ଭୁବନେଶ୍ବର: ରଜ ଅବସରରେ ରିଲିଜ ହେଲା ସଂଗୀତ ସଜରେ ସଜରେ ରଜ ମଉଜ । ଗୀତଟିକୁ କଣ୍ଠଶିଳ୍ପୀ ଜୟଶ୍ରୀ ଧଳ ଓ ଇପ୍ସିତା ପଣ୍ଡା ଗାଇଛନ୍ତି । ଗୀତଟି କିଛି ଦିନରୁ ତିