ETV Bharat / city

ମନ୍ଦିର ପ୍ରବେଶ କରି ଗାଁରୁ ବାସନ୍ଦ ହେଲେ ଅନୁସୂଚିତ ପରିବାର

ଧମକ ପରେ ପୁଣି ମନ୍ଦିର ଯିବାରୁ ଅନୁସୂଚିତ ପରିବାରକୁ ଗ୍ରାମରୁ ବାସନ୍ଦ କରାଯାଇଥିବା ଅଭିଯୋଗ ହୋଇଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

dalit family
ମନ୍ଦିର ପ୍ରବେଶ ପରେ ଗ୍ରାମରୁ ବାସନ୍ଦ ଅନୁସୂଚିତ ପରିବାର
author img

By

Published : Dec 26, 2019, 11:49 PM IST

ଭୁବନେଶ୍ବର: ଆଧୁନିକ ସମୟରେ ଏବେବି ଗ୍ରାମାଞ୍ଚଳରେ ବଞ୍ଚି ରହିଛି ରୁଢିବାଦୀ ନୀତି । ଆଜିବି ଅନୁସୂଚିତ ଜାତିମାନଙ୍କୁ ମନ୍ଦିର ଯାଇ ପୂଜାର୍ଚ୍ଚନା କରିବାକୁ ବାରଣ କରାଯାଉଛି । ଏଭଳି ଅଭିଯୋଗ ଆସିଛି ନିମାପଡା ଥାନା ଭିଲିଗ୍ରାମରୁ । ବାରମ୍ବାର ଥାନା ଓ ପ୍ରଶାସନ ନିକଟରେ ଏନେଇ ଅଭିଯୋଗ ପରେ ବି ଫଳଶୂନ । ଆମ୍ବେଦକର ଲୋହିଆ ବିଚାର ମଞ୍ଚ ପକ୍ଷରୁ ଗୁରୁବାର ସ୍ଥାନୀୟ ଲୋହିଆ ଏକାଡେମୀ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏନେଇ ସୂଚନା ଦିଆଯାଇଛି ।

ମନ୍ଦିର ପ୍ରବେଶ ପରେ ଗ୍ରାମରୁ ବାସନ୍ଦ ଅନୁସୂଚିତ ପରିବାର

ସୂଚନାନୁସାରେ, ନିମାପଡା ଥାନା ଅନ୍ତର୍ଗତ ଭିଲିଗ୍ରାମର ଅନୁସୂଚିତ ଜାତିର ଲୋକମାନେ ଗତ ଅଗଷ୍ଟ ମାସରେ ଗ୍ରାମ ମନ୍ଦିରରେ ପଶି ପୂଜାର୍ଚ୍ଚନା କରିଥିଲେ । ଯାହାକୁ ନେଇ ସେମାନଙ୍କୁ ଧମକ ଚମକ ଦିଆଯାଇ ଏପରି ଆଉ ନ କରିବାକୁ କୁହାଯାଇଥିଲା । ପରବର୍ତ୍ତୀ ସମୟରେ ସେମାନେ ପୁଣି ମନ୍ଦିର ଯିବାରୁ ସେମାନଙ୍କୁ ଆକ୍ରମଣ କରାଯିବ ସହ ବିଭିନ୍ନ ପ୍ରକାର ସାମାଜିକ ଓ ଅର୍ଥନୈତିକ ବାସନ୍ଦ ଲଗାଇ ନିର୍ଯ୍ୟାତନା ଦିଆଯାଉଥିବା ଜଣାପଡ଼ିଛି ।

ଉକ୍ତ ଘଟଣା ଗଣଶିକ୍ଷା ମନ୍ତ୍ରୀଙ୍କ ପଞ୍ଚାୟତର ହୋଇଥିବାରୁ ମନ୍ତ୍ରୀଙ୍କ ଭାଇଙ୍କ ଇଙ୍ଗିତରେ ଏଭଳି ଘଟଣା ହେଉଥିବା ଏବଂ ନିମାପଡା ଥାନା, ପୁରୀ ଜିଲ୍ଲା ଆରକ୍ଷୀ ଅଧିକ୍ଷକ, ନିମାପଡା ଏସଡ଼ିପିଓଙ୍କୁ ଲିଖିତ ଭାବେ ଅଭିଯୋଗ କରାଯାଇଥିବା ବେଳେ ଏଯାବତ୍‌ ପ୍ରତିପକ୍ଷ ଆକ୍ରମଣକାରୀଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ । ତେଣୁ ଗୁରୁବାର ଆୟୋଜିତ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ପ୍ରଶାସନ ନିକଟରେ ଏହାର ସମାଧାନ ଦାବି କରିବା ସହ ସେମାନଙ୍କ ଅଧିକାର ହାସଲ କରିବା ଦିଗରେ ସହଯୋଗ ପାଇଁ ନିବେଦନ କରାଯାଇଛି । ଏଥିରେ ମଞ୍ଚର ସଭାପତି ସଂଗ୍ରାମ କେଶରୀ ମଲ୍ଲିକ ,ପ୍ରଫୁଲ୍ଲ ସାମନ୍ତରାୟ ଓ କୀର୍ତ୍ତନ ନାୟକ ପ୍ରମୁଖ ଉପସ୍ଥିତ ରହି ସେହି ପୀଡିତଙ୍କ ଦୁଃଖ ବିଷୟରେ ବର୍ଣ୍ଣନା କରିଥିଲେ ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

