିଲ୍ଲାସ୍ତରୀୟ ସମସ୍ତ ଅଧିକାରୀଙ୍କୁ କୋଭିଡ ଟୀକା ପ୍ରଦାନ କରାଯାଇଥିଲା । ସେହିପରି ଜଗତସିଂହପୁର ଥାନା ପରିସରରେ କୋଭିଡ ଟୀକାକରଣ କାର୍ଯ୍ୟକ୍ରମକୁ ଆରକ୍ଷୀ ଅଧୀକ୍ଷକ ଆର ପ୍ରକାଶ ଉଦଘାଟନ କରିଥିଲେ । 

ଜିଲ୍ଲାର ସମସ୍ତ ପୋଲିସ ଅଧିକାରୀମାନଙ୍କୁ କୋଭିଡ ଟୀକା ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ବିଜୟା ପଣ୍ଡା, ଏଡିଏମଓ ପ୍ରମୋଦ କୁମାର ବାରିକ, ଡିପିଏମ ଚକ୍ରଧର ଜେନା ପ୍ରମୁଖ ଉପସ୍ଥିତ ଥିଲେ ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

20:00 February 06

ବରଗଡ଼ରେ ଟିକାନେଲେ କୋରୋନା ଯୋଦ୍ଧା

ବରଗଡ଼ରେ ଟିକାନେଲେ କୋରୋନା ଯୋଦ୍ଧା

ବରଗଡ଼: ଜିଲ୍ଲାରେ ଦ୍ୱିତୀୟ ପର୍ଯ୍ୟାୟରେ କୋଭିଡ ଟୀକାକରଣ ପ୍ରକ୍ରିୟା ଆରମ୍ଭ ହୋଇଛି । ବରଗଡ଼ ଜିଲ୍ଲାପାଳ ଜ୍ୟୋତି ରଞ୍ଜନ ପ୍ରଧାନ ଓ ଆରକ୍ଷୀ ଅଧିକାରୀ ପଦ୍ମିନୀ ସାହୁ ଟିକା ଗ୍ରହଣ କଲା ପରେ ଜିଲ୍ଲାର ଅନ୍ୟ ଆଗଧାଡ଼ିର ଯୋଦ୍ଧା ତଥା ପ୍ରଶାସନିକ ଅଧିକାରୀ ଓ କର୍ମଚାରୀମାନଙ୍କୁ ଟିକା ଦିଆଯାଇଛି । ଜିଲ୍ଲାପାଳ ଅଫିସ, ବିଜୁ ପଟ୍ଟନାୟକ ଟାଉନ ହଲ ସମେତ ଚକରକେନ୍ଦ ନିକଟ ରିଜର୍ଭ ପୋଲିସ କ୍ୟାମ୍ପର ୩ ଟି ସ୍ଥାନରେ ଆଜି ଟୀକାକରଣ କରାଯାଇଛି ।

ରାଜସ୍ୱ ବିଭାଗ, ପୋଲିସ ବିଭାଗ, ଅଗ୍ନିଶମ ବିଭାଗ ସମେତ ମ୍ୟୁନିସିପାଲିଟିର କର୍ମଚାରୀମାନଙ୍କୁ ଏହି ଟିକା ଦିଆଯାଇଛି । ଟିକାଗ୍ରହଣ କରି ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକାରୀ ଗର୍ବିତ ଅନୁଭବ କରିବା ସହ ଅନ୍ୟମାନଙ୍କୁ ଟିକା ନେବାକୁ ଅନୁରୋଧ କରିଛନ୍ତି ।
 
ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

19:53 February 06

ନବରଙ୍ଗପୁରରେ ଦ୍ୱିତୀୟ ପର୍ଯ୍ୟାୟରେ ଟିକା ନେଲେ ସମ୍ମୁଖ କୋରୋନା ଯୋଦ୍ଧା

ନବରଙ୍ଗପୁର: ଜିଲ୍ଲାରେ ଦ୍ଵିତୀୟ ପର୍ଯ୍ୟାୟ ଟୀକାକରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଏଥିରେ ଜିଲ୍ଲାର କୋରୋନା ଯୋଦ୍ଧା ପୋଲିସ କର୍ମଚାରୀ ତଥା ସରକାରୀ କର୍ମଚାରୀମାନେ ଟୀକା ନେଇଛନ୍ତି । ନବରଙ୍ଗପୁର ସହରର ଦୁଇଟି ସ୍ଥାନରେ ଏହି ଟୀକାକରଣ କାର୍ଯ୍ୟକ୍ରମ ହେଉଛି ।

