ETV Bharat / city

ଖୋଲିଲା ଶିକ୍ଷାନୁଷ୍ଠାନ: ସ୍କୁଲ ବୁଲିଲେ, ସ୍ଥିତି ପରଖିଲେ ଗଣଶିକ୍ଷା ମନ୍ତ୍ରୀ - ସ୍କୁଲ ବୁଲିଲେ ସ୍ଥିତି ପରଖିଲେ ଗଣଶିକ୍ଷା ମନ୍ତ୍ରୀ

କୋରୋନାର ତୃତୀୟ ଲହର ଭିତରେ ଆଜିଠୁ ପୁଣି ଖୋଲିଛି ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ । ଏହାରି ଭିତରେ ଗୋପ ନିଗମାନନ୍ଦ ହାଇସ୍କୁଲ ବୁଲିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ । ପାଠପଢା ସହିତ ସମସ୍ତ ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ଗଣଶିକ୍ଷାମନ୍ତ୍ରୀ । ଅଧିକ ପଢନ୍ତୁ

ସ୍କୁଲର ବୁଲିଲେ ସ୍ଥିତି ପରଖିଲେ ଗଣଶିକ୍ଷା ମନ୍ତ୍ରୀ

author img

By

Published : Feb 7, 2022, 12:56 PM IST

Updated : Feb 7, 2022, 1:02 PM IST

ଭୁବନେଶ୍ବର: କୋରୋନାର ତୃତୀୟ ଲହର ଭିତରେ ଆଜିଠୁ ପୁଣି ଖୋଲିଛି ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ । ବହି ବସ୍ତାନୀ ଧରି ସ୍କୁଲ ଯାଇଛନ୍ତି ପିଲାଏ । କୋରୋନା କଟକଣା ମାନି କ୍ଳାସରୁମରେ ପାଠ ପଢୁଛନ୍ତି ବିଦ୍ୟାର୍ଥୀ । ଏହାରି ଭିତରେ ଗୋପ ନିଗମାନନ୍ଦ ହାଇସ୍କୁଲ ବୁଲିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ । ପାଠପଢା ସହିତ ସମସ୍ତ ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ଗଣଶିକ୍ଷାମନ୍ତ୍ରୀ ।

ସ୍କୁଲ ବୁଲିଲେ, ସ୍ଥିତି ପରଖିଲେ ଗଣଶିକ୍ଷା ମନ୍ତ୍ରୀ

ସ୍କୁଲ ଗସ୍ତ କରି କିପରି ଚାଲିଛି ପାଠପଢା ସମସ୍ତ ସ୍ଥିତି ପରଖିଛନ୍ତି ଶିକ୍ଷାମନ୍ତ୍ରୀ । ପ୍ରଥମ ଦିନରେ ୮୦ ପ୍ରତିଶତ ପିଲା ସ୍କୁଲ ଆସିଛନ୍ତି । ଏହା ଏକ ସକାରତ୍ମକ ସଙ୍କେତ ବୋଲି କହିଛନ୍ତି ଗଣଶିକ୍ଷାମନ୍ତ୍ରୀ । କୋରୋନା କଟକଣାମାନି ଶ୍ରେଣୀଗୃହ ପାଠପଢା ଆରମ୍ଭ ହୋଇଛି । ଯେହେତୁ ପାଠପଢା ଆରମ୍ଭ ହୋଇଛି ତେଣୁ ଖୁବ ଶୀଘ୍ର ଦ୍ବିତୀୟ ସମେଟିଭ ପରୀକ୍ଷା ଦେବାକୁ ପିଲାମାନେ ଏକଦମ ପ୍ରସ୍ତୁତ ଥିବା କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ।

କୋର୍ସ ସାରିବା ବାବଦରେ ଶିକ୍ଷାମନ୍ତ୍ରୀ କହିଛନ୍ତି ସ୍କୁଲ ଖୋଲିଛି କୋର୍ସ ସାରିବା ନେଇ କୌଣସି ସମସ୍ୟା ଉପୁଜିବ ନାହିଁ । ଠିକ ସମୟରେ କୋର୍ସ ଶେଷ ହେବ । ଅନଲାଇନରେ ପଢୁଥିବା ପିଲାମାନେ ସେମାନଙ୍କ ଡାଉଟ କ୍ଲିୟର କରିବେ । ଅଭିଭାବକଙ୍କ ଅନୁମତି ନେଇ ସେମାନେ ସ୍କୁଲ ଆସିବେ ବୋଲି । ପ୍ରଥମ ଦିନରେ ଗୋପ ନିଗମାନନ୍ଦ ଉଚ୍ଚ ବିଦ୍ୟାଳୟରେ ଏତେ ସଂଖ୍ୟକ ପିଲା ସ୍କୁଲ ଆସିବା ଏକ ଭଲ ସଙ୍କେତ ବୋଲି କହିଛନ୍ତି ଗଣଶିକ୍ଷାମନ୍ତ୍ରୀ ।

ଭୁବନେଶ୍ବରରୁ ବିକାଶ କୁମାର ଦାସ,ଇଟିଭି ଭାରତ

Last Updated : Feb 7, 2022, 1:02 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.