ETV Bharat / city

ରାଜ୍ୟରେ ଦ୍ବିତୀୟ କୋରୋନା ମୃତ୍ୟୁ, ପୁଣି ଜଣେ ପଜିଟିଭ ଚିହ୍ନଟ ସହ ଆକ୍ରାନ୍ତଙ୍କ ସଂଖ୍ୟା 177

author img

By

Published : May 6, 2020, 8:03 AM IST

Updated : May 6, 2020, 9:09 AM IST

ରାଜ୍ୟରେ କୋଭିଡ-19ରେ ଦ୍ବିତୀୟ ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତ ବ୍ୟକ୍ତି ଜଣଙ୍କ ଖୋର୍ଦ୍ଧା ଜିଲ୍ଲାର ହୋଇଥିବା ନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ରହିଛି ।

ରାଜ୍ୟରେ ଦ୍ବିତୀୟ କୋରୋନା ଜନିତ ମୃତ୍ୟୁ, ପୁଣି ଜଣେ ପଜିଟିଭ ଚିହ୍ନଟ ସହ ଆକ୍ରାନ୍ତ ସଂଖ୍ୟା 177

ଭୁବନେଶ୍ବର: ରାଜ୍ୟରେ କୋଭିଡ-19ରେ ଦ୍ବିତୀୟ ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତ ବ୍ୟକ୍ତି ଜଣଙ୍କ ଖୋର୍ଦ୍ଧା ଜିଲ୍ଲାର ହୋଇଥିବା ନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ରହିଛି । ଏହାସହ ରାଜ୍ୟରେ ଆଉ ଜଣେ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ଦ୍ବିତୀୟ କୋରୋନା ମୃତ୍ୟୁ
ରାଜ୍ୟରେ ଦ୍ବିତୀୟ କୋରୋନା ମୃତ୍ୟୁ

ମୃତ ବ୍ୟକ୍ତି ଜଣଙ୍କ ଭୁବନେଶ୍ବର ମଧୂସୁଦନ ନଗର ଅଞ୍ଚଳର ବୋଲି ଜଣାପଡିଛି । ସେ KIMSରେ ଚିକିତ୍ସିତ ହେଉଥିଲେ । ମୃତ୍ୟୁ ବେଳକୁ ତାଙ୍କୁ 77 ବର୍ଷ ହୋଇଥିବା ନେଇ ସୂଚନା ରହିଛି । ତେବେ ସେ ଏପ୍ରିଲ 28ରେ କୋରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ଏହାସହ ତାଙ୍କର ଡାଇବେଟିସ, କିଡନୀ ଓ ହାଇପରଟେନସନ ଆଦି ରୋଗଥିବା ନେଇ ମଧ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ରହିଛି ।

ରାଜ୍ୟରେ ଦ୍ବିତୀୟ କୋରୋନା ମୃତ୍ୟୁ
ରାଜ୍ୟରେ ଦ୍ବିତୀୟ କୋରୋନା ମୃତ୍ୟୁ

ସେପଟେ ରାଜ୍ୟରେ ପୁଣି ଜଣେ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । କୋରୋନା ପଜିଟିଭ ଜଣଙ୍କ ଗଞ୍ଜାମ ଜିଲ୍ଲାର ହୋଇଥିବା ବେଳେ ସେ ସୁରତ ଫେରନ୍ତା ବୋଲି ଜଣାପଡିଛି । ତେବେ ତାଙ୍କ ବୟସ 18 ବର୍ଷ ହୋଇଥିବା ନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ରହିଛି । ଏହାକୁ ମିଶାଇ ଏବେ ଗଞ୍ଜାମରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 4 ରେ ପହଞ୍ଚିଛି ।

ପୁଣି ଜଣେ ପଜିଟିଭ ଚିହ୍ନଟ ସହ ଆକ୍ରାନ୍ତଙ୍କ ସଂଖ୍ୟା 177
ପୁଣି ଜଣେ ପଜିଟିଭ ଚିହ୍ନଟ ସହ ଆକ୍ରାନ୍ତଙ୍କ ସଂଖ୍ୟା 177
ରାଜ୍ୟରେ ଦ୍ବିତୀୟ କୋରୋନା ମୃତ୍ୟୁ, ପୁଣି ଜଣେ ପଜିଟିଭ ଚିହ୍ନଟ ସହ ଆକ୍ରାନ୍ତଙ୍କ ସଂଖ୍ୟା 177
ରାଜ୍ୟରେ ଦ୍ବିତୀୟ କୋରୋନା ମୃତ୍ୟୁ, ପୁଣି ଜଣେ ପଜିଟିଭ ଚିହ୍ନଟ ସହ ଆକ୍ରାନ୍ତଙ୍କ ସଂଖ୍ୟା 177

ପୂର୍ବରୁ ରାଜ୍ୟରେ କୋରୋନାରେ ଖୋର୍ଦ୍ଧା ଜିଲ୍ଲାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଏବେ ପୁଣି ଥରେ ଖୋର୍ଦ୍ଧାରେ ଆଉ ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଟ୍ବିଟ କରି ସୂଚନା ଦିଆଯାଇଛି । ତେବ ରାଜ୍ୟରେ ପଜିଟିଭ ସଂଖ୍ୟା 177 ରେ ପହଁଚିଥିବା ବେଳେ 60 ଜଣ ସୁସ୍ଥ ହୋଇଚନ୍ତି। 115 ଜଣ ଆକ୍ରାନ୍ତ ଏବେ ବି ଚିକିତ୍ସା ହେଉଛନ୍ତି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Last Updated : May 6, 2020, 9:09 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.