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଏହି ଟିକାକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଦ୍ଵିତୀୟ ପର୍ଯ୍ୟାୟର ପ୍ରଥମ ବ୍ୟକ୍ତି ଭାବେ ଜିଲ୍ଲାପାଳ ଡକ୍ଟର ଅଜିତ କୁମାର ମିଶ୍ର ଓ ପୋଲିସ ବାହିନୀ ତରଫରୁ ଏସପି ପ୍ରହଲ୍ଲାଦ ସାଇ ମିନା ନେଇଛନ୍ତି । ଏହାସହ ବର୍ତ୍ତମାନ ସୁଦ୍ଧା ଟୀକା ନେଇଥିବା ବ୍ୟକ୍ତିଙ୍କ ନିକଟରେ କୌଣସି ପାର୍ଶ୍ଵ ପ୍ରତ୍ରିକ୍ରିୟା ଦେଖାଦେଇନଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି ।
 
ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

19:49 February 06

ବଲାଙ୍ଗୀରରେ ଦ୍ୱିତୀୟ ପର୍ଯ୍ୟାୟରେ ଟିକା ନେଲେ ସମ୍ମୁଖ କୋରୋନା ଯୋଦ୍ଧା

ବଲାଙ୍ଗୀର: ଜିଲ୍ଲାରେ ଆରମ୍ଭ ହେଲା ଦ୍ଵିତୀୟ ପର୍ଯ୍ୟାୟ କୋଭିଡ଼ ଟୀକାକରଣ । ଜିଲ୍ଲାପାଳ ଓ ଏସପି ନେଲେ ଟୀକା ନେଇଛନ୍ତି ।

ବଲାଙ୍ଗୀରରେ ଦ୍ଵିତୀୟ ପର୍ଯ୍ୟାୟ କୋଭିଡ ଟୀକାକରଣ ଆରମ୍ଭ ହୋଇଛି । ସହରର କଲେଜ ଛକ ସ୍ଥିତ ପୌର ପରିଷଦ କଲ୍ୟାଣ ମଣ୍ଡପ ଠାରେ ଟିକାଦାନ କରାଯାଉଛି । ଜିଲ୍ଲାପାଳ ଚଞ୍ଚଳ ରାଣା, ଏସପି ନୀତିନ କୁଶଳକରଙ୍କ ସହ ଜିଲ୍ଲାର ବରିଷ୍ଠ ଅଧିକାରୀମାନେ ଟିକା ନେଇଛନ୍ତି । 

ଟିକା ନେବାପରେ ଜିଲ୍ଲାପାଳ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଭୟଭୀତ ନ ହୋଇ ସମସ୍ତେ ଟିକା ନେବାକୁ ଆସନ୍ତୁ । ଜିଲ୍ଲାର ସମସ୍ତ ବ୍ଲକ୍ ଓ ପୌର ପରିଷଦର ୪ଟି ଜାଗାରେ ଟିକା ଦାନ କେନ୍ଦ୍ର କରାଯାଇ ଥିବାବେଳେ ଆଜି ଦୁଇଟି ସ୍ଥାନରେ ଟିକାଦାନ ଆରମ୍ଭ ହୋଇଛି । ଏଯାଏଁ ୧୭ ଶହରୁ ଅଧିକ ଆଗଧାଡିର କୋଭିଡ ଯୋଦ୍ଧା ପଞ୍ଜୀକୃତ ହୋଇଥିବା ସୂଚନା ଦେଇଛନ୍ତି ଜିଲ୍ଲାପାଳ ଚଞ୍ଚଳ ରାଣା ।

