ଭୁବନେଶ୍ବର: ବିଜେପୁର ଉପନିର୍ବାଚନ ପାଇଁ ବିଜେପି ପ୍ରାର୍ଥୀ ଘୋଷିତ । ସାଧାରଣ ନିର୍ବାଚନରେ ଦଳୀୟ ପ୍ରାର୍ଥୀ ହୋଇଥିବା ସନତ ଗଡତିଆଙ୍କୁ ପୁଣି ଥରେ ପ୍ରାର୍ଥୀ କରିଛି ଦଳ । ଏନେଇ ଦଳର ସଂସଦୀୟ ବୋର୍ଡ ମୋହର ମାରିବା ପରେ ଦଳ ପକ୍ଷରୁ ବିଧିବଦ୍ଧ ଘୋଷଣା ହୋଇଛି ।
ସାଧାରଣ ନିର୍ବାଚନରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ବିରୋଧରେ ଲଢି 53 ହଜାର ଭୋଟ ପାଇଥିଲେ ସନତ ।ପୂର୍ବରୁ ବିଜେଡି ଓ କଂଗ୍ରେସ ନିଜର ପ୍ରାର୍ଥୀ ଘୋଷଣା କରିସାରିଛନ୍ତି ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ ଓ ବରଗଡରୁ ରାଜେଶ ସରାପ, ଇଟିଭି ଭାରତ