ଭୁବନେଶ୍ବର: ତୈଳ ଦର ବୃଦ୍ଧି ପ୍ରତିବାଦରେ ରାଜ ଭବନ ସମ୍ମୁଖରେ ବିକ୍ଷୋଭ କରିଛି ସମାଜବାଦୀ ପାର୍ଟି । ପେଟ୍ରୋଲ,ଡିଜେଲ,ରନ୍ଧନ ଗ୍ୟାସ, ପିଆଜ,ଖାଇବା ତେଲର ଅହେତୁକ ଦର ବୃଦ୍ଧି ପ୍ରତିବାଦରେ ସମାଜବାଦୀ ପାର୍ଟି ପକ୍ଷରୁ ପ୍ରତିବାଦ କରାଯାଇଛି ।
ପେଟ୍ରୋଲ ଲିଟର ପିଛା ୯୧.୬୬ ଟଙ୍କା, ଡିଜେଲ ୮୮ ଟଙ୍କା ୩୯ ପଇସା, ଖାଇବା ତେଲ ଲିଟର ପିଛା ୧୪୫ ଟଙ୍କା ,ରନ୍ଧନ ଗ୍ୟାସ୧୪.୦୨ କିଲୋଗ୍ରାମ ସିଲିଣ୍ଡର ପିଛା ୭୯୫ ଟଙ୍କା ଓ ପିଆଜ କିଲୋ ପିଛା ୬୦ ଟଙ୍କାରେ ପହଁଚିଲାଣି । ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ପେଟ୍ରୋଲ,ଡିଜେଲ ଉପରେ ଅତିରିକ୍ତ ଉତ୍ପାଦନ ଶୁଳ୍କ ବୃଦ୍ଧି ,ବିଭିନ୍ନ ଆଳରେ ସେସ ଲଗାଇବା ଯୋଗୁ ପେଟ୍ରୋଲ ଡିଜେଲ ଦର ଅହେତୁକ ବୃଦ୍ଧି ହେଉଥିବା ଅଭିଯୋଗ କରିଛି ଦଳ ।
ମଧ୍ୟବିତ୍ତ ପରିବାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି,ସରକାର ତିଳେ ମାତ୍ର ଭ୍ରୁକ୍ଷେପ କରୁନାହାଁନ୍ତି । ମୋଦି ୨୦୧୪ ସାଧାରଣ ନିର୍ବାଚନ ପୂର୍ବରୁ ଆଛେ ଦିନ ଆସିବ ବୋଲି କହିଥିଲେ ତେବେ ଆଛେଦିନ କେବେ ଆସିବ ବୋଲି ପ୍ରଶ୍ନ କରିଛନ୍ତି ସମାଜବାଦୀ ପାର୍ଟିର ସଭାପତି ରବି ବେହେରା ।
ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