ବଲାଙ୍ଗୀରରୁ ଶେଖ୍ ମହମ୍ମଦ ଓ୍ୱାହିଦ, ଇଟିଭି ଭାରତ

19:45 February 06

ପୁରୀରେ ଦ୍ୱିତୀୟ ପର୍ଯ୍ୟାୟରେ ଟିକା ନେଲେ ସମ୍ମୁଖ କୋରୋନା ଯୋଦ୍ଧା

ପୁରୀ: ଜିଲ୍ଲାରେ ଆରମ୍ଭ ହେଲା ଦ୍ୱିତୀୟ ପର୍ଯ୍ୟାୟ ଟୀକାକରଣ କାର୍ଯ୍ୟକ୍ରମ । ଏଥିରେ ଜିଲ୍ଲାପାଳ, ଏସପି, ଅତିରିକ୍ତ ଜିଲ୍ଲାପାଳ, ଉପଜିଲ୍ଲାପାଳ କୋଭିଡ୍ ଟିକା ଗ୍ରହଣ କରିଛନ୍ତି । ସ୍ଥାନୀୟ ସଦଭାବନା କକ୍ଷରେ ଆୟୋଜିତ ଟୀକାକରଣ କାର୍ଯ୍ୟକ୍ରମରେ ଜିଲ୍ଲାର ଏହି ବରିଷ୍ଠ ପ୍ରଶାସନିକ ଅଧିକାରୀମାନେ ଟିକା ନେଇଛନ୍ତି ।

ଆୟୋଜିତ ଏହି ଟୀକାକରଣ କାର୍ଯ୍ୟରେ ଜିଲ୍ଲାପାଳ ସମର୍ଥ ବର୍ମା, ଏସପି କେ ବିଶାଲ୍ ସିଂହ ପ୍ରତ୍ୟେକ୍ଷ ଭାବେ ଅଂଶଗ୍ରହଣ କରି ଟିକା ନେଉଥିବା କର୍ମଚାରୀମାନଙ୍କୁ ଉତ୍ସାହିତ କରିଥିଲେ । ପୁରୀ ସହରରେ ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହୋଇଥିବା ଟୀକାକରଣ କାର୍ଯ୍ୟକ୍ରମରେ ଜିଲ୍ଲାର ପୋଲିସ, ପୌରସଂସ୍ଥା, ରାଜସ୍ୱ ବିଭାଗର ଅଧିକାରୀ ଓ କର୍ମଚାରୀମାନେ ଟିକା ନେବାର କାର୍ଯ୍ୟକ୍ରମ ରହିଛି । 

ସହରର ତିନୋଟି ସ୍ଥାନ ସଦଭାଵନା ସଭା ଗୃହ, ପୋଲିସ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପୌର କଲ୍ୟାଣ ମଣ୍ଡପରେ ଟିକାଦାନ କାର୍ଯ୍ୟକ୍ରମ ଜାରି ରହିଛି। ଜିଲାପାଳଙ୍କ ସୂଚନା ଅନୁଯାୟୀ 6500 ଜଣ ଟୀକା ନେବା ପାଇଁ ପଞ୍ଜିକରଣ ହୋଇଛି । ତେବେ ପ୍ରାଥମିକ ପର୍ଯ୍ୟାୟରେ 3 ହଜାର ଟିକା ଆସିଥିବା ଜଣାପଡିଛି । 

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

19:27 February 06

ଭଦ୍ରକରେ ଦ୍ୱିତୀୟ ପର୍ଯ୍ୟାୟରେ ଟିକା ନେଲେ ସମ୍ମୁଖ କୋରୋନା ଯୋଦ୍ଧା

ଭଦ୍ରକ: କୋରୋନା ପ୍ରତିଷେଧକ ଟିକା ନେଲେ ଭଦ୍ରକ ଜିଲ୍ଳାପାଳ ଡ. ଜ୍ଞାନ ଦାସ ଏବଂ ଭଦ୍ରକ ଆରକ୍ଷୀ ଅଧିକ୍ଷକ ଚରଣ ସିଂ ମୀନା । ଏହାପରେ ସେମାନେ 30 ମିନିଟ ପର୍ୟ୍ୟନ୍ତ ଅବଜରଭେସନରେ ରହିବା ପରେ ସେମାନଙ୍କୁ ଛଡାଯାଇଥିଲା । ତେବେ ଏହି ପ୍ରତିଷେଧକ ଟିକା ନେବା ପରେ ସେମାନଙ୍କର କୌଣସି ପାର୍ଶ୍ଵ ପ୍ରତିକ୍ରିୟା ଦେଖାଯାଇ ନ ଥିବା ଜଣାପଡିଛି । ଏଥିସହ ଅନ୍ୟ ପୋଲିସ ଓ ପ୍ରଶାସନିକ ଅଧିକାରୀମାନଙ୍କ ସହ ଅନ୍ୟ ଆଗଧାଡିର କୋରନା ଯୋଦ୍ଧାଙ୍କୁ ମଧ୍ୟ ଟୀକାକରଣ କରାଯିବ । ଏନେଇ ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ଟ୍ୱିଟ ମାଧ୍ୟମରେ ସୂଚନା ଦିଆଯାଇଛି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