Intro:ଏବେବି ଗାଁ ମାନଙ୍କରେ ଦଳିତ ମାନଙ୍କୁ ମନ୍ଦିର ଯାଇ ପୂଜାର୍ଚ୍ଚନା କରାଯିବାରୁ ବାସନ୍ଦକରାଯାଉଥିବ ଅଭିଯୋଗ ଆସିଛି।ତେଣୁ ସେମାନଙ୍କୁ ଗ୍ରାମର ସବର୍ଣ୍ଣମାନେ ଆକ୍ରମଣ ଓ ଧମକ ଚମକ ଦେବା ସହ ସେମାନଙ୍କ ଉପରେ ଅର୍ଥନୈତିକ ବାସନ୍ଦ ଲଗାଇଥିବା ସେମାନେ ଥାନା ଓ ପ୍ରଶାସନ ନିକଟରେ ଅଭିଯୋଗ କରିଥିଲେ ସୁଦ୍ଧା କୌଣସି ସୁଫଳ ମିଳି ନଥିବା ଜଣାପଡିଛି।

Body:ଆମ୍ବେଦକର ଲୋହିଆ ବିଚାର ମଞ୍ଚ ପକ୍ଷରୁ ସ୍ଥାନୀୟ ଲୋହିଆ ଏକାଡେମୀ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନାଦେଇ କୁହାଯାଇଛି କି ନିମାପଡା ଥାନା ଅନ୍ତର୍ଗତ ଭିଲିଗ୍ରାମ ର ଦଳିତ ଲୋକମାନେ ଗତ ଅଗଷ୍ଟ ମାସରେ ଗ୍ରାମ ମନ୍ଦିରରେ ପଶି ପୂଜାର୍ଚ୍ଚନା କରିଥିଲେ।ଫଳରେ ସେମାନଙ୍କୁ ଧମକ ଚମକ ଦିଆଯାଇ ଏପରି ଆଉ ନ କରିବାକୁ କୁହାଯାଇଥିଲା।କିନ୍ତୁ ପରବର୍ତ୍ତୀ ସମୟରେ ସେମାନେ ପୁଣି ମନ୍ଦିର ଯିବାରୁ ସେମାନଙ୍କୁ ଆକ୍ରମଣ କରାଯିବ ସହ ବିଭିନ୍ନ ପ୍ରକାର ସାମାଜିକ ଓ ଅର୍ଥନୈତିକ ବାସନ୍ଦ ଲଗାଇ ନିର୍ଯ୍ୟାତନା ଦିଆଯାଉଥିବା ଜଣାପଡ଼ିଛି ।ଏହା ଗଣଶିକ୍ଷା ମନ୍ତ୍ରୀ ଙ୍କ ପଞ୍ଚାୟତର ଘଟଣା ହୋଇଥିବାରୁ ମନ୍ତ୍ରୀଙ୍କ ଭାଇଙ୍କ ଇଙ୍ଗିତରେ ଏଭଳି ଘଟଣା ହେଉଥିବା ଓ ନିମାପଡା ଥାନା,ପୁରୀ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ,ନିମାପଡା ଏସଡ଼ିପିଓ ଙ୍କୁ ଲିଖିତ ଭାବେ ଅଭିଯୋଗ କରାଯାଇଥିବା ବେଳେ ପ୍ରତିପକ୍ଷ ଆକ୍ରମଣକାରୀଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ହେଉନଥିବା କହିଛନ୍ତି।ତେଣୁ ଆଜିର ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ପ୍ରଶାସନ ନିକଟରେ ଏହାର ସମାଧାନ କରିବା ସହ ସେମାନଙ୍କ ଅଧିକାର ହାସଲ କରିବାରେ ସହଯୋଗ ପାଇଁ ନିବେଦନ କରାଯାଇଛି।
ଆଜିର ସାମ୍ବାଦିକ ସମ୍ମିଳନୀରେ ମଞ୍ଚର ସଭାପତି ସଂଗ୍ରାମ କେଶରୀ ମଲ୍ଲିକ ,ପ୍ରଫୁଲ୍ଲ ସାମନ୍ତରାୟ ଓ କୀର୍ତ୍ତନ ନାୟକ ପ୍ରମୁଖ ଉପସ୍ଥିତ ରହି ସେହି ପିଡିତଙ୍କ ଦୁଃଖ ବିଷୟରେ ବର୍ଣ୍ଣନା କରିଥିଲେ।
ଭୁବନେଶ୍ୱର ରୁ ଲକ୍ଷ୍ମୀକାନ୍ତ ଦାସ,ଇଟିଭି ଭାରତ।

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.