ETV Bharat / city

ଅପରାଜିତାଙ୍କ ମନ୍ତବ୍ୟ ପରେ ଜବାବ ରଖିଲା ବିଜେଡି, SDG ରିପୋର୍ଟକୁ ନେଇ ରାଜନୀତି ନହେଉ

author img

By

Published : Jun 5, 2021, 4:57 PM IST

ନୀତି ଆୟୋଗର ସ୍ଥାୟୀ ବିକାଶ ଲକ୍ଷ୍ୟ (SDG) ରିପୋର୍ଟ ନେଇ ଅପରାଜିତାଙ୍କ ମନ୍ତବ୍ୟ ପରେ ଜବାବ ରଖିଲା ବିଜେଡି । ପ୍ରତିଉତ୍ତର ରଖିଲେ ବିଜେଡି ରାଜ୍ୟସଭା ସାଂସଦ । ଅଧିକ ପଢନ୍ତୁ....

ଅପରାଜିତାଙ୍କ ମନ୍ତବ୍ୟ ପରେ ଜବାବ ରଖିଲା ବିଜେଡି, SDG ରିପୋର୍ଟକୁ ନେଇ ରାଜନୀତି ନହେଉ : ଅମର

ଭୁବନେଶ୍ବର : ନୀତି ଆୟୋଗର ସ୍ଥାୟୀ ବିକାଶ ଲକ୍ଷ୍ୟ (SDG) ରିପୋର୍ଟ ନେଇ ରାଜ୍ୟ ସରକାରଙ୍କୁ ଭୁବନେଶ୍ବର ସଂସାଦ ଅପରାଜିତାଙ୍କ ଟାର୍ଗେଟ ପରେ ଏ ନେଇ ଜବାବ ରଖିଛନ୍ତି ବିଜେଡିର ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ । ଅମର କହିଛନ୍ତି SDG ଗୋଟିଏ ଜାତୀୟ ଓ ରାଜ୍ୟ ମିଶି କରିବାକୁ ହେବେ । ଏହା ରାଜନୀତି ପାଇଁ ନୁହେଁ, ମାନବ ପାଇଁ ଉଦ୍ଦିଷ୍ଟ । ନୀତି ଆୟୋଗ ସିଇଓ ଅମିତାଭ କାନ୍ତଙ୍କ ପ୍ରିଫେସ ର ଦ୍ଵିତୀୟ ପାରାଗ୍ରାଫରେ କହିଛନ୍ତି, ଏହା ପଞ୍ଚାୟତ ସ୍ତରକୁ ଯିବା ଦରକାର । ନ ହେଲେ ଠିକ ମାର୍କ ଜାଣି ହେବ ନାହିଁ । ତଥ୍ୟ ଗ୍ରାଉଣ୍ଡରୁ ଆସିବା ଦରକାର ।

ଅମର କହିଛନ୍ତି, SDG ରିପୋର୍ଟରେ ୨୦୧୮ ରେ ମୋଟ ୫୧ ମାର୍କ ମିଳିଥିଲା । ୨୦୧୯ ରେ ୫୮ ଓ ୨୦୨୦ ରେ ୬୧ ମାର୍କ ପାଇଛି । ଗୋଲ ୧୩ ଓ ୧୪ ରେ ରାଜ୍ୟ ଭଲ କରିଛି । ୯ ଟି ଗୋଲରେ ପାରଫର୍ମର ଓ ୬ ଟି ଗୋଲରେ ଆସପାଇରାଣ୍ଟ ତାଲିକାରେ ଅଛି ରାଜ୍ୟ । ଟେଲିକମ, ମୋବାଇଲ କନେକ୍ସନ, ଇଣ୍ଟରନେଟ ଆଦି ଡାଟାରେ ତାରତମ୍ୟ ବେଶ ରହୁଛି । ମୋବାଇଲ କନେକ୍ସନ ଓ ଇଣ୍ଟରନେଟ 2018ରେ ଯାହା ଥାଏ, ତାହା କମିବା ବିଶ୍ବାସଯୋଗ୍ୟ ନୁହେଁ । ଏହାକୁ ନେଇ ରାଜନୀତି କରିବା କଥା ନୁହେଁ ।2019ରେ ଇଜ ଅଫ ଡୁଇଂ ବିଜନେସରେ 92.08ପ୍ରତିଶତ ମିଳିଲା । 2020ରେ 0 କେମିତି ହେଲା ବୋଲି ଅମର ପ୍ରଶ୍ନ କରଛନ୍ତି । ତା ମାନେ କଣ ରାଜ୍ୟରେ ଶିଳ୍ପ ହୋଇନି ବୋଲି ପ୍ରଶ୍ନ କରିଛନ୍ତି ଅମର ।