19:22 February 06

ମୟୂରଭଞ୍ଜରେ ଦ୍ୱିତୀୟ ପର୍ଯ୍ୟାୟରେ ଟିକା ନେଲେ ସମ୍ମୁଖ କୋରୋନା ଯୋଦ୍ଧା

ବାରିପଦା: ଜିଲ୍ଲାରେ ଦ୍ୱିତୀୟ ପର୍ଯ୍ୟାୟ କୋଭିଡ ଟୀକାକରଣ ଆରମ୍ଭ ହୋଇଛି । ପ୍ରଥମେ ଜିଲ୍ଲାପାଳ ବିନୀତ ଭରଦ୍ୱାଜ କରୋନା ଟୀକା ନେଇ ଥିବାବେଳେ ପରବର୍ତ୍ତୀ ସମୟରେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ, ଅତିରିକ୍ତ ଜିଲ୍ଲାପାଳ ଟୀକା ନେବା ସହିତ ଜିଲ୍ଲାର ୨୬ଟି ବ୍ଲକରେ ଦ୍ୱିତୀୟ ପର୍ଯ୍ୟାୟରେ ଟୀକା ଦେବାର କାର୍ଯ୍ୟକ୍ରମ ଆରମ୍ଭ ହୋଇଛି ।

ମହାମାରୀ ସମୟରେ ଆଗଧାଡିର ଯୋଦ୍ଧା ରାଜସ୍ବ ବିଭାଗ ଅଧିକାରୀ, ଅବକାରୀ ବିଭାଗ, ଅଗ୍ନିଶମ ବିଭାଗ, ମ୍ୟୁନିସିପାଲଟି ଅଧିକାରୀ, ପୋଲିସ ବିଭାଗ ସମେତ ସରପଞ୍ଚମାନଙ୍କୁ ଚିହ୍ନଟ କରାଯାଇଛି ଟୀକାକରଣ କରାଯିବ । ଜିଲ୍ଲାର ୨୬ଟି ବ୍ଲକର ୭ହଜାର ୨ଶହ ୭୧ଜଣ ଟୀକା ନେଉ ଥିବାବେଳେ ପୋଲିସ କର୍ମଚାରୀଙ୍କ ସଂଖ୍ୟା ରହିଛି ୫୦ ପ୍ରତିଶତ । 

ବାରିପଦା ସଦର ମହକୁମାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସର, ରିଜର୍ଭ ପୋଲିସ ଅଫିସ, ରଙ୍ଗାମାଟିଆର ପଞ୍ଚମ ବାଟାଲିଅନ ଏବଂ ବାରିପଦା ସଦର ବ୍ଲକର ମୋଟ ୪ଟି ସ୍ଥାନରେ ଭେକ୍ସିନେସନ ଆରମ୍ଭ କରାଯାଇଛି । ପ୍ରତ୍ୟକ ବ୍ଲକରେ ଟୀକା ଦେଉଥିବା ଟିମରେ ପାଞ୍ଚ ଜଣ ଲେଖାଏଁ କର୍ମଚାରୀ ନିୟୋଜିତ ହୋଇଛନ୍ତି । ଅନ୍ୟପଟେ ଟୀକା ନେବାପରେ କୌଣସି ପାର୍ଶ୍ଵ ପ୍ରତିକ୍ରିୟା ନାହିଁ ଟିକା ବହୁତ ଫଳପ୍ରଦ ସମସ୍ତ କୋରନା ଯୋଦ୍ଧାଙ୍କୁ ଟିକା ନେବାକୁ ଅନୁରୋଧ କରିଛନ୍ତି ଜିଲ୍ଲାପାଳ ଏବଂ ଏସପି କହିଛନ୍ତି ।

