ETV Bharat / city

ସରକାରଙ୍କୁ ଶୁଭୁନି ସମ୍ପଦଙ୍କ ଡାକ - ପକ୍କାଘର ଖଣ୍ଡେ

ବାଟବଣା ସରକାରୀ ଯୋଜନା । ଯୋଗ୍ୟ ଅଯୋଗ୍ୟ ଚୟନରେ ପେସି ହେଉଛନ୍ତି ଅସହାୟ ପରିବାର । ପକ୍କା ଘର ଖଣ୍ଡିଏ ପାଇଁ ଦୌଡି ଦୌଡି ନୟାନ୍ତ ସମ୍ପଦ ... ଅଧିକ ପଢନ୍ତୁ

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Oct 13, 2019, 10:47 PM IST

ଭୁବନେଶ୍ବର: ଦେଶରେ କି ରାଜ୍ୟରେ କେହିବି ଜଣେ ବାସହୀନ ରହିବେ ନାହିଁ । ସମସ୍ତ ବାସହୀନଙ୍କୁ ଘର ଯୋଗାଇ ଦିଆଯିବ । ଏହାସହ ପ୍ରାଥମିକତା ଭିତ୍ତିରେ ଗରୀବ ଓ ଅତ୍ୟନ୍ତ ଜୁରୁରୀ ଥିବା ଲୋକଙ୍କୁ ଘର ଯୋଗାଇ ଦିଆଯିବ । ଆଉ ଯେଉଁଥିପାଇଁ କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ରାଜ୍ୟ ସରକାରଙ୍କ ବିଜୁ ପକ୍କା ଘର ଯୋଜନା କାର୍ଯ୍ୟକାରୀ ହେଉଛି । ହେଲେ ପରିସ୍ଥିତି ଯଥା ପୂର୍ବଂ ତଥା ପରଂ । ନା ଅଗ୍ରାଧିକାର ଭିତରେ ଘର ଯୋଗାଇ ଦିଆଯାଉଛି । ନା ଯୋଗ୍ୟ ଲୋକଙ୍କୁ ମିଳୁଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଏମିତି ଏକ ସାଂଘାତିକ ସରକାରୀ ଅବହେଳା ଅଭିଯୋଗ ହୋଇଛି ପୁରୀ ଜିଲା କାକଟପୁର ବ୍ଲକର ଲଲତାହରଣ ପଞ୍ଚାୟତର ହରିନବାବି ଗାଁରେ । ଗାଁରେ ବାସ କରନ୍ତି ସମ୍ପଦ ସେନାପତି । ବୟସ 57 ପେଶାରେ ଜଣେ ଦିନ ମଜୁରିଆ । ପରିବାର କହିଲେ ପତ୍ନୀ 3ଟି ସନ୍ତାନ ଓ ରୋଗୀଣା ମା । ତହିଁରେ ପୁଣି ସମ୍ପଦ ମାନସିକ ବିକାରଗ୍ରସ୍ତ । ଦିନ ମଜୁରି କଲେ ଯାଇ ହିଁ ଘରେ ଚାଉଳ ଫୁଟେ । ଆଉ ଘର କଥା ପଚାରେ କିଏ । ଆଉ ଏହି ଅଭାବି ପରିବାର ଯେମିତି ସେମିତି ଚଳିଯାଉଥିଲେ । ହେଲେ ଗତ ଫନି ବାତ୍ୟାରେ ଥିବା ଝାଟିମାଟି ଘର ମଧ୍ୟ ଧ୍ବଂସ ପାଇଗଲା ।

ହେଲେ ସରକାର ଘୋଷଣା କରିଥିବା ସହାୟତା ନା ସମ୍ପଦଙ୍କୁ ମିଳିଛି ନା ଘର ଖଣ୍ଡିଏ ଦେଲେ ସରକାର । ଖାଲି ସମ୍ପଦ ନୁହଁନ୍ତି ସାରା ରାଜ୍ୟରେ ଏମିତି ବହୁ ଅଭାବୀ ଅସହାୟ ପରିବାର ଅଛନ୍ତି ଯେଉଁମାନେ ଘର ଖଣ୍ଡେପାଇଁ ବାରମ୍ବାର ଗୁହାରି କଲେ ମଧ୍ୟ ସରକାରଙ୍କ ପାଖରେ ପହଞ୍ଚୁ ନାହିଁ । ତେବେ ଏଥିରୁ ସ୍ପଷ୍ଟ ସରକାର କହୁଥିବା ପ୍ରାଥମିକତା ଭିତ୍ତିରେ କାହାକୁ ଘର ଦେଉଛନ୍ତି ସରକାରଙ୍କୁ ହିଁ ଜଣା ।

