ETV Bharat / city

ରାଜଧାନୀରେ ସ୍କୁଲ ଓ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚର ବିକ୍ଷୋଭ ପ୍ରଦର୍ଶନ - ଅବସରକାଳୀନ ସୁବିଧା

ବିଭିନ୍ନ ଦାବି ନେଇ ସ୍କୁଲ ଓ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚ ପକ୍ଷରୁ ରାଜଧାନୀର ରାଜରାସ୍ତାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ରାଜ୍ୟରେ ଅଗଣିତ ଶିକ୍ଷକ ଓ ଅଧ୍ୟାପକମାନଙ୍କ ସହତ ବିଶ୍ବାସଘାତ ହୋଇଥିବା ନେଇ ଅଭିଯୋଗ ଆଣିଛି ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚ। ଅଧିକ ପଢ଼ନ୍ତୁ...

ରାଜଧାନୀରେ ସ୍କୁଲ ଓ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚ ବିକ୍ଷୋଭ ପ୍ରଦର୍ଶନ

author img

By

Published : Nov 27, 2020, 5:28 PM IST

ଭୁବନେଶ୍ବର: ବିଭିନ୍ନ ଦାବି ନେଇ ସ୍କୁଲ ଓ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚ ପକ୍ଷରୁ ରାଜଧାନୀ ରାଜରାସ୍ତାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ରାଜ୍ୟରେ ଅଗଣିତ ଶିକ୍ଷକ ଓ ଅଧ୍ୟାପକମାନଙ୍କ ସହିତ ବିଶ୍ବାସଘାତ ହୋଇଥିବା ନେଇ ଅଭିଯୋଗ ଆଣିଛି ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚ । ସପ୍ତମ ବେତନ ଆଧାରରେ ଦରମା, ଅବସରକାଳୀନ ସୁବିଧା, ଯୋଗ୍ୟ ବିବେଚିତ ସ୍କୁଲ ଓ କଲେଜକୁ ଅନୁଦାନ ଦେବାକୁ ରାଜ୍ୟ ସରକାର ଘୋଷଣା କରିଥିଲେ ରାଜ୍ୟ ସରକାର। ତେବେ ଏହାକୁ କାର୍ଯ୍ୟକାରୀ କରାଯାଉନଥିବା ଅଭିଯୋଗ ହୋଇଛି।

ରାଜଧାନୀରେ ସ୍କୁଲ ଓ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚ ବିକ୍ଷୋଭ ପ୍ରଦର୍ଶନ

ଗତ ନଭେମ୍ବର 19 ତାରିଖରେ ସ୍କୁଲ ଓ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚ ବିଭିନ୍ନ ସମସ୍ୟା ନେଇ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏହାକୁ ନେଇ ବିଦ୍ଧିବଧ ଭାବରେ ଏକ ଦାବିପତ୍ର ମଧ୍ୟ ପ୍ରଦାନ କରାଯାଇଥିଲା। ତେବେ ସରକାର ଏଦିଗରେ କୌଣସି ପଦକ୍ଷପ ନେଇ ନଥିବା ଅଭିଯୋଗ ହୋଇଛି। ତୁରନ୍ତ ସପ୍ତମ ବେତନ ଆଧାରରେ ଦରମା, ଅବସରକାଳୀନ ସୁବିଧା ସୁଯୋଗ, ସମସ୍ତ ଯୋଗ୍ୟ ବିବେଚିତ ବିଦ୍ୟାଳୟ ଓ ମହାବିଦ୍ୟାଳୟକୁ ଅନୁଦାନ, ପୂର୍ବ ଅନୁଦାନ ଆଇନରେ ସଂଶୋଧନ, ଖାଲି ପଡିଥିବା ଶିକ୍ଷକ ପଦବୀରେ ନିଯୁକ୍ତି ଦେବାକୁ ଦାବି କରିଛି ସ୍କୁଲ ଓ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚ।

ଏହାସହ ଶିକ୍ଷକ ଅଧ୍ୟାପକଙ୍କ ଅବସର ବୟସ 62 ବର୍ଷ କୁ ବୃଦ୍ଧି କରିବାକୁ ଦାବି ହୋଇଛି। ରାଜ୍ୟ ସରକାର ଶିକ୍ଷକ ମାନଙ୍କ ପ୍ରତି ନିର୍ଦ୍ଦୟ ହୋଇ ପଡ଼ିଥିବା ଅଭିଯୋଗ କରିଛନ୍ତି ଶିକ୍ଷକ। ଏହି ବର୍ଗର ଶିକ୍ଷକ ଅଧ୍ୟାପକ ଓ ଶିକ୍ଷା କର୍ମଚାରୀଙ୍କ ପ୍ରତି ରାଜ୍ୟ ସରକାର ଅନ୍ୟାୟ କରୁଥିବା ଅଭିଯୋଗ ହୋଇଛି। ଏହି ସବୁ ପୂରଣ ନହେଲେ ଆଗାମୀ ଦିନରେ ବ୍ୟାପକ ଆନ୍ଦୋଳନ କରିବାକୁ ଧମକ ଦିଆଯାଇଛି। ଦାବି ପୂରଣ ପାଇଁ 7 ଦିନର ମହଲତ ଦେଇଥିଲେ ରାଜ୍ୟ ସରକାର। ଏହି ଅବଧି ଶେଷ ହୋଇଥିବା ବେଳେ ରାଜ୍ୟ ସରକାର ନିଜ କଥା ରଖିବାରେ ଫେଲ ମାରିଥିବା ଅଭିଯୋଗ ହୋଇଛି।

ଭୁବନେଶ୍ବରରୁ ବିକାଶ କୁମାର ଦାଶ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.