ମୟୂରଭଞ୍ଜରୁ ମୃତ୍ୟଞ୍ଜୟ ସେନାପତି, ଇଟିଭି ଭାରତ

19:00 February 06

ଢେଙ୍କାନାଳରେ ଦ୍ୱିତୀୟ ପର୍ଯ୍ୟାୟରେ ଟିକା ନେଲେ ସମ୍ମୁଖ କୋରୋନା ଯୋଦ୍ଧା

ଢେଙ୍କାନାଳ: ଜିଲ୍ଲାରେ ଦ୍ବିତୀୟ ପର୍ଯ୍ୟାୟ ଟୀକାକରଣରେ ୧୦ଟି ସ୍ଥାନରେ ଟୀକାକରଣ ହୋଇଛି। ଜିଲ୍ଲାପାଳଙ୍କ ସମେତ ବହୁ ସରକାରୀ କର୍ମଚାରୀ ଟିକା ଗ୍ରହଣ କରିଛନ୍ତି ।

ଢେଙ୍କାନାଳ ଜିଲ୍ଲାରେ ମୋଟ ୧୧ ହଜାର ୨୫୮ ଜଣ ପଞ୍ଜିକୃତ ହୋଇଥିବା ଜଣାପଡିଛି । ସେମାନଙ୍କ ମଧ୍ୟରୁ ୬ ହଜାର ୨୪୪ଜଣ ଟିକା ନେଇ ସାରିଛନ୍ତି । ତେବେ ଆଜି ଦ୍ୱିତୀୟ ପର୍ଯ୍ୟାୟରେ ଜିଲ୍ଲାର କାମାକ୍ଷାନଗର ଓ ହିନ୍ଦୋଳ ଉପଜିଲ୍ଲାପାଳ ସଭାଗୃହ, ପ୍ରତ୍ୟେକ ବ୍ଲକ କାର୍ଯ୍ୟାଳୟ ସଭାଗୃହରେ ଏହି ଟୀକାକରଣ କାର୍ଯ୍ୟକ୍ରମ ଚାଲିଛି । ଢେଙ୍କାନାଳ ସଦର ମହକୁମାର ତିନୋଟି ସ୍ଥାନ ମିଶି ମୋଟ ୧୦ଟି ସ୍ଥାନରେ ଏହି ଟୀକାକରଣ କାର୍ଯ୍ୟକ୍ରମ ଚାଲିଥିଲା ।

ଏହି ଅବସରରେ ସହରର କଲ୍ୟାଣ ମଣ୍ଡପ ଠାରେ ଜିଲ୍ଲାପାଳ ଭୁମେଶ ଚନ୍ଦ୍ର ବେହେରା ପ୍ରଥମେ ଟିକା ନେଇ ଏହାକୁ ଉଦଘାଟନ କରିଛନ୍ତି । ଏହାପରେ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ନରୋତ୍ତମ ବେହେରା, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସୀତଂଶୁ ଶେଖର ଦାସ ପ୍ରମୁଖ ପ୍ରଶାସନିକ ଅଧିକାରୀ ଓ କର୍ମଚାରୀମାନେ ଟିକା ନେଇଥିବା ଜଣାପଡିଛି ।

ଢେଙ୍କାନାଳରୁ ଉର୍ମିଳା ପାତ୍ରଙ୍କ ରିପୋର୍ଟ, ଇଟିଭି ଭାରତ

18:59 February 06

ଖୋର୍ଦ୍ଧାରେ ଦ୍ୱିତୀୟ ପର୍ଯ୍ୟାୟରେ ଟିକା ନେଲେ ସମ୍ମୁଖ କୋରୋନା ଯୋଦ୍ଧା

ଖୋର୍ଦ୍ଧା: ଆରମ୍ଭ ହେଲା ଦ୍ବିତୀୟ ପର୍ଯ୍ୟାୟ କୋଭିଡ ଟୀକାକରଣ । ଶନିବାର ଖୋର୍ଦ୍ଧା ଜିଲ୍ଲାର 12ଟି କେନ୍ଦ୍ରରେ ଟୀକାକରଣ କରାଯାଇଛି । ଦ୍ବିତୀୟ ପର୍ଯ୍ୟାୟରେ ଆଗଧାଡିର କୋରୋନା ଯୋଦ୍ଧା ଟିକା ନେବା ପାଇଁ ପଞ୍ଜିକରଣ କରିଛନ୍ତି ।

