ETV Bharat / city

13 ସ୍ୱତନ୍ତ୍ର ଟ୍ରେନରେ ସିଜିନ ଟିକେଟ୍ ପୁନଃ ପ୍ରଚଳନ

author img

By

Published : Oct 18, 2021, 9:42 PM IST

13ଟି ସ୍ୱତନ୍ତ୍ର ଟ୍ରେନରେ ସିଜିନ ଟିକେଟ୍ ପୁନଃ ପ୍ରଚଳନ । ଦୈନନ୍ଦିନ ଯାତାୟାତ କରୁଥିବା ଟ୍ରେନ ଯାତ୍ରୀମାନଙ୍କ ସୁବିଧା ପାଇଁ ପୂର୍ବ ତଟ ରେଳପଥ ଆହୁରି ସାତ ଯୋଡ଼ା ସ୍ୱତନ୍ତ୍ର ଟ୍ରେନରେ ମାସିକ ସିଜିନ ଟିକେଟ ଟ୍ରେନ୍ ଯାତ୍ରାକୁ ଅନୁମତି ଦେଇଛି । ଅଧିକ ପଢ଼ନ୍ତୁ...

13ଟି ସ୍ୱତନ୍ତ୍ର ଟ୍ରେନରେ ସିଜିନ ଟିକେଟ୍ ପୁନଃ ପ୍ରଚଳନ

ଭୁବନେଶ୍ବର: ଦୈନନ୍ଦିନ ଯାତାୟାତ କରୁଥିବା ଟ୍ରେନ ଯାତ୍ରୀଙ୍କ ସୁବିଧା ପାଇଁ ପୂର୍ବତଟ ରେଳବାଇ ଆହୁରି ୭ ଯୋଡ଼ା ସ୍ୱତନ୍ତ୍ର ଟ୍ରେନ୍‌ରେ ମାସିକ ସିଜିନ ଟିକେଟ୍‌ ଟ୍ରେନ୍ ଯାତ୍ରାକୁ ଅନୁମତି ଦେଇଛି । ପୂର୍ବରୁ ଏହି ବ୍ୟବସ୍ଥା ରହିଥିଲା, ତେବେ ମହାମାରୀ କୋରୋନା ସଂକ୍ରମଣ ଯୋଗୁଁ ଏହି ସୁବିଧା ବନ୍ଦ କରି ଦିଆଯାଇଥିଲା ।

କୋରୋନା ସଂକ୍ରମଣ ଯୋଗୁଁ ଅନେକ ଟ୍ରେନ୍‌ ଚଳାଚଳ ପ୍ରଭାବିତ ହୋଇଥିଲା । ଆଜି(ସୋମବାର) ପୁନଃ ସିଜିନ ଟିକେଟ୍‌ ଆରମ୍ଭ ହୋଇଛି । ସିଜିନ ଟେକେଟ ବ୍ୟବସ୍ଥା ଥିବା ଟ୍ରେନ ଗୁଡିକ ହେଲା।

୧. 08431/08432 ପୁରୀ-କଟକ-ପୁରୀ ବିଶେଷ ଟ୍ରେନ ।
୨. 08412/08411 ଭୁବନେଶ୍ୱର-ଭଦ୍ରକ-ଭୁବନେଶ୍ୱର ବିଶେଷ ଟ୍ରେନ।

୩. 08461/08462 କଟକ-ପାରାଦୀପ-କଟକ ବିଶେଷ ଟ୍ରେନ।
୪. 08454/08453 କଟକ-ଭଦ୍ରକ-କଟକ ବିଶେଷ ଟ୍ରେନ।
୫. 08404/08403 ପୁରୀ-ଖୋର୍ଦ୍ଧା ରୋଡ଼-ପୁରୀ ବିଶେଷ ଟ୍ରେନ।
୬. 68050/68049 ଭଦ୍ରକ-ଖଡଗପୁର-ଭଦ୍ରକ ବିଶେଷ ଟ୍ରେନ।
୭. 08004/08003 ଭଦ୍ରକ-ହାୱଡ଼ା-ଭଦ୍ରକ ବିଶେଷ ଟ୍ରେନ

ଏହାପୂର୍ବରୁ, ପୂର୍ବତଟ ରେଳପଥ ୬ ଯୋଡ଼ା ବିଶେଷ ଟ୍ରେନ ଯଥା 08428/08427 ପୁରୀ-ଅନୁଗୁଳ-ପୁରୀ, 08456/08455 ଖୋର୍ଦ୍ଧା ରୋଡ୍-କେନ୍ଦୁଝରଗଡ-ଖୋର୍ଦ୍ଧା ରୋଡ୍, 08522/08521 ବିଶାଖାପାଟନମ୍-ଗୁଣୁପୁର-ବିଶାଖାପାଟନମ୍, 08528/08527 ବିଶାଖାପାଟନମ୍-ରାୟପୁର-ବିଶାଖାପାଟନମ୍, 08263/08264 ଟିଟିଲାଗଡ-ବିଳାସପୁର-ଟିଟିଲାଗଡ ଏବଂ 07266/07265 ବିଶାଖାପାଟନମ୍-କାକିନଡା ବନ୍ଦର-ବିଶାଖାପାଟନମ୍ ବିଶେଷ ଟ୍ରେନ ଦ୍ୱାରା ଏମଏସଟି / କ୍ୟୁଏସଟି ସହିତ ଟ୍ରେନ୍ ଯାତ୍ରାକୁ ଅନୁମତି ଦେଇଥିଲା ।

ଉପରୋକ୍ତ ୧୩ଟି ବିଶେଷ ଟ୍ରେନ ଗୁଡ଼ିକ ବ୍ୟତୀତ ଯାତ୍ରୀମାନେ ଚଳାଚଳ କରୁଥିବା ଅନ୍ୟ ବିଶେଷ ଟ୍ରେନମାନଙ୍କରେ ସିଜିନ ଟିକେଟ୍ (ଏମଏସଟି) / ତ୍ରୟମାସିକ ସିଜିନ ଟିକେଟ୍ (କ୍ୟୁଏସଟି) ସହିତ ଯାତ୍ରା କରିବାକୁ ରେଳ ପ୍ରଶାସନ ପକ୍ଷରୁ ଅନୁମତି ଦିଆଯାଇନାହିଁ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.