ETV Bharat / city

14 ଅଗଷ୍ଟ ଯାଏଁ ରାଜ୍ୟରେ ସ୍ବାଭାବିକ ଠୁ କମ ବର୍ଷା ରେକର୍ଡ

ଓଡ଼ିଶାରେ ଦକ୍ଷିଣ-ପଶ୍ଚିମ ମୌସୁମୀର ସ୍ଥିତି ଜୁନ 1 ରୁ ଅଗଷ୍ଟ 14 ମଧ୍ୟରେ ୬୪୩.୪ ମିମି ବର୍ଷା ରେକର୍ଡ ହୋଇଛି । ଯାହା ସ୍ୱାଭାବିକ ବର୍ଷା ୭୩୬.୮ ମିମି ଠାରୁ ୧୩% ପ୍ରତିଶତ କମ୍ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

author img

By

Published : Aug 14, 2020, 4:05 PM IST

ଋତୁ କାଳୀନ ବର୍ଷା ରେକର୍ଡ
ଋତୁ କାଳୀନ ବର୍ଷା ରେକର୍ଡ

ଭୁବନେଶ୍ବର: ଲଘୁଚାପ ପ୍ରଭାବରେ ଓଡିଶାରେ ପ୍ରବଳ ବର୍ଷା ରେକର୍ଡ ହୋଇଛି । ଓଡ଼ିଶାରେ ଦକ୍ଷିଣ-ପଶ୍ଚିମ ମୌସୁମୀର ସ୍ଥିତି ଜୁନ 1 ରୁ ଅଗଷ୍ଟ 14 ମଧ୍ୟରେ ୬୪୩.୪ ମିମି ବର୍ଷା ରେକର୍ଡ ହୋଇଛି । ଯାହା ସ୍ୱାଭାବିକ ବର୍ଷା ୭୩୬.୮ ମିମି ଠାରୁ ୧୩% ପ୍ରତିଶତ କମ୍ ।

ଜୁନ 1 ରୁ ଅଗଷ୍ଟ 14 ମଧ୍ୟରେ ଓଡ଼ିଶାର ୧୨ ଗୋଟି ଜିଲ୍ଲା ଯଥା- ଯାଜପୁର (-୪୦%), ଖୋର୍ଦ୍ଧା (-୩୧%), ବାଲେଶ୍ୱର (-୩୩%), ସୋନପୁର (-୨୯%), ପୁରୀ (-୨୬%), କଟକ(-୨୩%), ଜଗତସିଂହପୁର (-୨୬%), ମୟୁରଭଞ୍ଜ (-୨୫%), କେନ୍ଦ୍ରାପଡା (-୨୪%), ବଲାଙ୍ଗୀର(-୨୩%), ନବରଙ୍ଗପୁର(-୨୫%), ଏବଂ ନୟାଗଡ(-୨୦%), ଠାରେ ସ୍ୱାଭାବିକ ବର୍ଷା ଠାରୁ କମ ବର୍ଷା ରେକର୍ଡ କରାଯାଇଛି ।

ସେହିପରି ଭାବରେ ଓଡ଼ିଶାର ଅବଶିଷ୍ଟ ୧୮ ଟି ଜିଲ୍ଲାରେ ସ୍ୱାଭାବିକ ବର୍ଷା ରେକର୍ଡ କରାଯାଇଛି । ଏହି ସମୟ ମଧ୍ୟରେ ଯାଜପୁର ଜିଲ୍ଲାରେ ସର୍ବନିମ୍ନ ୪୦% (୫୦୭.୫) ପ୍ରତିଶତ କମ ବର୍ଷା ରେକର୍ଡ କରାଯାଇଛି । ମାଲକାନଗିରି ଜିଲ୍ଲାରେ ସର୍ବାଧିକ ୯୫୫.୦ ମିମି ଯାହା ସ୍ୱାଭାବିକ ବର୍ଷା ୮୦୪.୬ ମିମି ଠାରୁ ୧୯% ପ୍ରତିଶତ ଅଧିକ ରହିଥିବା ପାଣିପାଗ ବିଭାଗରୁ ସୂଚନା ମିଳିଛି ।

ସେହିପରି ୩ ଟି ଜିଲ୍ଲାରେ ୩୦ ପ୍ରତିଶତ କିମ୍ବା ତା ଠାରୁ କମ ବର୍ଷା ରେକର୍ଡ କରାଯାଇଛି । ଜିଲ୍ଲା ଗୁଡିକ ହେଉଛି ଯାଜପୁର ୪୦% ପ୍ରତିଶତ କମ, ବାଲେଶ୍ୱର ୩୩% ପ୍ରତିଶତ କମ ଏବଂ ଖୋର୍ଦ୍ଧା ୩୧% ପ୍ରତିଶତ କମ୍ ବର୍ଷା ରେକର୍ଡ କରାଯାଇଛି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.