ଭୁବନେଶ୍ବର: ରାଜ୍ୟରେ ସ୍ୱାବଲମ୍ବୀ ହେବେ କିନ୍ନର । ମୁଖ୍ୟସ୍ରୋତରେ ସାମିଲ ହେବ ସହ ସେମାନଙ୍କର ଅଧିକାରର ଲଢେଇ ଲଢ଼ିବେ । ଏହାକୁ ନେଇ ରାଜ୍ୟ ସରକାର ଓ ସଖା ପକ୍ଷରୁ ବିଭିନ୍ନ ପ୍ରକାର ସଚେତନତା କାର୍ଯ୍ୟକ୍ରମ ଓ ଦକ୍ଷତା ପ୍ରଶିକ୍ଷଣ କରାଯାଇଥାଏ। ଯାହାଦ୍ୱାରା କିନ୍ନରମାନେ ବିଭିନ୍ନ ପ୍ରକାର କାର୍ଯ୍ୟ କରି ରୋଜଗାର କ୍ଷମା ହୋଇପାରିବ । ଏହାସହ ସ୍ୱାବଲମ୍ବୀ ହୋଇପାରିବେ। ତେଣୁ ସେମାନଙ୍କୁ ଦିଆଯାଇଥିବା ପ୍ରଶିକ୍ଷଣ କେତେ କାମରେ ଲାଗୁଛି । ସେମାନଙ୍କ ପାଇଁ ଥିବା ଅଧିକାର ବିଷୟରେ ଅବଗତ ଅଛନ୍ତି କି ନାହିଁ ।
ଏନେଇ ଭୁବନେଶ୍ବର ଠାରେ ଏକ ରେମେମ୍ବର ଡେ ବା (ମନେପକାଇବ ଦିଵସ) ପାଳନ କରିଛି ସଖା । ଯେଉଁଠି ରାଜ୍ୟର କୋଣ ଅନୁକୋଣରୁ କିନ୍ନରମାନେ ଯୋଗଦେଇଥିଲେ । ଆଉ ସେମାନଙ୍କର ମତ ରଖିବା ସହ ତାଙ୍କ ଅଧିକାର ବିଷୟରେ ଅବଗତ ହୋଇଥିଲେ । ଯାହା ତାଙ୍କୁ ସରକାରୀ ଯୋଜନ ବିଷୟରେ ଅବଗତ କରାଇବା ସହ ସ୍ୱାବଲମ୍ବୀ ହେବାର ଖୋରାକ ଯୋଗାଇବା ବୋଲି କହିଛନ୍ତି ବିଧାୟକ ଅନନ୍ତ ନାରାୟଣ ଜେନା ।
ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