ETV Bharat / city

ଭିଏତନାମାରେ ନେତାଜୀଙ୍କୁ ଓଡ଼ିଆ ପୁଅ ସତ୍ୟ ସୁତାରଙ୍କ ଶ୍ରଦ୍ଧାଞ୍ଜଳି - ସୁଭାଷ ବୋସଙ୍କୁ ଭାରତ ବାହାରେ ଶ୍ରଦ୍ଧାଞ୍ଜଳି

ନେତାଜୀଙ୍କ 125ତମ ଜନ୍ମ ଶତବାର୍ଷିକୀ ଦେଶ ପାଳନ କରୁଛି l ଏହି ଅବସରରେ ଭିଏତନାମର ସାଇଗନସ୍ଥିତ ନୁଏନ ହୁଏ ଷ୍ଟ୍ରିଟରେ ଓଡ଼ିଆ ପୁଅ ସତ୍ୟ ସୁତାର ନେତାଜୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି l ଅଧିକ ପଢନ୍ତୁ

ଭିଏତନାମାରେ ନେତାଜୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ଓଡ଼ିଆ ପୁଅ ସତ୍ୟ ସୁତାର

author img

By

Published : Jan 24, 2022, 7:39 AM IST

ଭୁବନେଶ୍ବର: ନେତାଜୀଙ୍କ 125ତମ ଜନ୍ମ ଶତବାର୍ଷିକୀ ଦେଶ ପାଳନ କରୁଛି l ଏହି ଅବସରରେ ଭିଏତନାମର ସାଇଗନସ୍ଥିତ ନୁଏନ ହୁଏ ଷ୍ଟ୍ରିଟରେ ଓଡ଼ିଆ ପୁଅ ସତ୍ୟ ସୁତାର ନେତାଜୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି l ଏହାସହ ସେଠାରେ ସେ ରାଷ୍ଟ୍ରୀୟ ସଂଗୀତ ଗାନ କରିଛନ୍ତି । ସେ ଚଳିତ ବର୍ଷ ଠାରୁ ପ୍ରତି ବର୍ଷ ନେତାଜୀ ଯାଇଥିବା ଭିନ୍ନ ଭିନ୍ନ ଦେଶକୁ ଯାଇ ଏଭଳି ଭାବେ ନେତାଜୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବେ ବୋଲି ତାଙ୍କର ମତ ରଖିଛନ୍ତି l

ଭିଏତନାମାରେ ନେତାଜୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ଓଡ଼ିଆ ପୁଅ ସତ୍ୟ ସୁତାର
ଭିଏତନାମାରେ ନେତାଜୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ଓଡ଼ିଆ ପୁଅ ସତ୍ୟ ସୁତାର

କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବ୍ଲକ ଫକୀରପୁର ଗ୍ରାମର ଓଡ଼ିଆ ପୁଅ ସତ୍ୟ ସୁତାର । ସିଙ୍ଗାପୁରରେ ଏକ ମଲ୍ଟି ନ୍ୟାସନାଲ କମ୍ପାନୀରେ ନିର୍ଦ୍ଦେଶକ ଭାବେ କାର୍ଯ୍ୟରତ ଅଛନ୍ତି । ସେ କହିଛନ୍ତି, ମୁଁ ଓଡିଶା ଛାଡି ବିଦେଶ ଆସିବାର ପାଖାପାଖି ୧୦-୧୨ ବର୍ଷ ହୋଇଗଲାଣି । ଆଉ କିଛି ବର୍ଷ ପରେ ସବୁଦିନ ପାଇଁ ମୋ ଜନ୍ମଭୂମିକୁ ଫେରିଯିବି । କିନ୍ତୁ, ଓଡିଶା ଫେରିବା ପୂର୍ବରୁ ବିଦେଶରେ ଶେଷ ଇଚ୍ଛାର ପ୍ରଥମ ସୋପାନ ଚଳିତ ବର୍ଷ (୨୦୨୨) ଆରମ୍ଭ କରୁଛି ।

