ETV Bharat / city

୩୬ତମ OPCC ସଭାପତି ଭାବେ ଦାୟିତ୍ବ ନେଲେ ଶରତ ପଟ୍ଟନାୟକ - ଦାୟିତ୍ବ ନେଲେ ଶରତ ପଟ୍ଟନାୟକ

ନବନିଯୁକ୍ତ ପିସିସି ସଭାପତି ଶରତ ପଟ୍ଟନାୟକ( Sarat Patnaik) ଆଜି କଂଗ୍ରେସ ଭବନରେ ଆନୁଷ୍ଠାନିକ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ପ୍ରଥମଥର ପାଇଁ ସେ ବିଦାୟୀ ସଭାପତି ନିରଞ୍ଜନ ପଟନାୟକଙ୍କ ଠାରୁ ଦାଇତ୍ୱ ଗ୍ରହଣ କରିଛନ୍ତି । ଦାୟିତ୍ୱ ଗ୍ରହଣ କରିବା ପରେ ଶରତ ପଟ୍ଟନାୟକ ହୋଇଛନ୍ତି ଓଡିଶା ପ୍ରଦେଶ କଂଗ୍ରେସ କମିଟିର ୩୬ତମ ସଭାପତି । ଅଧିକ ପଢନ୍ତୁ

ଦାୟିତ୍ବ ନେଲେ ଶରତ ପଟ୍ଟନାୟକ
ଦାୟିତ୍ବ ନେଲେ ଶରତ ପଟ୍ଟନାୟକ
author img

By

Published : Jun 10, 2022, 6:18 PM IST

ଭୁବନେଶ୍ବର: ନବନିଯୁକ୍ତ ପିସିସି ସଭାପତି ଶରତ ପଟ୍ଟନାୟକ( Sarat Patnaik) ଆଜି କଂଗ୍ରେସ ଭବନରେ ଆନୁଷ୍ଠାନିକ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ପ୍ରଥମଥର ପାଇଁ ସେ ବିଦାୟୀ ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଠାରୁ ଦାଇତ୍ୱ ଗ୍ରହଣ କରିଛନ୍ତି । ଦାୟିତ୍ୱ ଗ୍ରହଣ କରିବା ପରେ ଶରତ ପଟ୍ଟନାୟକ ହୋଇଛନ୍ତି ଓଡିଶା ପ୍ରଦେଶ କଂଗ୍ରେସ କମିଟିର ୩୬ତମ ସଭାପତି ।

ଦାୟିତ୍ବ ନେଲେ ଶରତ ପଟ୍ଟନାୟକ

ଆଜି ଦାୟିତ୍ବ ଗ୍ରହଣ କରିବା ପୂର୍ବରୁ ଶରତ ପଟ୍ଟନାୟକ ବିଜୁ ପଟ୍ଟନାୟକ ବିମାନ ବନ୍ଦରରୁ ଏକ ବିଶାଳ ଶୋଭାଯାତ୍ରାରେ ଆସି କଂଗ୍ରେସ ଭବନରେ ପହଞ୍ଚିଥିଲେ । କଂଗ୍ରେସ ଭବନରେ ଦାୟିତ୍ବ ଗ୍ରହଣ କରିବା ପରେ ଶରତ ଦଳୀୟ ନେତା କର୍ମୀଙ୍କୁ ସମ୍ବୋଧିତ କରି ରାଜ୍ୟ ଓ କଂଗ୍ରେସ ସରକାରଙ୍କ ବିରୋଧରେ ଯୁଦ୍ଧ ଦେହିଂ ଡାକରା ଦେଇଛନ୍ତି ।

ଭବିଷ୍ୟତ କାର୍ଯ୍ୟପନ୍ଥା ସମ୍ପର୍କରେ ସୂଚନା ଦେଇ ଶରତ କହିଛନ୍ତି ଆଗକୁ ସାରା ରାଜ୍ୟରେ ପଦଯାତ୍ରା ଅନୁଷ୍ଠିତ ହେବ । କଂଗ୍ରେସକୁ ଅଧିକ କ୍ରିୟାଶୀଳ କରାଯିବ । ୨୦୨୪ ସାଧାରଣ ନିର୍ବାଚନରେ କଂଗ୍ରେସ କ୍ଷମତାକୁ ଫେରିବା ନେଇ ପ୍ରୟାସ ଜାରି ରହିବ ବୋଲି କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.