ETV Bharat / city

ସରିଲା ପ୍ରସ୍ତୁତି, ଆସନ୍ତାକାଲି ଠାରୁ ପାଠପଢ଼ା ଆରମ୍ଭ - ପିଲାଙ୍କୁ ଅଭିଭାବକଙ୍କ ଅନୁମତି ଆବଶ୍ୟକ

କୋରୋନା ମହାମାରୀ ମଧ୍ୟରେ ରାଜ୍ୟରେ ଖୋଲିବାକୁ ଯାଉଛି ଦଶମ ଓ ଦ୍ଵାଦଶ ଶ୍ରେଣୀ। ବିଭିନ୍ନ ସ୍କୁଲ ଓ କଲେଜ ପକ୍ଷରୁ ଚାଲିଛି ବ୍ୟାପକ ପ୍ରସ୍ତୁତି। ଅଧିକ ପଢନ୍ତୁ...

ସରିଲା ପ୍ରସ୍ତୁତି, ଆସନ୍ତା କାଲି ଠାରୁ ପାଠପଢ଼ା ଆରମ୍ଭ

author img

By

Published : Jul 25, 2021, 6:07 PM IST

ଭୁବନେଶ୍ବର: ରାଜ୍ୟରେ କୋରୋନା କମିନାହିଁ, ତଥାପି ଶ୍ରେଣୀ ଗୃହରେ ପାଠ ପଢିବେ ପିଲାମାନେ । କୋରୋନା ମହାମାରୀ ଭିତରେ ଦଶମ ଓ ଦ୍ଵାଦଶ ଶ୍ରେଣୀ ପାଇଁ ଖୋଲିବାକୁ ଯାଉଛି ସ୍କୁଲ । ସିଧାସଳଖ ଶ୍ରେଣୀ ଗୃହରେ ପାଠ ପଢିବେ ଛାତ୍ରଛାତ୍ରୀ । ପାଠପଢା ପୂର୍ବରୁ ସମସ୍ତ ପ୍ରସ୍ତୁତି ସରିଛି । ରାତି ପାହିଲେ ଖୋଲିବ ସ୍କୁଲ । ସରକାରଙ୍କ ଗାଇଡ଼ ଲାଇନ ଅନୁସାରେ ଶ୍ରେଣୀ ଗୃହ ଗୁଡିକର ସାନିଟାଇଜ କରାଯାଉଛି । ପିଲାଙ୍କ ପାଇଁ ମାସ୍କ ବାଧ୍ୟତାମୂଳକ ହେବା ସହ ସାମାଜିକ ଦୂରତା ରକ୍ଷା କରି କ୍ଳାସରେ ପାଠପଢା ଆରମ୍ଭ ହେବ । ସ୍କୁଲକୁ କିପରି ଭାବରେ ଛାତ୍ରଛାତ୍ରୀ ଆସିବେ, କିପରି ପ୍ରସ୍ତୁତ ହୋଇ ଆସିବେ, ସେ ନେଇ ଅଭିଭାବକଙ୍କ ମତାମତ ବାଧ୍ୟତାମୂଳକ ରହିଛି ।

