ETV Bharat / city

+2 ଛାତ୍ରଛାତ୍ରୀ ସଂଖ୍ୟା ହ୍ରାସ ଡ୍ରପ ଆଉଟ କୁହାଯାଇ ନପାରେ: ଗଣଶିକ୍ଷା ମନ୍ତ୍ରୀ

author img

By

Published : Mar 17, 2021, 10:33 PM IST

ବିଧାନସଭାରେ ରାଜ୍ୟର ଶିକ୍ଷା ବ୍ୟବସ୍ଥାକୁ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀଙ୍କୁ ପ୍ରଶ୍ନ ପଚାରିଛନ୍ତି ବିଧାୟକ ପ୍ରଫୁଲ୍ଲ ସାମଲ । ସେ ରାଜ୍ୟର ପ୍ରଥମର ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ଚାଲୁଥିବା ଶିକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ କରିଛନ୍ତି ଓ ଡ୍ରପ ଆଉଟକୁ ନେଇ ସରକାର କଣ ପଦକ୍ଷେପ ନେଇ ସେ ବିଷୟରେ ପ୍ରଶ୍ନ କରିଛନ୍ତି । ଅଧିକ ପଢନ୍ତୁ...

school and mass education minister samir dash answer on assembly question
+2 ଛାତ୍ରଛାତ୍ରୀ ସଂଖ୍ୟା ହ୍ରାସ ଡ୍ରପ ଆଉଟ କୁହାଯାଇ ନପାରେ: ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ବର: ଆଜି ବିଧାନସଭାରେ ରାଜ୍ୟର ଶିକ୍ଷା ବ୍ୟବସ୍ଥାକୁ ନେଇ ଗଣଶିକ୍ଷା ମନ୍ତ୍ରୀଙ୍କୁ ପ୍ରଶ୍ନ ପଚାରିଛନ୍ତି ବିଧାୟକ ପ୍ରଫୁଲ୍ଲ ସାମଲ । ସେ ରାଜ୍ୟର ପ୍ରଥମରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ଚାଲୁଥିବା ଶିକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ କରିଛନ୍ତି । ବିଧାନସଭାରେ ବିଜେଡି ବିଧାୟକ ପ୍ରଫୁଲ୍ଲ ସାମଲ ଛାତ୍ରଛାତ୍ରୀ ଅନୁପାତ ସହ କେତେ ବିଦ୍ୟାଳୟ ରହିଛି ଏବଂ କେତେ ପ୍ରାଥମିକ ବିଦ୍ୟାଳୟ,ଉଚ୍ଚ ପ୍ରାଥମିକ ବିଦ୍ୟାଳୟ,ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ନେଇ ପ୍ରଶ୍ନ କରିଛନ୍ତି । ଏହା ସହ ଯୁକ୍ତ ଦୁଇ ଜୁନିୟର କଲେଜ ଓ ଅଧାରୁ ପାଠ ଛାଡୁ ଥିବା ଛାତ୍ରଛାତ୍ରୀଙ୍କୁ ନେଇ କଣ ପଦକ୍ଷେପ ନିଆଯାଉଛି ସେ ନେଇ ପ୍ରଶ୍ନ କରିଛନ୍ତି ।

ରାଜ୍ୟର ପ୍ରାଥମିକ ଶିକ୍ଷା ସହ ମାଧ୍ୟମିକ ଶିକ୍ଷା ବ୍ୟବସ୍ଥାକୁ ନେଇ ଉତ୍ତର ରଖିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ । ରାଜ୍ୟରେ ସମୁଦାୟ 33340 ପ୍ରାଥମିକ ବିଦ୍ୟାଳୟ ଅଛି ଏବଂ ଏଥିରେ 14,19,964 ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି । ସେହିପରି ରାଜ୍ୟରେ 21,719ଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରହିଛି ଓ ସେଥିରେ ସମୁଦାୟ 2804594 ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି । ରାଜ୍ୟରେ ମୋଟ 8076 ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରହିଛି ଓ ସେଥିରେ 11,03,740 ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି । ରାଜ୍ୟରେ 2032ଟି +2 ଜୁନିୟର ମହାବିଦ୍ୟାଳୟ ଅଛି ସେଥିରେ 687586 ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି ।

ପ୍ରାଥମିକ ସ୍ତରରେ ଅଧାରୁ ପାଠ ଛାଡୁଥିବା ଛାତ୍ରଛାତ୍ରୀ ମାନଙ୍କ ପାଇଁ ସରକାରଙ୍କ ତରଫରୁ ନିଆଯାଉଛି । ସମଗ୍ର ଶିକ୍ଷା ମାଧ୍ୟମରେ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମ କରାଯାଉଛି । ମାଧ୍ୟମିକ ସ୍ତରରେ ଡ୍ରପ ଆଉଟ ରୋକିବା ପାଇଁ ସରକାରଙ୍କ ତରଫରୁ ନିଆଯାଇଥିବା ପଦକ୍ଷେପ ଗୁଡିକ ହେଲା ଛାତ୍ରଛାତ୍ରୀଙ୍କୁ ସାଇକେଲ ଯୋଜନା ସହ ଆଦିବାସୀ ଛାତ୍ରଛାତ୍ରୀ ମାନଙ୍କୁ ସ୍କୁଲ ଫି ଛାଡ ସହ ମାଗଣା ପାଠ୍ୟପୁସ୍ତକ ଯୋଗାଇବା ସହ ଷ୍ଟାଇପେଣ୍ଡ ଯୋଗାଇ ଦିଆଯାଉଛି । +2 କଲେଜରେ ଛାତ୍ରଛାତ୍ରୀ ସଂଖ୍ୟା ହ୍ରାସକୁ ଡ୍ରପ ଆଉଟ କୁହାଯାଇ ନ ପାରେ କାରଣ ଏହି ସମୟରେ ବହୁତ ଛାତ୍ରଛାତ୍ରୀ ଡିପ୍ଲୋମା ଏଏନଏମ ଆଇଟିଆଇ ପ୍ରଭୃତି ପାଠ୍ୟକ୍ରମରେ ଯୋଗଦେଉଛନ୍ତି ।

ଭୁବନେଶ୍ବରରୁ ତପନ କୁମାର ଦାସ,ଇଟିିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.