କୋରନା ସମୟରେ ଆମେ ମହାରାଷ୍ଟ୍ର ସମେତ ଓଡିଶାର ରିପୋର୍ଟ ଆସିଛି । ରାଜ୍ୟ ସରକାରଙ୍କ ମମତା ଓ ବିଜୁ ସ୍ଵାସ୍ଥ୍ୟ ଯୋଜନା ଅନ୍ତର୍ଜାତୀୟ ସଂସ୍ଥା ପ୍ରଶଂସା କରିଛନ୍ତି । ସ୍ବାସ୍ଥ୍ୟ କ୍ଷେତ୍ରରେ କେନ୍ଦ୍ର ସରକାରଙ୍କ ସ୍କିମ ପୂର୍ବରୁ ରାଜ୍ୟ ସରକାର ନିଜସ୍ବ ଯୋଜନା କାର୍ଯ୍ୟକାରୀ କରିଛନ୍ତି । ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସକେୟାଇ), ମମତା ଯୋଜନା କାର୍ଯ୍ୟାକାରୀ ହେଉଥିଲେ ସୁଦ୍ଧା ଏହାକୁ ନୀତି ଆୟୋଗ ରିପୋର୍ଟରେ ଅଧ୍ୟୟନକୁ ନେଇ ନାହାନ୍ତି । ଆୟୋଗ ପକ୍ଷରୁ ହୋଇଥିବା ଅନୁଧ୍ୟାନରେ ରାଜ୍ୟ ସରକାରଙ୍କ ଯୋଜନାକୁ ବାଦ ଦେଇ କେବଳ କେନ୍ଦ୍ର ଯୋଜନାକୁ ଆଧାର କରାଯାଇଛି । ଏହା ପରିପକ୍ବାତା । ଓଡିଶା ରକ୍ତହୀନତା ନିରାକରଣରେ ପଛୁଆ ଅଛି ବୋଲି ରିପୋର୍ଟରେ ପ୍ରକାଶ ପାଇଥିବା କଥାକୁ ଖଣ୍ଡନ କିରଛନ୍ତି ଅମର । ସେ କହିଛନ୍ତି ରକ୍ତହୀନତା ମୁକ୍ତ ଭାରତରେ ଦ୍ଵିତୀୟରେ ରହିଛି ରାଜ୍ୟ । ତଥ୍ୟ ଠିକ ଆସୁ । ଆହୁରି କିପରି ଉନ୍ନିତି କରି ହେବ ସେ ଦିଗରେ ଚିନ୍ତା କରାଯାଉ ବୋଲି ମତ ରଖିଛନ୍ତି ଅମର ।

ରାଜ୍ୟ ବିଜେପି କି ଅନ୍ୟ ଦଳ, ଯେଉଁମାନେ ରାଜ୍ୟ ବିଷୟରେ ଭାବିବା କଥା କହିଛନ୍ତି, ସେମାନେ ମିଛରେ ବନ୍ୟାରେ ନ ଭାସନ୍ତୁ । ଏହି ରିପୋର୍ଟର ସଠିକ ବ୍ୟବହାର ହେବେ ଯଦି ତଥ୍ୟ ପ୍ରଦାନରେ ଉନ୍ନତି ହେବ । ଓଡ଼ିଶା ବହୁ କ୍ଷେତ୍ରରେ କେନ୍ଦ୍ର ସରକାରଙ୍କ ଠାରୁ ଆଗରୁ ଅଛୁ ବୋଲି ଅମର କହିଛନ୍ତି ।ବିପର୍ଯ୍ୟୟ ମୁକାବିଲାରେ ରାଜ୍ୟ ଭଲ କରିଛି । ତାକୁ ଆଧାର କରି କୃଷିର ଉନ୍ନତି ସମ୍ପର୍କରେ କିଛି ନାହିଁ । ଆଉଟ ପୁଟକୁ ଗୁରୁତ୍ବ ନ ଦେଇ ଆଉଟକମକକୁ ଗୁରୁତ୍ବ ଦିଆଯାଉ । ଡାଟା ଟ୍ରାଙ୍ଗୁଲେସନ କରାଯାଉ । ନୀତି ଆୟୋଗ କେସ ଷ୍ଟଡି କରି କାମ କରୁଥିବା ନେଇ ମୁଁ ଆଶା କରୁଛି । କୋଭ୍ୟାକ୍ସିନର ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (WHO) ମାନ୍ୟତା ନ ଥିବାରୁ ଆମ ଛାତ୍ରଛାତ୍ରୀ ବିଦେଶ ଯାଇ ପାରୁ ନାହାଁନ୍ତି । ସେ ଦିଗରେ ନୀତି ଆୟୋଗ ଧ୍ୟାନ ଦେବା ଆବଶ୍ୟକ ବୋଲି କହିଛନ୍ତି ଅମର ।