ଏଥି ମଧ୍ୟରୁ 9ଟି ବ୍ଳକ, ଜିଲ୍ଲାସ୍ତରରେ ଗୋଟିଏ, ଏସପି ଅଫିସ ଏବଂ ଆଇଏନଏସ ଚିଲିକାରେ ଟିକାଦାନ କେନ୍ଦ୍ର ହୋଇଛି । ଜିଲ୍ଲା ସଂସ୍କୃତି ଭବନରେ ଜିଲ୍ଲାପାଳ ସନତ ମହାନ୍ତି ପ୍ରଥମେ ଟିକା ନେଇ ଏହାକୁ ଉଦଘାଟନ କରିଥିଲେ ।

ପରେ ଏଡିଏମ ମନୋଜ ପାଢୀ, ଅନୁଜ ଦାସ ପଟ୍ଟନାୟକ, ପିଡି ଡିଆରଡିଏ ଦିଗନ୍ତ ରାଉତରାୟ, ଉପଜିଲ୍ଲାପାଳ ଅଶୋକ ବେହୁରିଆଙ୍କ ସମେତ ବିଭିନ୍ନ ବିଭାଗର କାର୍ଯ୍ୟରତ ଅଧିକାରୀ, କର୍ମଚାରୀ ଟିକା ନେଇଥିଲେ। ଏଥିସହିତ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟରେ ମଧ୍ୟ ଟିକା ଦିଆଯାଇଛି । ସଂସ୍କୃତି ଭବନରେ ସିଡ଼ିଏମଓ ବିଶ୍ୱରଞ୍ଜନ ପତି ଏବଂ ଅତିରିକ୍ତ ସିଡ଼ିଏମଓ ଦ୍ବାରିକାନାଥ ଶତପଥି ପ୍ରମୁଖ ଉପସ୍ଥିତ ଥିଲେ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

18:34 February 06

ଅନୁଗୋଳରେ ଦ୍ୱିତୀୟ ପର୍ଯ୍ୟାୟରେ ଟିକା ନେଲେ ସମ୍ମୁଖ କୋରୋନା ଯୋଦ୍ଧା

ଅନୁଗୋଳରେ ଦ୍ୱିତୀୟ ପର୍ଯ୍ୟାୟରେ ଟିକାନେଲେ କୋରୋନା ଯୋଦ୍ଧା

ଅନୁଗୋଳ: ଜିଲ୍ଲାରେ କୋରୋନା ପ୍ରତିଷେଧକ ଟୀକାକରଣର ଦ୍ଵିତୀୟ ପର୍ଯ୍ୟାୟରେ ଟିକା ନେଇଛନ୍ତି ଜିଲ୍ଲାପାଳ, ଏସ ପି ଓ ଡ଼ିଆଇଜି । ଆଜି ଅନୁଗୋଳରେ ୨ୟ ପର୍ଯ୍ୟାୟ କୋରୋନା ଟୀକାକରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି । ଏଥିପାଇଁ ଜିଲାପରିଷଦ ସମ୍ମିଳନୀ କକ୍ଷରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।

ପ୍ରଥମେ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ଟିକା ନେଇଥିଲେ। ଏହାପରେ ଏସପି ଜଗମୋହନ ମୀନା, ଉତ୍ତର କେନ୍ଦ୍ରାଞ୍ଚଳ ଡ଼ିଆଇଜି ସାର୍ଥକ ଷଡଙ୍ଗୀ ଟିକା ନେଇଥିଲେ। ଏହାପରେ ଅତିରିକ୍ତ ଜିଲ୍ଲାପାଳଙ୍କ ସମେତ ରାଜସ୍ୱ ବିଭାଗ, ପୌର ପରିଷଦ ଓ ପୋଲିସ କର୍ମଚାରୀମାନଙ୍କୁ ଟିକା ଦିଆଯାଇଥିଲା । ଏଠାରେ ଆଗ ଧାଡ଼ିର କୋରୋନା ଯୋଦ୍ଧା ୧୦୦ଜଣଙ୍କୁ ଟିକା ଦିଆଯାଇଥିଲା। ସେହିପରି ୫୬୩୧ଜଣ କୋରୋନା ଯୋଦ୍ଧାଙ୍କ ତାଲିକା ପ୍ରସ୍ତୁତ କରାଯାଇଛି। ଜିଲ୍ଲାର ୬ଟି ସ୍ଥାନରେ ସେମାନଙ୍କୁ ଟିକା ଦେବାର ବ୍ୟବସ୍ଥା ହୋଇଥିବା ଜଣାପଡିଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

