ETV Bharat / city

ଚଳିତ ବର୍ଷ 7 ପ୍ରତିଶତ କମବର୍ଷା

ଓଡ଼ିଶାରେ ଚଳିତ ବର୍ଷ ଦକ୍ଷିଣ-ପଶ୍ଚିମ ମୌସୁମୀର ସ୍ଥିତି ରିପୋର୍ଟ ମୁତାବକ 7 ପ୍ରତିଶତ କମ ବର୍ଷା ହୋଇଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

author img

By

Published : Aug 18, 2020, 3:50 PM IST

ଚଳିତ ବର୍ଷ 7 ପ୍ରତିଶତ କମବର୍ଷା
ଚଳିତ ବର୍ଷ 7 ପ୍ରତିଶତ କମବର୍ଷା

ଭୁବନେଶ୍ବର: ଓଡ଼ିଶାରେ ଦକ୍ଷିଣ-ପଶ୍ଚିମ ମୌସୁମୀର ସ୍ଥିତି ସମ୍ପର୍କରେ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଜାରି ହୋଇଛି । ରିପୋର୍ଟ ମୁତାବକ ଚଳିତ ବର୍ଷ 7 ପ୍ରତିଶତ କମ ବର୍ଷା ହୋଇଛି । ତେବେ ଜୁନ 1 ରୁ ଅଗଷ୍ଟ 18, ୨୦୨୦ ମଧ୍ୟରେ ଓଡ଼ିଶାରେ ୭୨୭.୩ ମିମି ବର୍ଷା ରେକର୍ଡ ହୋଇଛି । ଯାହା ସ୍ୱାଭାବିକ ବର୍ଷା ୭୮୪.୧ ମିମି ଠାରୁ ୭ ପ୍ରତିଶତ କମ୍ ।

ଚଳିତ ବର୍ଷ 7 ପ୍ରତିଶତ କମବର୍ଷା
ସେହପରି ଏହି ଦିନ ମଧ୍ୟରେ ରାଜ୍ୟର ୫ଟି ଜିଲ୍ଲା ବାଲେଶ୍ୱର (-୩୪%), ଖୋର୍ଦ୍ଧା (-୨୮%), ପୁରୀ (-୨୫%), ମୟୂରଭଞ୍ଜ(-୨୩%) ଏବଂ ନବରଙ୍ଗପୁର(-୨୧%) ଠାରେ ସ୍ୱାଭାବିକ ବର୍ଷା ଠାରୁ କମ୍ ବର୍ଷା ରେକର୍ଡ କରାଯାଇଥିବା ବେଳେ ଓଡ଼ିଶାର ବାକି ୨୪ ଟି ଜିଲ୍ଲାରେ ସ୍ୱାଭାବିକ ବର୍ଷା ରେକର୍ଡ କରାଯାଇଛି ।ଜୁନ 1 ରୁ ଅଗଷ୍ଟ 18 ତାରିଖ ମଧ୍ୟରେ ଓଡ଼ିଶାର ଅବଶିଷ୍ଟ ଗୋଟିଏ ଜିଲ୍ଲା ମାଲକାନଗିରିରେ ସ୍ୱାଭାବିକ ବର୍ଷା ଠାରୁ ୪୦ ପ୍ରତିଶତ ଅଧିକ ବର୍ଷା ରେକର୍ଡ କରାଯାଇଛି । ବାଲେଶ୍ୱର ରେ ୫୨୩.୦ ମିମି ଯାହା ସ୍ଵାଭାଵିକ ବର୍ଷା ୭୮୭.୯ ମିମି ଠାରୁ ୩୪ ପ୍ରତିଶତ କମ ବର୍ଷା ରେକର୍ଡ କରାଯାଇଛି । ସେହିପରି ମାଲକାନଗିରି ଜିଲ୍ଲାରେ ସର୍ବାଧିକ ୧୨୧୪.୪ ମିମି ଯାହା ସ୍ୱାଭାବିକ ବର୍ଷା ୮୬୫.୮ ମିମି ଠାରୁ ୪୦ ପ୍ରତିଶତ ଅଧିକ ।
ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.