SDG ରିପୋର୍ଟ ରାଜନୈତିକ ରିପୋର୍ଟ ନୁହେଁ । ତଥ୍ୟ ଭୁଲ ଉପସ୍ଥାପନ ନକରି ଗ୍ରାଉଣ୍ଡ ତଥ୍ୟକୁ ନେଇ ଅନୁଧ୍ୟାନ ଆବଶ୍ୟକ ବୋଲି ମଧ୍ୟ ସେ କହିଛନ୍ତି । ଯେଉଁମାନେ ଏହାକୁ ନେଇ ରାଜନୀତି କରୁଛନ୍ତି ଏହା ଅପରିପକ୍ବତା । ଡାଟା କ୍ବାଲିଟିକୁ ଉନ୍ନତ କଲେ ସଠିକ ତଥ୍ୟ ଜଣାପଡିବ । ବହୁ କ୍ଷେତ୍ରରେ ଓଡିଶା କେନ୍ଦ୍ରଠୁ ଭଲ ଅଛି । ଆଉଟପୁଟ ଅପେକ୍ଷା ଆଉଟ କମ ଜରୁରୀ । ଯଦି ଗାଁରେ କିଛି ବିକାଶ ହୋଇନି ଏସ୍ଡ଼ିଜିକୁ ଗାଁ ସ୍ତରକୁ ନେବାକୁ ପଡିବ । ଅପରାଜିତା ହୁଏତ ପଢି ନାହାନ୍ତି । ଅପରାଜିତା ଷଡଙ୍ଗୀ ଯେଉଁ ଭିତ୍ତିରେ କହୁଛନ୍ତି, ଗାଁ ସ୍ତରରେ ଯଦି କିଛି ଭଲ ହୋଇନି, ତାହେଲେ SDG ଗାଁ ଯାଏ ଯିବା ଦରକାର ।

ସେହିପରି ଅମର କହିଛନ୍ତି ଉତ୍ତର ପ୍ରଦେଶ ବହୁତ ଖରାପ କରିଛି । ହେଲେ ସେ କଥା କହି ଆମେ ରାଜନୀତି କରିବାକୁ ଚାହୁଁନୁ । ରାଜ୍ୟ ଓ କେନ୍ଦ୍ର ସରକାର ମିଶିକି କାମ କରିବା ଦରକାର । କାରଣ କିଛି କ୍ଷେତ୍ରର ରିପୋର୍ଟ କେନ୍ଦ୍ର ସରକାର ବି ଦେଉଛନ୍ତି । ଲୋକଙ୍କୁ ପଚାରା ଯାଉ, ଯାହା ହୋଇଛି ।କିପରି ଫିଲଡ଼ରୁ ଭଲ ଭାବେ ଡାଟା କଲେକ୍ଟ ହୋଇ ପାରିବ ସେ ନେଇ କେନ୍ଦ୍ର ଓ ରାଜ୍ୟ ପ୍ରୟାସ କରିବା ଆବଶ୍ୟକ । ରିପୋର୍ଟକୁ ରାଜନୀତିକରଣ କରାନଯାଇ ଭଲ ଭାବେ ପଢ଼ାଯାଉ । ନୀତି ଆୟୋଗ ସିଇଓ କହିଛନ୍ତି ଯେ, ସସ୍ଟେନେବୁଲ ଡେଭଲପମେଣ୍ଟ କେନ୍ଦ୍ର ଓ ରାଜ୍ୟ ମିଶିକି କରିବାକୁ ପଡିବ । ଏସଡିଜି ରାଜ୍ୟ ଓ କେନ୍ଦ୍ର ସ୍ତରରେ ନରହି ଗ୍ରାମାଞ୍ଚଳକୁ ଯିବା ଆବଶ୍ୟକ । କୌଣସି ରିପୋର୍ଟରେ ଡାଟା ଆସିଲେ କିପରି ଗ୍ରାଉଣ୍ଡ ରିଅଲିଟିରେ ପହଞ୍ଚି ହେବ ସେ ବାବଦରେ ପ୍ରୟାସ କରାଯିବା ଆବଶ୍ୟକ ବୋଲି କହିଛନ୍ତି ଅମର ପଟ୍ଟନାୟକ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.