ଭୁବନେଶ୍ବର: ସମୟ ବଦଳୁଛି, ସେ ନେଇ ରାଜ୍ୟରେ ମଧ୍ୟ ଧୀରେ ଧୀରେ ବଦଳୁଛି ଲୋକଙ୍କ ପସନ୍ଦ। ଲୋକେ ହାତ ବୁଣା ସମ୍ବଲପୁରୀ ଲୁଗାଆଡକୁ ବେଶ ଆକୃଷ୍ଟ ହେଉଛନ୍ତି। ଯେଉଁଥିପାଇଁ ବୁଣାକାର ଚଳିତବର୍ଷ ରାଜ୍ୟରେ ଚାଲିଥିବା ତୋଷାଳୀ ମେଳାରେ 5 ରୁ 6 ଲକ୍ଷ ଟଙ୍କାର ବେପାର କରିବେ ବୋଲି ଆଶା ବାନ୍ଧିଛନ୍ତି ।
ଅନ୍ୟପଟେ ପଶ୍ଚିମ ଓଡିଶାର ବିଭିନ୍ନ ଜିଲ୍ଲା ଯଥା, ବଲାଙ୍ଗୀର, ବରଗଡ଼, ସୋନପୁର, ବୌଦ୍ଧ ଆଦି ଅଞ୍ଚଳରୁ ଅନେକ ବୁଣାକାର ବେପାରୀ ଭଲ ଦୁଇ ପଇସା ରୋଜଗାର ଆଶା ନେଇ ଆସିଛନ୍ତି । 2 ହଜାର ଟଙ୍କା ଠାରୁ ଆରମ୍ଭ କରି 30 ହଜାର ମୂଲ୍ୟ ପର୍ଯ୍ୟନ୍ତ ରହିଛି ସମ୍ବଲପୁରୀ ଶାଢ଼ୀ ।
ତେବେ ଗତବର୍ଷ ଅପେକ୍ଷା ଚଳିତବର୍ଷ ବେପାରୀର ବୁଣା ଜିନିଷକୁ ଲୋକେ ଆଦର ସହକାରେ କିଣୁଥିବା ଦେଖିବାକୁ ମିଳିଛି ।
ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