ଭୁବନେଶ୍ବର: ଆଜି ପବିତ୍ର ଶ୍ରୀପଞ୍ଚମୀ । ଧରାବତରଣ କରିଛନ୍ତି ମା' ବିଦ୍ୟାପ୍ରଦାୟନୀ ସରସ୍ବତୀ । ପୁରପଲ୍ଲୀ ଉତ୍ସବ ମୁଖର । ବିଦ୍ୟାଳୟଠାରୁ ବିଶ୍ବବିଦ୍ୟାଳୟ, ସମସ୍ତ ଶିଷାନୁଷ୍ଠାନରେ ଉତ୍ସବର ମାହୋଲ । ବୀଣାପାଣୀଙ୍କ ଆବହନ, ଆରାଧନ ପାଇଁ ଚଳଚଞ୍ଚଳ ରାଜଧାନୀ ଭୁବନେଶ୍ବର । ଖାରବେଳ ନଗର ୟୁନିଟ୍-3 ସରସ୍ବତୀ ଶିଶୁ ମନ୍ଦିରରେ ଧୁମଧାମରେ ପାଳିତ ହୋଇଛି ବିଦ୍ୟାଦାୟିନୀ ସରସ୍ବତୀ ଦେବୀଙ୍କ ପୂଜା । ଶିଶୁ ମନ୍ଦିରରେ ମା ସରସ୍ବତୀଙ୍କ ପୂଜାରେ ସାମିଲ ହୋଇଛନ୍ତି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ।
ପିଲାମାନଙ୍କ ଗହଣରେ ସରସ୍ବତୀ ପୂଜା ପାଳି ସମୃଦ୍ଧ, ଶିକ୍ଷିତ ସମାଜ ଗଠନ ପାଇଁ ମା' ସରସ୍ବତୀଙ୍କ ଆରାଧନା କରାଯାଉଥିବା କହିଛନ୍ତି ରାଜ୍ୟ ବିଜେପି ସଭାପତି। ସେହିପରି ଶିଶୁ ମନ୍ଦିରରେ ଏହି ପୂଜାକୁ ସମର୍ପଣ ପୂଜା ଭାବେ ପାଳନ କରନ୍ତି ଛାତ୍ରଛାତ୍ରୀ ।
ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