ଭାରତୀୟ ସ୍ଵାଧୀନତା ସଂଗ୍ରାମର କର୍ଣ୍ଣଧାର, ମହାନ୍ ଦେଶପ୍ରେମୀ, ତେଜସ୍ୱୀ ଜନନାୟକ ସୁଭାଷ ଚନ୍ଦ୍ର ବୋଷ । ଯାହାଙ୍କର ‘‘ମୋତେ ରକ୍ତ ଦିଅ, ମୁଁ ତୁମକୁ ସ୍ବାଧିନତା ଦେବି’’ ଏବଂ ‘ଦିଲ୍ଲୀ ଚଲ୍ଲୋ’ ଭଳି ଆହ୍ବାନରେ ହଜାର ହଜାର ଦେଶପ୍ରେମୀ ନିଜ ଜୀବନକୁ ଦେଶ ମାତୃକା ପାଇଁ ଉତ୍ସର୍ଗ କରିଥିଲେ । ଯାହାଙ୍କ ନାଁ ଭାରତୀୟ ସ୍ବାଧୀନତା ସଂଗ୍ରାମ ଇତିହାସରେ ସ୍ଵର୍ଣ୍ଣ ଅକ୍ଷରରେ ଲିପିବଦ୍ଧ ।

ସେ ଆମ ପ୍ରିୟ ନେତାଜୀ, ଯିଏକି ଓଡ଼ିଶା ମାଟିରେ ଜନ୍ମ ଗ୍ରହଣ କରିଥିଲେ ଓ ତାଙ୍କ ଆଦ୍ୟ ଜୀବନ ଓଡିଶାରେ ହିଁ ଅତିବାହିତ ହୋଇଥିଲା । ତାଙ୍କ ଜୀବନର ପ୍ରାରମ୍ଭିକ ବ୍ୟକ୍ତିତ୍ୱ ଓଡିଶାର ସଂଗ୍ରାମୀ ମାଟିରେ ତିଆରି ହୋଇଥିଲା । ଏଥିଲାଗି ନେତାଜୀଙ୍କୁ ସମ୍ମାନ ଜଣାଇବାକୁ ସତ୍ୟ ସୁତାର ନେତାଜୀ ଯେଉଁ ଦେଶଗୁଡିକୁ ଯାଇ ଭାରତକୁ ସ୍ୱାଧୀନ କରିବାକୁ ଆପ୍ରାଣ ଉଦ୍ୟମ କରିଥିଲେ ସେସବୁ ଦେଶ ଗୁଡିକୁ ଯିବାକୁ ଗତ କିଛି ଦିନ ତଳେ ସୋସିଆଲ ମେଡିଆରେ ପୋଷ୍ଟ କରିଥିଲେ l

ପୂର୍ବ ପ୍ରସ୍ତୁତି ଅନୁଯାୟୀ ଆଜି ନେତାଜୀଙ୍କ 125 ତମ ଜନ୍ମ ଶତବାର୍ଷିକୀରେ (ଜାନୁଆରୀ-୨୩) ଭିଏତନାମର ସାଇଗନ ଠାରେ ଭାରତର ରାଷ୍ଟ୍ରୀୟ ଗୀତ ଗାଈ ତାଙ୍କର ଅମର ଆତ୍ମାକୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ବର୍ଷ ୨୦୨୨ ଭିଏତନାମରେ, ୨୦୨୩ ତାଇୱାନରେ, ୨୦୨୪ ବର୍ମାରେ, ୨୦୨୫ ସିଙ୍ଗାପୁରରେ ଓ ୨୦୨୬ ଜର୍ମାନୀକୁ ଯିବେ ବୋଲି ସେ କହିଛନ୍ତି । ଏହାସହ ଶେଷରେ ମୋ ରାଜ୍ୟରେ ଏଭଳି ମହାନାୟକ ଜନ୍ମ ନେଇଥିବାରୁ ବହୁତ ଗର୍ବିତ ବୋଲି ସତ୍ୟ କହିଛନ୍ତି ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.