ଭୁବନେଶ୍ବର: ଆସନ୍ତାକାଲି(ସୋମବାର) ରାଜ୍ୟରେ ଖୋଲିବ ସ୍କୁଲ । ଆସନ୍ତାକାଲି ଠାରୁ ସକାଳ ୬ରୁ ୯ ଯାଏଁ ସ୍କୁଲ ଚାଲିବ । ଏନେଇ ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ ବିଷ୍ଣୁପଦ ସେଠୀ ।
ଆଗାମୀ ଦିନରେ ଲଘୁଚାପ ରହିଥିବାରୁ ତାତି କମିବାର ସମ୍ଭାବନା ରହିଛି । ଫଳରେ ପିଲାଙ୍କ ପାଇଁ ଗ୍ରୀଷ୍ମ ପ୍ରବାହର ରିସ୍କ ରହିବ ନାହିଁ । ସେଥିପାଇଁ ସୋମବାର ଠାରୁ ରାଜ୍ୟରେ ସ୍କୁଲ ଖୋଲିବାକୁ ନିଷ୍ପତି ନେଇଛନ୍ତି ସରକାର ।
ଆସନ୍ତାକାଲି ଠାରୁ ଜୁନ ୬ ତାରିଖ ପର୍ଯ୍ୟନ୍ତ ପିଲାଙ୍କ ଦୁଇ ବର୍ଷର ପାଠପଢ଼ା କ୍ଷତି ଭରଣା କରାଯିବ । କୋରୋନା କାଳରେ ଛାତ୍ରଛାତ୍ରୀ ମାନେ ଦୁଇ ବର୍ଷ ଧରି ପାଠ ପଢିନାହାନ୍ତି । ସେଥିପାଇଁ ଚଳିତବର୍ଷ ପାଠପଢା ଅଧିକ ପ୍ରଭାବିତ ନହେବାକୁ ଲକ୍ଷ୍ୟ ରଖିଛନ୍ତି ସରକାର ।
ଭୁବନେଶ୍ବରରୁ ବିକାଶ କୁମାର ଦାସ