ETV Bharat / city

ଓଡିଶାରୁ ଠକି ମାଲେସିଆରେ ଲୁଚିଛନ୍ତି, ଲେଡି ଠକ ନାଁରେ ଲୁକ ଆଉଟ ସର୍କୁଲାର ଜାରିକଲା EOW - ଚାକିରୀ ଦେବା ନାଁରେ କୋଟିଏରୁ ଊର୍ଦ୍ଧ୍ବ ଟଙ୍କାର ଠକେଇ

ଚାକିରୀ ଦେବାକୁ କହି ଓଡିଶାରୁ ୨କୋଟି ଟଙ୍କାର ଠକେଇ । ଦୁଇ ଜଣଙ୍କ ବିରୋଧରେ ଲୁକ ଆଉଟ ସର୍କୁଲାର ଜାରି କରିଛି ଇଓଡବ୍ଲ୍ୟୁ । ବିକୁ ବିଶୋଇ ଓ ମାନିକନ୍ଦନଙ୍କ ନାଁରେ ସର୍କୁଲାର ଜାରି କରିଛି କ୍ରାଇମବ୍ରାଞ୍ଚ EOW । ଅଧିକ ପଢନ୍ତୁ

ଓଡିଶାରୁ ଠକି ମାଲେସିଆରେ ଲୁଚିଛନ୍ତି, ଲେଡି ଠକ ନାଁରେ ଲୁକ ଆଉଟ ସର୍କୁଲାର ଜାରିକଲା EOW

author img

By

Published : Aug 19, 2022, 7:27 PM IST

ଭୁବନେଶ୍ବର: ଚାକିରୀ ଦେବାକୁ କହି ଓଡିଶାରୁ ୨କୋଟି ଟଙ୍କାର ଠକେଇ । ଏହି ଠକକୁ ଧରିବାକୁ ଅର୍ଥନୈତିକ ଅପରାଧା ଶାଖା ପ୍ରୟାସ ଚଳାଇଛି । ଦୁଇ ହାଇ ପ୍ରୋଫାଇଲ ଠକଙ୍କ ନାଁରେ ଲୁକ ଆଉଟ ନୋଟିସ‌ ଜାରି ହୋଇଛି । କୋଭିଡ ସମୟରେ ଗଞ୍ଜାମରେ ହୋଇଥିବା ଏହି ବଡ ଧରଣର ଚାକିରି ଦେବା ଆଳରେ ଠକେଇ ମାମଲାରେ ତିନିଜଣଙ୍କ ସମ୍ପୃକ୍ତି ସାମ୍ନାକୁ ଆସିଛି । ପୁର୍ବରୁ ଦୁଇ ଠକ ଗଞ୍ଜାମର ଭିକୁ ବିଶୋଇ ଓ ଚେନ୍ନାଇର ମନିକନ୍ଦନ ନାଁରେ ଲୁକ ଆଉଟ ସର୍କୁଲାର ଜାରି ହୋଇଥିବା ବେଳେ ଏବେ ଆଉ ଜଣେ ଲେଡି ଠକ ନିଶା କଷ୍ୟପ ନାଁରେ ଲୁକ ଆଉଟ ଜାରି କରିଛି ବୋର୍ଡ ଅଫ ଇମିଗ୍ରେସନ। ନିଶା କଷ୍ୟପ ଗଞ୍ଜାମ ଠକ ଭିକୁ ବିଶୋଇର ପତ୍ନୀ ବୋଲି ଜାଣିବାକୁ ପାଇଛି ଇଓଡବ୍ଲୁ ଟିମ । ତେବେ ନିଶା କଷ୍ୟପ ପଞ୍ଜାବ ପୋଲିସ ପାଇଁ ମଧ୍ୟ ମୋଷ୍ଟ ଓ୍ବାଣ୍ଟେଡ ରହିଛି । ଭିକୁ ବିଶୋଇ ଓ ମନିକନ୍ଦନ ଠକିଥିବା ଟଙ୍କା ନିଶା କଷ୍ୟପ ଆକାଉଣ୍ଟ ଜରିଆରେ ଡାଇଭର୍ଟ ହୋଇଥିବା ଜାଣିବାକୁ ପାଇଛି EOW ।

