ETV Bharat / city

SCBରେ କିଡନୀ ରୋଗୀଙ୍କୁ ଶସ୍ତା ଔଷଧ ଦିଆଯାଉଥିବା ଅଭିଯୋଗ

author img

By

Published : Jul 14, 2022, 7:47 PM IST

SCBରେ ଚିକିତ୍ସିତ ହୋଇ କିଡନୀ ପ୍ରତିରୋପଣ କରିଥିବା ବ୍ୟକ୍ତିଙ୍କ ସଙ୍ଗୀନ ଅଭିଯୋଗ । ହସ୍ପିଟାଲରେ କିଡନୀ ରୋଗୀଙ୍କୁ ଶସ୍ତା ଔଷଧ ଦିଆଯାଉଥିବା ଅଭିଯୋଗ । ଅଧିକ ପଢନ୍ତୁ

SCB ରେ କିଡନୀ ରୋଗୀଙ୍କୁ ଶସ୍ତା ଔଷଧ ଦିଆଯାଉଥିବା ଅଭିଯୋଗରେ ପ୍ରତିବାଦ

ଭୁବନେଶ୍ବର: ବଡ ମେଡିକାଲରେ ବଡ ଅଭିଯୋଗ । କଟକ ବଡ ମେଡିକାଲରେ କିଡନୀ ପ୍ରତିରୋପଣ ହୋଇନପାରିବା ଘଟଣା ପରେ ଆଉ ଏକ ସାଙ୍ଘାତିକ ଘଟଣା ସାମ୍ନାକୁ ଆସିଛି । SCBରେ ଚିକିତ୍ସିତ ହୋଇ କିଡନୀ ପ୍ରତିରୋପଣ କରିଥିବା ବ୍ୟକ୍ତିମାନେ ଭୁବନେଶ୍ୱର ଲୋୟର ପିଏମଜିରେ ଧାରଣା ଦେଇଛନ୍ତି । କିଡନୀ ପ୍ରତିରୋପଣ ରୋଗୀଙ୍କ ପ୍ରତି ବୈମାତୃକ ମନୋଭାବ ପ୍ରତିବାଦରେ ସେମାନେ ଏହି ଧାରଣା ଦେଇଥିବା କହିଛନ୍ତି ।

ଅଭିଯୋଗକାରୀମାନେ କହିଛନ୍ତି ଯେ, "ଏସସିବିରେ ନୋଫ୍ରୋଲୋଜି ପ୍ରଫେସର ନାହାନ୍ତି । ଶସ୍ତା ଔଷଧ କିଣି କିଡନୀ ରୋଗୀଙ୍କୁ ଦିଆଯାଉଛି । ଶସ୍ତା ଦରରେ ଔଷଧ କିଣିବା ବନ୍ଦ କରାଯାଉ, ନଚେତ ଏହାଦ୍ବାରା ରୋଗୀଙ୍କ ଜୀବନ ପ୍ରତି ବିପଦ ରହୁଛି । ତେବେ ସରକାର ତୁରନ୍ତ ଏଥିପ୍ରତି ଦୃଷ୍ଟି ଦିଅନ୍ତୁ ।" ତୁରନ୍ତ ଏହାକୁ ବନ୍ଦ କରିବାକୁ ସେମାନେ ଦାବି କରିଛନ୍ତି । ନଚେତ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ତୀବ୍ରତର କରାଯିବ ବୋଲି ତେତାବନୀ ଦେଇଛନ୍ତି ଆନ୍ଦୋଳନକାରୀ ।

ସୂଚନା ଅନୁଯାୟୀ, ରାଜ୍ୟ ଚିକିତ୍ସା ଫର୍ଦ୍ଦରେ ଯୋଡିବାକୁ ଯାଉଥିବା ଆଉ ଏକ ଇତିହାସର ସଫଳ ପୃଷ୍ଠା ନିଷ୍ଫଳ ହୋଇଯାଇଛି । କାଡାଭରିକ ପ୍ରତିରୋପଣ ପାଇଁ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରୁ ଗ୍ରୀନ କରିଡରରେ ଆସିଥିବା ଦୁଇଟି କିଡନୀ ରୋଗୀଙ୍କ ଶରୀରରେ ମେଳ ନ ଖାଇବାରୁ କଟକ ଏସସିବିରେ ପ୍ରତିରୋପଣ ସମ୍ଭବ ହୋଇପାରିନଥିଲା ।

ଫଳରେ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଅନ୍ୟ ଦୁଇ ରୋଗୀଙ୍କ ଶରୀରରେ ପ୍ରତିରୋପଣ ହୋଇଛି । ଏନେଇ SCB ଡାକ୍ତରଙ୍କ କାର୍ଯ୍ୟଦକ୍ଷତା ଉପରେ କେତେକ ପ୍ରଶ୍ନବାଚୀ ସୃଷ୍ଟି କରିଥିବାବେଳେ, ଅଧିକାଂଶ ସମୟରେ ଏପରି ହୋଇଥାଏ ବୋଲି ଦର୍ଶାଯାଇଛି । ଏହାରି ମଧ୍ୟରେ SCBରେ ପୂର୍ବରୁ ଚିକିତ୍ସିତ ହୋଇଥିବା କିଡନୀ ରୋଗୀ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ବିରୋଧରେ ଉପରୋକ୍ତ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.