17:52 February 06

ଝାରସୁଗୁଡାରେ ଦ୍ୱିତୀୟ ପର୍ଯ୍ୟାୟରେ ଟିକାନେଲେ କୋରୋନା ଯୋଦ୍ଧା

ଝାରସୁଗୁଡା: ରାଜ୍ୟରେ ଆଜିଠାରୁ କରୋନା ସମ୍ମୁଖ ଯୋଦ୍ଧାମାନଙ୍କୁ ଟୀକାଦାନ କରାଯାଉଛି । ଏଥିପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଭିନ୍ନ ଭିନ୍ନ ସ୍ଥାନରେ ଟୀକାଦାନ ପାଇଁ ପ୍ରସ୍ତୁତି କରାଯାଇଛି। ସବୁ ଜିଲ୍ଲାପାଳ, ଏସପି, ରାଜସ୍ୱ ବିଭାଗର କର୍ମଚାରୀ ଏବଂ ଗୃହ ଓ ନଗର ଉନ୍ନୟନ ବିଭାଗର ସମ୍ମୁଖ ଯୋଦ୍ଧାଙ୍କୁ ଟୀକାଦାନ କରାଯାଉଛି ।

ସେହିପରି ଦ୍ଵିତୀୟ ପର୍ଯ୍ୟାୟରେ କୋରୋନା ଟୀକାଦାନ କାର୍ଯ୍ୟକ୍ରମରେ ଝାରସୁଗୁଡା ଜିଲ୍ଲାର 6ଟି ଟୀକାଦାନ କେନ୍ଦ୍ରରେ ନଗର ଉନ୍ନୟନ ବିଭାଗ, ସାଧାରଣ ପ୍ରଶାସନ, ପୋଲିସ ବିଭାଗର 3923 ଜଣଙ୍କୁ ଟିକାଦାନ କରାଯିବା ପାଇଁ ତାଲିକାଭୁକ୍ତ କରାଯାଇଛି । ଝାରସୁଗୁଡା ଜିଲ୍ଲାପାଳ ଅଫିସରେ ଜିଲ୍ଲାପାଳ ସରୋଜ ସାମଲଙ୍କ ସହ ଅନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀ ପୋଲିସ ଅଧିକାରୀମାନେ ଟିକା ନେଇ ଥିବାବେଳେ କୌଣସି ପାର୍ଶ୍ୱ ପ୍ରତିକ୍ରିୟା ଦେଖାଯାଇ ନଥିବା କହିଛନ୍ତି ଜିଲ୍ଲାପାଳ ସରୋଜ ସାମଲ ।

ଝାରସୁଗୁଡାରୁ ରବିନାରାୟଣ ସାହୁ, ଇଟିଭି ଭାରତ

17:09 February 06

ମାଲକାନଗିରିରେ ଦ୍ୱିତୀୟ ପର୍ଯ୍ୟାୟ ଟୀକାକରଣ ଆରମ୍ଭ

ମାଲକାନଗିରି: ଜିଲ୍ଲାରେ ଆରମ୍ଭ ହୋଇଛି ଦ୍ୱିତୀୟ ପର୍ଯ୍ୟାୟ କୋରୋନା ଟୀକାକରଣ । ମାଲକାନଗିରିର ବିଭିନ୍ନ ସ୍ଥାନରେ ଟୀକାକରଣ ହୋଇ ଥିବାବେଳେ ଆଗଧାଡିର କୋରୋନା ଯୋଦ୍ଧା ଟିକା ଗ୍ରହଣ କରିଛନ୍ତି ।

ଜିଲ୍ଲାର ଡିଆରଡିଏ ଅଫିସ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ବିଏସଏଫ କ୍ୟାମ୍ପ ଏହି ସବୁ ସ୍ଥାନରେ ଟୀକାକରଣ ବ୍ୟବସ୍ଥା ହୋଇଛି । ସ୍ଥାନୀୟ ଡିଆରଡିଏ ଅଫିସ ଠାରେ ପ୍ରଥମେ ମାଲକାନଗିରି ଜିଲ୍ଲାପାଳ ୱାଇ ବିଜୟ ଓ ଏସପି ଋଷିକେଶ ଖିଲାରୀ ଟିକା ନେଇଛନ୍ତି ।

