ଭୁବନେଶ୍ବର : ରାଜ୍ୟରେ ଦିନକୁ ଦିନ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ରୋକିବା ପାଇଁ ସରକାର ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରୁଛନ୍ତି । ଲକ ଡାଉନର ଅବଧି କି ଏପ୍ରିଲ 30 ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ତେବେ ଏହି ସମୟ ମଧ୍ୟରେ ମଧ୍ୟ ବିଭିନ୍ନ ସରକାରୀ କାର୍ଯ୍ୟକୁ କିପରି ଜାରି ରଖା ଯାଇ ପାରିବ ସେଥିପାଇଁ ଚେଷ୍ଟା କରାଯାଇଛି। ଲୋକସେବା ଭବନ ପ୍ରବେଶ ପଥରେ ଏକ ସାନିଟାଇଜିଙ୍ଗ ଟନେଲ ସ୍ଥାପନା କରାଯିବ ।
ୟଙ୍ଗ ଇଣ୍ଡିଆ ଅନୁଷ୍ଠାନର ଅନୁରୋଧରେ ଏହି ମେସିନ ତିଆରି କରାଯାଇଥିବା କହିଛନ୍ତି ନର୍ଭେରାମ ପାୱାର କମ୍ପାନୀର ଡିଜିଏମ ଅନନ୍ତ କୁମାର ପ୍ରକାଶ କରିଛନ୍ତି। ଏହି ଟନେଲ ମାଧ୍ୟମରେ 3 ସେକେଣ୍ଡ ରେ ଜଣେ ବ୍ୟକ୍ତି ସମ୍ପୂର୍ଣ୍ଣ ଭାବେ ସାନିଟାଇଜ ହୋଇ ପାରିବ । ଏହା କ୍ରମାଗତ ଭାବେ 8ଘଣ୍ଟା ରୁ ଉର୍ଦ୍ଧ୍ବ ସମୟ ଧରି ଚାଲି ପାରିବ ବୋଲି ସେ କହିଛନ୍ତି।
ଭୁବନେଶ୍ବରରୁ ତାପସ ପରିଡା ଓ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