ETV Bharat / city

ସାରୁଅ ଜମି ଦୁର୍ନୀତିର ଖୋଲିବ ଗୁମର, ଜମି ମାଲିକଙ୍କ ବୟାନ ଶୁଣିବେ କୋର୍ଟ - ସାରୁଅ ଜମି ଦୁର୍ନୀତି ମାମଲା

ସାରୁଅ ଜମି ଦୁର୍ନୀତି ମାମଲା । ଆଜି ସମସ୍ତ ଜମି ମାଲିକଙ୍କ ବୟାନ ଶୁଣିବେ କୋର୍ଟ । ଅଧିକ ପଢନ୍ତୁ...

ସାରୁଅ ଜମି ଦୁର୍ନୀତିର ଖୋଲିବ ଗୁମର
ସାରୁଅ ଜମି ଦୁର୍ନୀତିର ଖୋଲିବ ଗୁମର
author img

By

Published : Nov 9, 2020, 1:58 PM IST

ଭୁବନେଶ୍ବର: ଖୋଲିବ ଖୋର୍ଦ୍ଧା ସାରୁଅ ଜମି ଦୁର୍ନୀତି ଘଟଣାର ଗୁମର। ଖୋର୍ଦ୍ଧା ଜିଲ୍ଲା ଦୌରାଜଜରେ ହେବ ଗୁରୁତ୍ବପୁର୍ଣ୍ଣ ରାୟ। କ୍ରାଇମବ୍ରାଞ୍ଚ ଦ୍ବାରା ଗିରଫ ହୋଇଥିବା ଓଡିଶା ଇନ୍ଫ୍ରାଟେକର ପୂର୍ବତନ ନିର୍ଦ୍ଦେଶକ ମନୋରଞ୍ଜନ ଷଡଙ୍ଗୀଙ୍କ ଜାମିନରେ ରାୟ ଦେବା ପୂର୍ବରୁ ଅଭିଯୋଗକାରୀଙ୍କ ବୟାନ ଶୁଣିବାକୁ ଚାହିଁଛନ୍ତି କୋର୍ଟ । ଯାହାକୁ ନେଇ ସିଧାସଳଖ ଏହି ଦୁର୍ନୀତିର ପେଡି ଖୋଲିବ ବୋଲି କୁହାଯାଉଛି ।

କିଭଳି ଦଳିତଙ୍କ ଜମି କିଣାରେ ଦୁର୍ନୀତି କରାଯାଇଛି। ତାହା ଅଭିଯୋଗକାରୀଙ୍କ ମୁହଁରୁ ଶୁଣିବେ କୋର୍ଟ । ଏନେଇ ଆଜି 22 ଜଣ ଜମି ମାଲିକଙ୍କ ମଧ୍ୟରୁ 14 ଜଣ କୋର୍ଟରେ ପହଞ୍ଚିଛନ୍ତି । ଅନ୍ୟମାନଙ୍କ ମଧ୍ୟରୁ କେତେ ଜଣ ମୃତ୍ୟୁବରଣ କରିଥିବାବେଳେ ଆଉ କେତେ ଜଣ ଶଯ୍ୟାଶାୟୀ ଅଛନ୍ତି ।

ସେହିପରି ଗିରଫ ହୋଇଥିବା ମନୋରଞ୍ଜନ ଷଡଙ୍ଗୀ ମଧ୍ୟ ଅସୁସ୍ଥ ହୋଇ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି । ଏପଟେ ତାଙ୍କର ଜାମିନ ଉପରେ ଶୁଣାଣି ଆରମ୍ଭ ହୋଇଛି। ଏହା ପୂର୍ବରୁ ଘଟଣାରେ ମନୋରଞ୍ଜନଙ୍କ ସହ ଅନ୍ୟ କର୍ମଚାରୀ ତଥା ଏଜେଣ୍ଟ ଶିବପ୍ରସାଦ ଶ୍ରୀଚନ୍ଦନଙ୍କୁ ମଧ୍ୟ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ । ପରେ ରିମାଣ୍ଡରେ ନେଇ ଅଧିକ ତଥ୍ୟ ଯୋଗାଡ କରିଥିଲା । ଯାହାକି କୋର୍ଟରେ ମଧ୍ୟ ଉପସ୍ଥାପନ କରାଯିବ ବୋଲି ସୂଚନା ମିଳିଛି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.