ଦ୍ୱିତୀୟ ପର୍ଯ୍ୟାୟରେ ମାଲକାନଗିରି ଜିଲ୍ଲାରେ 8 ହଜାର 301 ଜଣ କୋଭିଡ ଯୋଦ୍ଧାଙ୍କୁ ଟିକା ପ୍ରଦାନ କରିବା ବ୍ୟବସ୍ଥା କରାଯାଇଛି । ସେହିପରି ଏମଭି 3 ଠାରେ ଥିବା ବିଏସଏଫ କ୍ୟାମ୍ପରେ ବିଏସଏଫ ଯବାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା । ଦିନ 3ଟା ସୁଦ୍ଧା 150 ଜଣ ବିଏସଏଫ ଯବାନ ଟିକା ନେଇଥିବା ଜଣାପଡିଛି ।

ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ

15:53 February 06

ଦ୍ୱିତୀୟ ପର୍ଯ୍ୟାୟ ଟୀକାକରଣରେ ପ୍ରଥମେ ଟିକା ନେଲେ ବୌଦ୍ଧ ଜିଲ୍ଲାପାଳ

ଦ୍ୱିବିତୀୟ ପର୍ଯ୍ୟାୟ ଟୀକାକରଣରେ ପ୍ରଥମେ ଟିକା ନେଲେ ବୌଦ୍ଧ ଜିଲ୍ଲାପାଳ

ବୌଦ୍ଧ: ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ କରୋନା ଟୀକାକରଣ କାର୍ଯ୍ୟକ୍ରମ ଆଜି(ଶନିବାର) ଠାରୁ ଆରମ୍ଭ ହୋଇଛି । ଦ୍ୱିତୀୟ ପର୍ଯ୍ୟାୟ ଟୀକାକରଣରେ ପ୍ରଥମେ ପୋଲିସ ଡିଜି ଅଭୟ ଟିକା ନେବା ପରେ ବହୁ ପ୍ରଶାସନିକ ଅଧିକାରୀ ଟିକା ଗ୍ରହଣ କରିଛନ୍ତି । ଏହି ପରିପ୍ରେକ୍ଷୀରେ ବୌଦ୍ଧ ଜିଲ୍ଲାରେ ମଧ୍ୟ ଟୀକାକରଣ ଆରମ୍ଭ ହୋଇଛି ।

ବୌଦ୍ଧରେ ପ୍ରଥମେ ଜିଲ୍ଲାପାଳ, ଏସପି ଓ ଅତିରିକ୍ତ ଜିଲ୍ଲାପାଳ ଟୀକା ଗ୍ରହଣ କରିବା ପରେ ଜିଲ୍ଲାର ତିନୋଟି ବ୍ଲକରେ ସମସ୍ତ ଆଗଧାଡିର କର୍ମଚାରୀ ଟିକା ଗ୍ରହଣ କରିଛନ୍ତି । ବୌଦ୍ଧ ଜିଲ୍ଲାର ସଦର ମହକୁମା ସହିତ ହରଭଙ୍ଗା, ବୌଦ୍ଧ ଓ କଣ୍ଟାମାଳ ଭଳି ସମୁଦାୟ ଚାରୋଟି ସ୍ଥାନରେ ଏହି ଟୀକାକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ବୌଦ୍ଧ ଠାରେ ପ୍ରଥମେ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର, ଏସପି ଭି ରଘୁନାଥ ରାଓ ଏବଂ ଅତିରିକ୍ତ ଜିଲ୍ଲାପାଳ ଏନସି ଜ୍ୟୋତିରଞ୍ଜନ ନାଏକ ଟିକା ଗ୍ରହଣ କରିବା ପରେ ସମସ୍ତ ସରକାରୀ କର୍ମଚାରୀ ଟିକା ଗ୍ରହଣ କରିଛନ୍ତି । ସେହିପରି ହରଭଙ୍ଗା ବ୍ଲକରେ ବିଡ଼ିଓ ନୀଳକଣ୍ଠ ବେହେରା, ବୌଦ୍ଧ ବିଡ଼ିଓ ଦେବୀ ପ୍ରସାଦ ଦାସ ଓ କଣ୍ଟାମାଳ ବିଡ଼ିଓ ବନ୍ଦନା ଖଟୁଆ କରୋନା ଟିକା ଗ୍ରହଣ ପରେ ଅନ୍ୟାନ୍ୟ କର୍ମଚାରୀ ଟିକା ଗ୍ରହଣ କରିଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

Last Updated : Feb 6, 2021, 10:24 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.