ସୁଚନା ମୁତାବକ, ଗଞ୍ଜାମର ଭିକୁ ବିଶୋଇ ଓ ଚେନ୍ନାଇର ମନିକନ୍ଦନ ଦୁହେଁ କୋରୋନା ସମୟରେ ବେକାରୀ ସମସ୍ୟା ବୃଦ୍ଧି ପାଉଥିବା ଦେଖି ଠକାମିର ଜାଲ ବିଛାଇଥିଲେ‌ । କିନି ଇନଫୋଟେକ ଭଳି ଅନେକ ଜାଲି କମ୍ପାନି ଖୋଲି ଘରେ ବସି କାମ କରିବା ଭଳି ଚାକିରି ଦେବାର ସୁଯୋଗର ଲୋଭନୀୟ ଅଫର ଦେଉଥିଲେ । ଗଞ୍ଜାମ ଭଞ୍ଜନଗରରେ ଅଫିସ ଖୋଲି ଲୋକଙ୍କୁ ଏପରି ଅଫର ଦେଉଥିଲେ । ଯାହାକୁ ନେଇ ଅନେକ ଶିକ୍ଷିତ ଯୁବକ କାମ ପାଇବା ଆଶାରେ ଏହି କମ୍ପାନିର ସ୍କିମରେ ପଡି ଠକାମୀର ଶିକାର ହୋଇଥିଲେ । ଘରେ ବସି ଅଫଲାଇନ ବା ଅନଲାଇନରେ ଡାଟା ଏଣ୍ଟ୍ରି, ଟେଲି କଲି ଭଳି ଅନେକ କାମସହ 25ହଜାର ଦେଲେ 37ହଜାର ଟଙ୍କାର କାମ ମିଳିବା ନେଇ ଲୋଭ ଦେଖାଇଥିଲେ । ଚାକିରୀ ଆଶାୟୀଙ୍କୁ ଏଥିପାଇଁ ପ୍ରଥମେ ଡିପୋଜିଟ କରି କାମ ଅର୍ଡର ନେବାର ସୁଯୋଗ ଦେଉଥିଲେ । ଏହାପରେ ଆଡଭାନ୍ସ ଟଙ୍କା ନେଇ ଆଉ ଧରାଛୁଆଁ ଦେଉନଥିଲେ ।

ଏହା ମଧ୍ୟ ପଢନ୍ତୁ:ଚାକିରୀ ଦେବା ନାଁରେ କୋଟିଏରୁ ଊର୍ଦ୍ଧ୍ବ ଟଙ୍କାର ଠକେଇ, ଠକକୁ ଧରିବାକୁ ଲୁକ ଆଉଟ ସର୍କୁଲାର ଜାରି

ଏହିପରି ଢଙ୍ଗରେ ମୋଟ 1କୋଟି 90ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଠକି ନେଇଥିବା ନେଇ ଭଞ୍ଜନଗର ଥାନାରେ ଏକ କେସ ମଧ୍ୟ ହୋଇଥିଲା । କିନ୍ତୁ ସେମାନଙ୍କ ଟେର ପାଇନଥିଲା ପୋଲିସ । ପରେ ଏନେଇ ଇଓଡବ୍ଲୁ ଘଟଣାର‌ ତଦନ୍ତଭାର ନେଇ ତଦନ୍ତ କରିଥିଲା । ତେବେ ଏମାନେ ଟଙ୍କା ନେଇ ମାଲେସିଆରେ ଲୁଚିଥିବା ନେଇ ଜାଣିବାକୁ ପାଇଛି ଇଓଡବ୍ଲୁ । ତେଣୁ ଇଓଡବ୍ଲୁର ଅନୁରୋଧ‌ କ୍ରମେ ବ୍ୟୁରୋ ଅଫ ଇମିଗ୍ରେସନ ଏନେଇ ଲୁକ ଆଉଟ ସର୍କୁଲାର ଜାରି କରିଛି । ବିମାନ ବନ୍ଦରରେ ନଜର ଆସିଲେ ତୁରନ୍ତ ଗିରଫ ପାଇ ନିର୍ଦ୍ଦେଶ ରହିଛି । ଏନେଇ ଇଓଡବ୍ଲୁ ତିନି ଠକଙ୍କ ଉପରେ ନଜର ରଖିଛି ବୋଲି ଇଓଡବ୍ଲୁ ପକ୍ଷରୁ ପ୍ରେସ ବିଜ୍ଞପ୍ତି ଜରିଆରେ ସୂଚନା ଦିଆଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.