ETV Bharat / city

ବନ୍ୟା ନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗର ପ୍ରସ୍ତୁତି

ବନ୍ୟା ନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗର ପ୍ରସ୍ତୁତି । ପ୍ରଭାବିତ ଜିଲ୍ଲାର ସ୍କୁଲ ଘରକୁ ପ୍ରଶାସନ ଲାଗି ଉପଲବ୍ଧ କରାଇବାକୁ DEO, DPC ଓ BEO ମାନଙ୍କୁ ନିର୍ଦ୍ଦେଶ ଜାରି । ଅଧିକ ପଢନ୍ତୁ

author img

By

Published : Aug 18, 2022, 8:41 AM IST

ବନ୍ୟା ନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗର ପ୍ରସ୍ତୁତି
ବନ୍ୟା ନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗର ପ୍ରସ୍ତୁତି

ଭୁବନେଶ୍ବର: ସମ୍ଭାବ୍ୟ ବର୍ଷା ଓ ବନ୍ୟାକୁ ଦୃଷ୍ଟିରେ ରଖି ସ୍କୁଲ ଓ ଗଣଶିକ୍ଷା ବିଭାଗର ପ୍ରସ୍ତୁତି । ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ(DEO), ଜିଲ୍ଲା ପ୍ରକଳ୍ପ ସଂଯୋଜକ(DPC) ଓ ବ୍ଲକ ଶିକ୍ଷା ଅଧିକାରୀ(BEO)ମାନଙ୍କୁ ନିର୍ଦ୍ଦେଶ ଜାରି ହୋଇଛି । ପ୍ରଭାବିତ ଜିଲ୍ଲାରେ ଥିବା ସ୍କୁଲ ଘରକୁ ପ୍ରଶାସନ ଲାଗି ଉପଲବ୍ଧ କରାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ସ୍କୁଲ ଗୃହକୁ ଆଶ୍ରୟସ୍ଥଳ ଓ ରିଲିଫ୍ ବଣ୍ଟନ କାର୍ଯ୍ୟରେ ବ୍ୟବହୃତ ପାଇଁ କୁହାଯାଇଥିବା ବେଳେ ଆବଶ୍ୟକ ହେଲେ ସ୍କୁଲର ମଧ୍ୟାହ୍ନ ଭୋଜନ ସାମଗ୍ରୀ ଖର୍ଚ୍ଚ ହେବ । ବନ୍ୟା ପରେ ଏହାକୁ ଭରଣା କରାଯିବ ବୋଲି ନିର୍ଦ୍ଦେଶ ଦିଆଯାଇଛି ।

ବର୍ଷା ଯୋଗୁଁ ଯେପରି କୌଣସି ସ୍କୁଲର ଛାତ୍ରଛାତ୍ରୀଙ୍କ ଡକ୍ୟୁମେଣ୍ଟ ନଷ୍ଟ ନ ହୁଏ ସେଥିପ୍ରତି ଦୃଷ୍ଟି ଦେବାକୁ ମଧ୍ୟ ନିର୍ଦ୍ଦେଶ ରହିଛି । ସମ୍ଭାବ୍ୟ ବର୍ଷା ହେତୁ ଯେଉଁ କ୍ଷୟକ୍ଷତି ହେବ ତା'ର ରିପୋର୍ଟ ପ୍ରସ୍ତୁତ କରାଯିବ । ବର୍ଷା ଛାଡ଼ିଲା ପରେ DEO, DPC ଓ BEOମାନେ ରିପୋର୍ଟ ପ୍ରସ୍ତୁତ କରିବେ । ଏହାସହିତ ଜିଲ୍ଲାପାଳଙ୍କ ବିନା ଅନୁମତିରେ ଏହି ଅଧିକାରୀମାନେ ମୁଖ୍ୟାଳୟ ଛାଡ଼ିବେନି ବୋଲି ନିର୍ଦ୍ଦେଶ ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.