ETV Bharat / city

କର୍ମୀଙ୍କ ଗହଣରେ ମନ କି ବାତ ଶୁଣିଲେ ରାଜ୍ୟ ବିଜେପି ସଭାପତି

author img

By

Published : Aug 28, 2022, 7:39 PM IST

ପ୍ରଧାନମନ୍ତ୍ରୀଙ୍କ ମନ କି ବାତ କାର୍ଯ୍ୟକ୍ରମ ଶୁଣିବାକୁ ରାଜ୍ୟ ବିଜେପିର ସ୍ବତନ୍ତ୍ର ଆୟୋଜନ । ଦଳୀୟ କର୍ମୀଙ୍କ ସହିତ ମନ କି ବାତ ଶୁଣିଲେ ରାଜ୍ୟ ବିଜେପି ସଭାପତି । ଆଜିର କାର୍ଯ୍ୟକ୍ରମ ସ୍ବତନ୍ତ୍ର ଥିଲା ଏବଂ ଓଡ଼ିଶାବାସୀଙ୍କୁ ଉତ୍ସାହିତ କରିଛି ବୋଲି କହିଛନ୍ତି ବିଜେପି ସଭାପତି ସମୀର ମହାନ୍ତି । ଅଧିକ ପଢ଼ନ୍ତୁ

କର୍ମୀଙ୍କ ଗହଣରେ ମନ କି ବାତ ଶୁଣିଲେ ରାଜ୍ୟ ବିଜେପି ସଭାପତି
କର୍ମୀଙ୍କ ଗହଣରେ ମନ କି ବାତ ଶୁଣିଲେ ରାଜ୍ୟ ବିଜେପି ସଭାପତି

ଭୁବନେଶ୍ବର: ପ୍ରଧାନମନ୍ତ୍ରୀଙ୍କ ମନ କି ବାତ କାର୍ଯ୍ୟକ୍ରମ ଶୁଣିବାକୁ ରାଜ୍ୟ ବିଜେପି ପକ୍ଷରୁ ସ୍ବତନ୍ତ୍ର ଆୟୋଜନ । କାର୍ଯ୍ୟକ୍ରମରେ ଦଳୀୟ କର୍ମୀଙ୍କ ସହିତ ମନ କି ବାତ ଶୁଣିଲେ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି । କାର୍ଯ୍ୟକ୍ରମରେ ଓଡ଼ିଶାବାସୀଙ୍କୁ ନୂଆଖାଇ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ । ସ୍ବାଧୀନତାର ଅମୃତ ମହୋତ୍ସବ ଓ ହର ଘର ତ୍ରିରଙ୍ଗା ଅଭିଯାନରେ ସମସ୍ତଙ୍କ ଭିତରେ ଦେଖାଯାଇଥିବା ଏକତା ଭାବକୁ କଲେ ପ୍ରଶଂସା ।

ପ୍ରଧାନମନ୍ତ୍ରୀଙ୍କ ନରେନ୍ଦ୍ର ମୋଦିଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ ମନ କି ବାତ କାର୍ଯ୍ୟକ୍ରମ ଶୁଣିବା ପାଇଁ ଭୁବନେଶ୍ବରସ୍ଥିତ ୨୩ ନମ୍ବର ୱାର୍ଡର ଘାଟିକିଆ ଦୁର୍ଗା ମଣ୍ଡପରେ ରାଜ୍ୟ ବିଜେପି ପକ୍ଷରୁ ଏକ ସ୍ବତନ୍ତ୍ର ଆୟୋଜନ କରାଯାଇଥିଲା । ଏଥିରେ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତିଙ୍କ ସମେତ ଅନ୍ୟ ସଦସ୍ୟ ମାନେ ସାମିଲ ହୋଇଥିଲେ । ତେବେ ଆଜିର ମନ କି ବାତ କାର୍ଯ୍ୟକ୍ରମରେ ନରେନ୍ଦ୍ର ମୋଦି ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇର ମହତ୍ତ୍ଵ ବିଷୟରେ ଆଲୋଚନା କରି ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ଏହାବି ପଢ଼ନ୍ତୁ...ବଢୁଛି Mann ki Baatର ଲୋକପ୍ରିୟତା, ରବିବାର କାର୍ଯ୍ୟକ୍ରମ ଶୁଣିବାକୁ ବିଜେପିର ଅନୁରୋଧ

ସ୍ବାଧୀନତାର ଅମୃତ ମହୋତ୍ସବ ଅବସରରେ ସମସ୍ତେ ଦେଶର ସାମୁହିକ ଶକ୍ତି ଦେଖିବାକୁ ପାଇଥିବା ପ୍ରଧାନମନ୍ତ୍ରୀ କହିଛନ୍ତି । ହର ଘର ତ୍ରିରଙ୍ଗା ଅଭିଯାନର ସଫଳତା ଆଲୋଚନା କରିବାକୁ ଯାଇ ଏହି ସମୟରେ ସମସ୍ତଙ୍କ ଭିତରେ ଗୋଟିଏ ଭାବନା ଦେଖିବାକୁ ମିଳିଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଦେଇଛନ୍ତି । ଏହା ସହିତ ଅଗଷ୍ଟ ମାସରେ ଲୋକଙ୍କ ସନ୍ଦେଶ ଓ ଶୁଭେଚ୍ଛା ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ତ୍ରିରଙ୍ଗାମୟ କରିଦେଇଥିବା ସେ ପ୍ରକାଶ କରିଛନ୍ତି । ତେବେ ବର୍ତ୍ତମାନ ସମୟରେ ଦେଶରେ ଜଳ ସଂରକ୍ଷଣର ଆବଶ୍ୟକତା ସହିତ ମିଲେଟ ମିଶନ ସମ୍ପର୍କରେ ମଧ୍ୟ ସୂଚନା ଦେଇଥିଲେ ।

ଏନେଇ ପ୍ରତିକ୍ରିୟାରେ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି କହିଛନ୍ତି, "ସ୍ବାଧୀନତାର ଅମୃତ ମହୋତ୍ସବ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଏହି ମାସର ମନ କି ବାତ କାର୍ଯ୍ୟକ୍ରମ ସ୍ବତନ୍ତ୍ର ଥିଲା । ପାର୍ବଣର ମାସରେ ନୂଆଖାଇ ବିଷୟରେ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା ବିଶେଷ ଭାବରେ ଓଡ଼ିଶାବାସୀଙ୍କୁ ଉତ୍ସାହିତ କରିଛି । ସେହିଭଳି ମିଲେଟ ମିଶନ ବିଷୟରେ ଆଲୋଚନା କରି ମାଣ୍ଡିଆ ଖାଦ୍ୟକୁ ନେଇ ଯେଉଁ ତଥ୍ୟ ସେ ମନ କି ବାତ କାର୍ଯ୍ୟକ୍ରମରେ ଆଲୋଚନା କରିଲେ ତାହା ଆମ ସମସ୍ତଙ୍କୁ ଉତ୍ସାହିତ କରିଛି ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.