ଅନ୍ୟପଟେ ପଞ୍ଚାୟତରାଜ ମନ୍ତ୍ରୀ କହିଛନ୍ତି ସମସ୍ତ ବାସହୀନଙ୍କୁ ସରକାର ଘର ଯୋଗାଇଦେବାକୁ ସରକାର ବଦ୍ଧ ପରିକର । ଏଥିପାଇଁ ସାରା ଓଡିଶାରେ ସର୍ଭେ ଚାଲିଛି ବହୁ ଲୋକ ଘର ପାଇ ନାହାଁନ୍ତି । ରାଜ୍ୟରେ ଏବେ 30ଲକ୍ଷ ପରିବାର ଅଛନ୍ତି ଯେଉଁମାନେ ଘରପାଇନାହାଁନ୍ତି । ଚଳିତ ବର୍ଷ 8ଲକ୍ଷ 50ହଜାର ଲୋକଙ୍କୁ ସରକାର ଘର ଯୋଗାଇ ଦେବେ ବୋଲି ମନ୍ତ୍ରୀ କହିଛନ୍ତି ।

ହେଲେ ସମ୍ପଦଙ୍କ ପରି ଅନେକ ଲୋକ ଅଛନ୍ତି ଯେଉଁମାନଙ୍କୁ ତୁରନ୍ତ ଘର ଖଣ୍ଡିଏ ଆବଶ୍ୟକତା ଅଛି । କେବେ ସରକାର ଏମାନଙ୍କୁ ଘରଯୋଗାଇ ଦେଉଛନ୍ତି ଏବେ ତାକୁ ଅପେକ୍ଷା ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:ସମ୍ପଦ ସେନାପତି। ବୟସ 57 ବର୍ଷ। ଘର ପୁରୀ ଜିଲ୍ଲା କାକଟପୁର ବ୍ଲକର ଲତାହରଣ ପଂଚାୟତର ହରିନବାବି ଗାଁରେ । ସେ ଜଣେ ଦିନ ମଜୁରିଆ। ପରିବାର କହିଲେ ତାଙ୍କ ସ୍ତ୍ରୀ, 3 ପିଲା,ରାଗିଣୀ ମା। ନିଜେ ସମ୍ପଦ ମଧ୍ୟ ମାନସିକ ବିକାରଗସ୍ତ। ହେଲେ ଆଜି ଯାଏ ଇନ୍ଦାର ଆବାସ ଘର ଖଣ୍ଡେ ମିଳିପାରି ନାହିଁ । ଯୋଗ୍ୟ ହିତାଧିକାରୀ ହୋଇଥିଲେ ବି ତାଙ୍କ ନାଁ ତାଲିକା ରେ ଆସିନି । ଯେଉଁ ଚାଳ ଛପର ଘର ଖଣ୍ଡେ ଥିଲା ତାହା ଫନି ବାତ୍ୟାରେ ଭାଙ୍ଗିଲା । ତଥାପି ତାଙ୍କୁ ଫନି ଘରଭଙ୍ଗା ମିଳିଲାନି। ଭାତ ହାଣ୍ଡିରୁ ଗୋଟିଏ ଭାତ ଚିପିଲା ଭଳି ଅନେକ ଯୋଗ୍ୟ ହିତାଧିକାରୀ ରହିଛନ୍ତି ଯେଉଁମାନଙ୍କ ପାଇଁ ମୁଣ୍ଡ ଗୁଞ୍ଜିବାକୁ ଛାତ ଘରଟେ ନାହିଁ।
ବାଇଟ ସମ୍ପଦ ସେନାପତି, ଯୋଗ୍ୟ ହିତାଧିକାରୀ

Body:
ଯେଉଁମାନେ ଘର ପାଇ ନାହାନ୍ତି ସେମାନେ ପାଇବେ। ସେଥିପାଇଁ ସର ଓଡ଼ିଶାରେ ସର୍ଭେ ଚାଲିଛି। ସବୁ ଗାଁରେ ଏହି ସର୍ଭେ ଚାଲିଛି। ଅନର୍କ ଲୋକ ଘର ପାଇଁ ନାହାଁନ୍ତି। ସେହି ସର୍ଭେ ଆଧାରରେ ଲୋକଙ୍କୁ ଘର ଯୋଗାଇ ଦିଆଯିବ। ଚଳିତ ବର୍ଷ ପ୍ରାୟ 8 ଲକ୍ଷ 50 ହଜାର ଘର ଯୋଗାଇ ଦେବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଏବେ ଓଡ଼ିଶାରେ ପ୍ରାୟ 30 ଲକ୍ଷ ପରିବାର ଅଛି ଯେଉଁମାନେ କି ପକ୍କା ଘର ପାଇଁ ନାହାଁନ୍ତି। ସେମାନଙ୍କୁ ସବୁ ଘର ଯୋଗାଇ ଦେବାକୁ ଲକ୍ଷ ରଖାଯାଇଛି ବୋଲି ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି।
ବାଇଟ ପ୍ରତାପ ଜେନା, ପଞ୍ଚାୟତିରାଜ ମନ୍ତ୍ରୀ
Conclusion:ରାଜନୀତିର ଗୋଲାକଧନ୍ଦାରେ ଫସିଛି ସରକାରୀ ଯୋଜନା। ଏହାର ଜ୍ୱଳନ୍ତ ଉଦାହରଣ ସବୁ ଗାଁରେ ଦେଖିବାକୁ ମିଳିଛି। 5ଟିର କଥା କହୁଥିବା ସରକାର କେବେ ଏଥିରେ ସ୍ୱଚ୍ଛତା ଆଣିବେ ତାକୁ ଅପେକ୍ଷା କରିଛି ବିଚାର ଗରିବ ହିତାଧିକାରୀ।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.