ETV Bharat / city

ବଢୁଛି ଅନୁସୂଚିତ ଜନଜାତିଙ୍କ ସାକ୍ଷରତା ହାର - SCST EDUCATION

ଅନୁସୂଚିତ ଜାତି ଜନଜାତିଙ୍କ ସାକ୍ଷରତା ହାର 69.2 ପ୍ରତିଶତକୁ ବୃଦ୍ଧି ପାଇଛି । ଏଥିସହ ସ୍ବାକ୍ଷରତା କିପରି ବଢିବ ସେଥିପାଇଁ ‘ଆମ କଥା ଭାରତ ସାକ୍ଷରତା’ ନାମକ ଯୋଜନା କରାଯାଇଥିବା ନେଇ ଅନୁସୂଚିତ ଜାତି ଓ ଜନଜାତି ମନ୍ତ୍ରୀ ସୂଚନା ଦେଇଛନ୍ତି ।

ବଢୁଛି ଅନୁସୂଚିତ ଜନଜାତିଙ୍କ ସାକ୍ଷରତା ହାର
author img

By

Published : Nov 22, 2019, 12:40 PM IST

Updated : Nov 22, 2019, 12:48 PM IST

ଭୁବନେଶ୍ବର: ବଢିଛି ଅନୁସୂଚିତ ଜାତି ଜନଜାତିଙ୍କ ସାକ୍ଷରତା ହାର । 2011 ଜନଗଣନା ଅନୁସାରେ ରାଜ୍ୟରେ ଅନୁସୂଚିତ ଜାତି ଓ ଜନଜାତିଙ୍କ ସାକ୍ଷରତା ହାର ବୃଦ୍ଧି ପାଇଛି । ସେହିପରି ଜନଜାତିଙ୍କ ସାକ୍ଷରତା ହାର ବୃଦ୍ଧି କରିବା ପାଇଁ ସରକାର ସାକ୍ଷରତା ମିଶନ ଗଠନ କରାଯାଇଥିବା ଅନୁସୂଚିତ ଜାତି ଓ ଜନଜାତି ମନ୍ତ୍ରୀ ଜଗନ୍ନାଥ ସାରକା ସୂଚନା ଦେଇଛନ୍ତି ।

ବଢୁଛି ଅନୁସୂଚିତ ଜନଜାତିଙ୍କ ସାକ୍ଷରତା ହାର

2001 ଜନଗଣନା ଅନୁସାରେ, ଅନୁସୂଚିତ ଜାତି ଜନଜାତି ସାକ୍ଷରତା ହାର ଥିଲା 50.55 ପ୍ରତିଶତ । 2011ରେ ସାକ୍ଷରତା ହାର ବୃଦ୍ଧି ପାଇ 69.2 ପ୍ରତିଶତରେ ପହଞ୍ଚିଛି । ରାଜ୍ୟରେ ଅନୁସୂଚିତ ଜନଜାତିଙ୍କ ପାଇଁ 700ଟି ଆଶ୍ରମ ସ୍କୁଲ, 501ଟି ସେବାଶ୍ରମ, 27ଟି ଏକଲବ୍ୟ, 10ଟି କଳିଙ୍ଗ ଆଦର୍ଶ ଆବସିକ ବିଦ୍ୟାଳୟ, 422ଟି ଉଚ୍ଚ ବିଦ୍ୟାଳୟ ଓ 62ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରହିଛି । ତେବେ 19ଟି ଜିଲ୍ଲାରେ ସ୍ବାକ୍ଷରତା ହାର କମ୍‌ ଥିବାରୁ ସେଠାରେ ସଂଯୋଜକ, ପ୍ରେରକ ନିଯୁକ୍ତି ଦିଆଯାଇଛି । ରାଜ୍ୟରେ କିପରି ସ୍ବାକ୍ଷରତା ହାର ବଢିବ ସେଥିପାଇଁ ରାଜ୍ୟ ସରକାରଙ୍କ ତରଫରୁ ସାକ୍ଷରତା ମିଶନ କର୍ତ୍ତୃପକ୍ଷ ଗଠନ କରାଯାଇଛି । ଏଥିସହ ‘ଆମ କଥା ଭାରତ ସାକ୍ଷରତା’ ନାମରେ ଏକ ଯୋଜନା କାର୍ଯ୍ୟକାରୀ ମଧ୍ୟ ହୋଇଛି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:ଅନୁସୂଚିତ ଜାତି ଜନଜାତି ସାକ୍ଷରତା ହାର 69.2% । ପାଠ ପଢ଼ାଇବାକୁ 700 ଆଶ୍ରମ ସ୍କୁଲ, 501 ସେବାଶ୍ରମ, 27 ଏକଲବ୍ୟ, 10 କଳିଙ୍ଗ ଆଦର୍ଶ ବିଦ୍ୟାଳୟ, 422 ଉଚ୍ଚ ବିଦ୍ୟାଳୟ, 62 ଉଚ୍ଚ ମାଧ୍ୟମିକ ସ୍କୁଲ ରହିଛି। 19ଟି ଜିଲ୍ଲାରେ ସାକ୍ଷରତା ହାର କମ ଥିବାରୁ ସେଠାରେ ସଂଯୋଜକ, ପ୍ରେରକ ନିଯୁକ୍ତି ଦିଆଯାଇଛି। ଆମ କଥା, ଭାରତ ସାକ୍ଷରତା ନାମରେ ଏକ ଯୋଜନା କାର୍ଯ୍ୟକାରୀ କରାଯାଇଛି। ବିଧାନସଭା ରେ ଏନେଇ ଉତ୍ତର ରଖିଛନ୍ତି ବିଭାଗୀୟ ମନ୍ତ୍ରୀ ଜଗନ୍ନାଥ ସାରକା।Body:ବାଇଟ ଜଗନ୍ନାଥ ସାରକା, ଏସସି ଏସଟି ମନ୍ତ୍ରୀConclusion:
Last Updated : Nov 22, 2019, 12:48 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.