ETV Bharat / city

ପରିମଳ ଯୋଜନା ଫେଲ୍, ସରକାରୀ ସ୍କୁଲରେ ନାହିଁ ଶୌଚାଳୟ

ରାଜ୍ୟରେ ଥିବା ଅନେକ ସରକାରୀ ସ୍କୁଲରେ ଫେଲ ମାରିଛ ପରିମଳ ଯୋଜନା । ଅନେକ ସ୍କୁଲରେ ଶୌଚାଳୟ ସୁବିଧା ନାହିଁ ବୋଲି ଗୃହକୁ ଅବଗତ କରାଇଛନ୍ତି ଖୋଦ୍ ରାଜ୍ୟ ସରକାର। ସବୁ ସ୍କୁଲରେ ପାନୀୟ ଜଳର ସୁବିଧା ଅଛି ବୋଲି ଜଣାଇଛି ରାଜ୍ୟ ଗଣଶିକ୍ଷା ବିଭାଗ ।

author img

By

Published : Jul 31, 2019, 12:38 PM IST

ଫାଇଲ ଫଟୋ

ଭୁବନେଶ୍ବର: ପରିମଳ ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରାଯାଉଛି । ଅନେକ ସଚେତନତାମୂଳକ କାର୍ଯ୍ୟକ୍ରମ ମଧ୍ୟ ଗ୍ରହଣ କରାଯାଉଛି । ମାତ୍ର ରାଜ୍ୟରେ ଥିବା ସରକାରୀ ଶିକ୍ଷାନୁଷ୍ଠାନରେ ପରିମଳ ବ୍ୟବସ୍ଥା ଫେଲ୍ ମାରିଥିବା ଜଣାପଡିଛି ।

ସ୍କୁଲରେ ଉପଲବ୍ଧ ହେଉଥିବା ଶୌଚାଳୟ ବ୍ୟବସ୍ଥା ସମ୍ପର୍କରେ ଗୃହକୁ ଅବଗତ କରିଛି ରାଜ୍ୟ ଗଣଶିକ୍ଷା ବିଭାଗ । ବିଭାଗୀୟ ମନ୍ତ୍ରୀଙ୍କ ପକ୍ଷରୁ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଗୃହରେ ଏ ସମ୍ପର୍କରେ ଉତ୍ତର ରଖିଛନ୍ତି । ରାଜ୍ୟରେ ଥିବା 441ଟି ବାଳିକା ଏବଂ 1485ଟି ବାଳକ ବିଦ୍ୟାଳୟରେ ପାଇଖାନାର ସୁବିଧା ନାହିଁ ।

ରାଜ୍ୟରେ ମୋଟ 54298ଟି ସରକାରୀ ସ୍କୁଲ ରହିଛି । ବାଳିକାଙ୍କ ପାଇଁ 53, 763ଟି ଏବଂ ବାଳକଙ୍କ ପାଇଁ 52521ଟି ଶୌଚାଳୟ ଉପଲବ୍ଧ ରହିଛି । ହେଲେ ସବୁ ସ୍କୁଲରେ ପାନୀୟ ଜଳର ବ୍ୟବସ୍ଥା ରହିଛି। ଯେଉଁଠାରେ ଏ ସୁବିଧା ନାହିଁ, ସେଠାରେ ମାଠିଆ ପାଣିର ବ୍ୟବସ୍ଥା ରହିଛି ।

ଏଥିସହିତ ଆହୁରି ମଧ୍ୟ ଗୃହକୁ ଜଣାଇ ଦିଆଯାଇଛି, 2003-04ରେ ଶୌଚାଳୟ ନିର୍ମାଣ ପାଇଁ 20 ହଜାର ଟଙ୍କା ଖର୍ଚ୍ଚ ହେଉଥିଲା । ମାତ୍ର 2018-19ରେ ଏହା ବଢି 1 ଲକ୍ଷ 78 ହଜାର ଟଙ୍କାରେ ପହଞ୍ଚିଛି। ଫନି ବାତ୍ୟା ଯୋଗୁଁ ସ୍କୁଲରେ ଥିବା କେତେ ଶୌଚାଳୟ ଭାଙ୍ଗିଛି ସେ ନେଇ କୌଣସି ତଥ୍ୟ ଗୃହରେ ଦେଇପାରି ନାହାଁନ୍ତି ରାଜ୍ୟ ସରକାର ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:ରାଜ୍ୟରେ 441 ବାଳିକା ବିଦ୍ୟାଳୟ ରେ ପାଇଖାନା ନାହିଁ । ସେହିପରି 1485 ବାଳକ ବିଦ୍ୟାଳୟ ରେ ପାଇଖାନା ନାହିଁ। ଗୃହରେ ଉତ୍ତର ରଖିଲେ ମନ୍ତ୍ରୀ ପଦ୍ମନାଭ ବେହେରା। ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ପକ୍ଷରୁ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଉତ୍ତର ରଖିଲେ।
54298 ସରକାରୀ ସ୍କୁଲ ଅଛି। 53763ରେ ବାଳିକା ଶୌଚାଳୟ ଓ 52521ରେ ବାଳକ ଶୌଚାଳୟ ଅଛି। ହେଲେ ସବୁ ସ୍କୁଲରେ ପାନୀୟ ଜଳ ବ୍ୟବସ୍ଥା ଅଛି। ଯେଉଁଠି ନାହିଁ, ସେଠାରେ ମାଠିଆ ପାଣି ଅଛି।

Body:2003-04 ରେ 20 ହଜାର ଟଙ୍କାରେ ଶୌଚାଳୟ ନିର୍ମାଣ ହେଉଥିଲା। 2018-19 ରେ ସୌଚାଳୟ ନିର୍ମାଣ ପାଇଁ ଏକ ଲକ୍ଷ 78 ହଜାର ଟଙ୍କା ଖର୍ଚ୍ଚ ହେଉଛି। ଫନି ବାତ୍ୟାରେ କେତେ ଶୌଚାଳୟ ଭାଙ୍ଗିଛି ସେ ନେଇ ତଥ୍ୟ ଗୃହରେ ଦେଇପାରିଲେ ନାହିଁ ସରକାର।
ବାଇଟ: ତାରାପ୍ରସାଦ ବାହୀନିପତି, କଂଗ୍ରେସ ବିଧାୟକ
ବାଇଟ: ସୁକାନ୍ତ ନାୟକ, ବିଜେଡି ବିଧାୟକ
ବାଇଟ: ପଦ୍ମନାଭ ବେହେରା, ବାଣିଜ୍ୟ ମନ୍ତ୍ରୀ
.Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.