ସରିଲା ପ୍ରସ୍ତୁତି, ଆସନ୍ତା କାଲି ଠାରୁ ପାଠପଢ଼ା ଆରମ୍ଭ

ଏନେଇ ଡ଼ିଇଓ ଏବଂ ବିଇଓଙ୍କ ସହ ଜିଲ୍ଲାପାଳଙ୍କ ଏକ ବୈଠକ ବସିଥିଲା। ତେବେ ସ୍କୁଲରେ ଯେଭଳି ଭାବରେ କୌଣସି ଅସୁବିଧା ନହୁଏ ଓ ଛାତ୍ରଛାତ୍ରୀଙ୍କର ସ୍ୱାସ୍ଥ୍ୟ କ୍ଷେତ୍ରରେ କୌଣସି ବି ଅସୁବିଧା ଦେଖିଲେ ତୁରନ୍ତ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ବିଇଓ । ବିଜେବି କଲେଜର ପ୍ରିନ୍ସପାଲ କହିଛନ୍ତି ଯେ, ପିଲାଙ୍କର ପ୍ରଥମ କାର୍ଯ୍ୟ ଅଭିଭାବକଙ୍କର ଅନୁମତି ଆଣିଥିବା ଆବଶ୍ୟକ। କ୍ଳାସ ପାଇଁ ସମୟ ନିର୍ଦ୍ଧାରଣ କରାଯାଇଛି । ଯେଉଁ ପିଲାମାନେ ଆସି ପାରିବେନି ସ୍କୁଲ ଓ କଲେଜକୁ ସେମାନଙ୍କ ପାଇଁ ୟୁଟ୍ୟୁବ କ୍ଳାସ ମାଧ୍ୟମରେ ପଢି ପାରିବେ। ଉଭୟ ଅନଲାଇନ ଓ ଅଫଲାଇନ ମାଧ୍ୟମରେ କ୍ଳାସ ଚାଲିବ ଏବଂ ଆଇସୋଲେସନ ରୁମ ମଧ୍ୟ କରାଯାଇଛି । କଲେଜକୁ ପ୍ରବେଶ କରିବା ପୂର୍ବରୁ ଦୁଇଟି ଲାଇନ କରାଯାଇଛି । ସେଠାରେ ପିଲାଙ୍କୁ ସାନିଟାଇଜ ଓ ମାସ୍କ ଯାଞ୍ଚ କରାଯିବ ବୋଲି କହିଛନ୍ତି ବିଜେବି ଜୁନିଅର କଲେଜର ପ୍ରିନ୍ସିପାଲ ରଞ୍ଜନ ବଳ।

ଅନ୍ୟପଟେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି ଯେ, କାଲିଠାରୁ ଖୋଲୁଛି ସ୍କୁଲ । ଏଥିପାଇଁ ଅଭିଭାବକଙ୍କ ଅନୁମତି ଆବଶ୍ୟକ । ସ୍କୁଲରେ ସାମାଜିକ ଦୂରତା ବଜାଇ ରଖିବା ସହ ମାସ୍କ ପିନ୍ଧିବା ବାଧ୍ୟତାମୂଳକ । ସ୍କୁଲ ଖୋଲିବା ପରେ ପର୍ଯ୍ୟାୟକ୍ରମେ ଜିଲ୍ଲା ନୋଡାଲ ଅଧିକାରୀ ସ୍କୁଲକୁ ଗସ୍ତ କରିବେ। ସେହିପରି କୋଭିଡ ସ୍ଥିତି ଦେଖି ବିଦ୍ୟାଳୟ ଖୋଲିବା ନିଷ୍ପତି ନେବେ ଜିଲ୍ଲାପାଳ । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଦୀର୍ଘ ଦିନ ହେବ ରାଜ୍ୟରେ ସ୍କୁଲ କଲେଜ ବନ୍ଦ ରହିଥିଲା। ବର୍ତ୍ତମାନ ରାଜ୍ୟରେ ସଂକ୍ରମଣ କମ ଥିବାରୁ ତାହାକୁ ଦୃଷ୍ଟିରେ ରଖି କେବଳ ଦଶମ ଓ ଦ୍ଵାଦଶ ଶ୍ରେଣୀ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି। ସ୍କୁଲ ଖୋଲିବ ହେଲେ ପ୍ରାର୍ଥନା କିମ୍ବା ଟିଫିନ ବ୍ରେକ ହେବ ନାହିଁ । ଏଭଳି 10ଟାରୁ ଆରମ୍ଭ କରି ମଧ୍ୟାହ୍ନ 1ଟା ପର୍ଯ୍ୟନ୍ତ ଚାଲିବ କ୍ଳାସ। ଆଗକୁ ଯଦି ପରିସ୍ଥିତି ନିୟନ୍ତ୍ରଣାଧୀନ ରୁହେ ତେବେ ନବମ ଶ୍ରେଣୀ ଖୋଲାଯିବା ନେଇ ସୂଚନା ମିଳିଛି।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.