ଭୁବନେଶ୍ବର: ଆଉ କିଛି ଦିନ ପରେ ନୂଆ ଲୁକରେ ଦେଖାଦେଇଥାନ୍ତା ଭୁବନେଶ୍ୱରର ସାଇନ୍ସ ପାର୍କ । ଧୀରେ ଧୀରେ ନିଜେ ମହତ୍ତ୍ୱ ହରାଇ ବସିଥିବା ସ୍ମାର୍ଟ ସିଟର ସାଇନ୍ସ ପାର୍କ ସହ ଲୋକଙ୍କୁ ଆହୁରି ଯୋଡିବା ପାଇଁ ନୂଆ ନୂଆ ମଡେଲ ଖେଲିବାର ଯୋଜନା ଥିଲା । ଏହାର କାମ ମଧ୍ୟ ଆରମ୍ଭ ହୋଇସାରିଥିଲା । କିନ୍ତୁ ସବୁକିଛି ବିଗାଡି ଦେଲା ସାମୁଦ୍ରିକ ଝଡ ଫନି ।
1989 ରେ ତିଆରି ହୋଇଥିବା ଏହି ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର ବା ସାଇନ୍ସ ପାର୍କରେ ଏବେ 4 ଟି ଗ୍ୟାଲେରୀରେ 180 ଟି ମଡେଲ ରହିଥିବା ବେଳେ ଆସନ୍ତା ସେପ୍ଟେମ୍ବର ସୁଦ୍ଧା ଆହୁରି ଅନେକ ନୂଆ ନୂଆ ମଡେଲ ସବୁ ତିଆରି ହେବାର ଯୋଜନା ରହିଥିଲା । ମିରର ଗ୍ୟାଲେରୀ ସହ କୁନି କୁନି ପିଲାଙ୍କୁ କିଭଳି ଏହି ପାର୍କ ସହ ଯୋଡ଼ି ହେବେ ସେ ନେଇ ମଧ୍ୟ ଲକ୍ଷ୍ୟ ରଖାଯାଇଥିଲା ।
କିନ୍ତୁ ବାତ୍ୟା ପରେ ସାଇନ୍ସ ପାର୍କର ଅବସ୍ଥା ସଙ୍ଗୀନ ହୋଇ ପଡିଛି। ପ୍ରାୟ ସମସ୍ତ ବୈଜ୍ଞାନିକ ଉପକରଣ ଭାଙ୍ଗି ଯାଇଛି । ରାଶି ନକ୍ଷତ୍ର ଘର, ପିଲାଙ୍କ ଦୋଳି ଆଦି ଅନେକ ସାମଗ୍ରୀ ଉପୁଡି ପଡ଼ିଛି । ତେବେ ଏହାର ସମ୍ପୁର୍ଣ୍ଣ ସ୍ଥିତି ସୁଧୁରିବାକୁ ଆଉ କେତେ ଦିନ ଲାଗିବ ତାହା ଆଗାମୀ ଦିନରେ ଜଣା ପଡିବ ।
ଭୁବନେଶ୍ବରରୁ ଶତରୂପା ଶାମନ୍ତରାୟ, ଇଟିଭି ଭାରତ