ETV Bharat / city

ବଦଳିଲେ BMC କମିଶନର, IAS ସଞ୍ଜୟ ସିଂଙ୍କୁ ମିଳିଲା ଦାୟିତ୍ବ - ସଞ୍ଜୟ ସିଂଙ୍କୁ ବିଏମସି ଦାୟିତ୍ବ

ବଦଳିଲେ BMC କମିଶନର, IAS ସଞ୍ଜୟ ସିଂଙ୍କୁ ମିଳିଲା ଦାୟିତ୍ବ

author img

By

Published : May 12, 2021, 11:45 AM IST

Updated : May 12, 2021, 1:14 PM IST

11:38 May 12

IAS ସଞ୍ଜୟ ସିଂଙ୍କୁ ବିଏମସି କମିଶନର ଦାୟିତ୍ବ

ଭୁବନେଶ୍ବର: ବଦଳିଲେ ବିଏମସି କମିଶନର ପ୍ରେମ ଚନ୍ଦ୍ର ଚୌଧୁରୀ । ନୂଆ କମିଶନର ଭାବେ ସଞ୍ଜୟ ସିଂ ନିଯୁକ୍ତ । ଏଥିସହ ତାଙ୍କୁ ବିଡିଏର ଉପାଧ୍ୟକ୍ଷ ଓ ସ୍ମାର୍ଟ ସିଟି ଲିମିଟେଡର ଅତିରିକ୍ତ ଦାୟିତ୍ବ ମିଳିଛି । ବର୍ତ୍ତମାନ ବୈଷୟିକ ଶିକ୍ଷା ଏବଂ ଦକ୍ଷତା ତାଲିମ କେନ୍ଦ୍ରର ସଚିବ ଏବଂ ଲୋକସମ୍ପର୍କ ବିଭାଗର ସଚିବ ଅଛନ୍ତି ସଞ୍ଜୟ ।

ଭୁବନେଶ୍ବରରେ ମାତ୍ରାଧିକ କୋରୋନା ବୃଦ୍ଧିକୁ ଦୃଷ୍ଟିରେ ରଖି 1997 ବ୍ୟାଚର ଆଇଏଏସ ଅଫିସର ସଞ୍ଜୟଙ୍କୁ ଗୁରୁ ଦାୟିତ୍ବ ଦିଆଯାଇଛି । ଅନ୍ୟପଟେ ପ୍ରେମ ଚନ୍ଦ୍ରଙ୍କୁ ମିଳିଛି ସାଧାରଣ ପ୍ରଶାସନ ବିଭାଗର ସ୍ୱତନ୍ତ୍ର ଦାୟିତ୍ବ । 

ସଞ୍ଜୟ କମିଶନର ହେବା ପରେ ରାଜସ୍ୱ ସଚିବ ବିଷ୍ଣୁପଦ ସେଠୀଙ୍କୁ ସୂଚନା ଓ ଲୋକସମ୍ପର୍କ ବିଭାଗର ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ଶିଳ୍ପ ସଚିବ ହେମନ୍ତ ଶର୍ମାଙ୍କୁ ବୈଷୟିକ ଶିକ୍ଷା ବିଭାଗର ଅତିରିକ୍ତ ଦାୟିତ୍ୱ ଏବଂ ପୂର୍ତ୍ତ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର କୁମାରଙ୍କୁ ଅତିରିକ୍ତ ଇଡ଼କୋ ସିଏମଡି ଦାୟିତ୍ୱ ମିଳିଛି । 

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ ଓ ତପନ କୁମାର ଦାସ, ଇଟିଭି ଭାରତ

Last Updated : May 12, 2021, 1:14 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.