ETV Bharat / city

କୋଭିଡ ମୃତ୍ୟୁ ତଥ୍ୟ ଲୁଚାଉଛନ୍ତି ରାଜ୍ୟ ସରକାର: ସୁର

author img

By

Published : Jul 25, 2021, 9:06 PM IST

ରାଜ୍ୟ ସରକାର ଲୁଚାଉଛନ୍ତି କୋଭିଡ ମୃତ୍ୟୁ ସଂଖ୍ୟା । ପ୍ରକୃତ ସଂଖ୍ୟା ଠାରୁ ସରକାରୀ ଭାବେ ବେଶ୍ କମ ତଥ୍ୟ ପ୍ରକାଶ କରାଯାଉଥିବା ଅଭିଯୋଗ ଆଣିଲେ ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ । ଅଧିକ ପଢନ୍ତୁ....

କୋଭିଡ ମୃତ୍ୟୁ ତଥ୍ୟ ଲୁଚାଉଛନ୍ତି ରାଜ୍ୟ ସରକାର: ସୁର
କୋଭିଡ ମୃତ୍ୟୁ ତଥ୍ୟ ଲୁଚାଉଛନ୍ତି ରାଜ୍ୟ ସରକାର: ସୁର

ଭୁବନେଶ୍ବର: ରାଜ୍ୟରେ କୋଭିଡ ମୃତ୍ୟୁକୁ ନେଇ ସରକାରଙ୍କୁ ଟାର୍ଗେଟ କଲେ ବରିଷ୍ଠ କଂଗ୍ରେସ ନେତା ତଥା ଜଟଣୀ ବିଧାୟକ ସୁର ରାଉତରାୟ । ରାଜ୍ୟ ସରକାର କୋଭିଡ ଜନିତ ମୃତ୍ୟୁ ସଂଖ୍ୟା ଲୁଚାଉଛନ୍ତି । ରବିବାର ୬୮ ଜଣଙ୍କ ମୃତ୍ୟୁ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ କଂଗ୍ରେସ ହିସାବରେ ମୃତ୍ୟୁ ସଂଖ୍ୟା ୯ ହଜାରରୁ ଊର୍ଦ୍ଧ୍ବ ରହିଛି । ହେଲେ ସରକାରୀ ହିସାବ କହୁଛି ମାତ୍ର ୧୦୩୩ ଜଣ କୋଭିଡରେ ପ୍ରାଣ ହରାଇଛନ୍ତି । ଆମ ହିସାବରେ ରାଜ୍ୟରେ ବହୁ ଅଧିକ ସଂଖ୍ୟକ ଲୋକ କୋଭିଡରେ ପ୍ରାଣ ହରାଇଛନ୍ତି, ହେଲେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ଭୁଲ ତଥ୍ୟ ଦେଉଛନ୍ତି ବୋଲି ଅଭିଯୋଗ କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ ।

ତେବେ କଂଗ୍ରେସର ଏପରି ଅଭିଯୋଗ କିଛି ପ୍ରଥମ ନୁହେଁ । ପୂର୍ବରୁ ମଧ୍ୟ କୋଭିଡ ପରିଚାଳନାରେ ସରକାର ସମ୍ପୂର୍ଣ୍ଣ ବିଫଳ ବୋଲି ଏକାଧିକ ଥର ଅଭିଯୋଗ କରିଆସିଛି କଂଗ୍ରେସ । ଏପରିକି ବିଜେପି ମଧ୍ୟ କୋଭିଡ ମୃତ୍ୟୁ ନେଇ ସରକାରଙ୍କ ପରିଚାଳନାକୁ ଦାୟୀ କରିଛି । ଆଜି ଏହି ପ୍ରସଙ୍ଗ ନେଇ ପୁଣି ଥରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ସୁର ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.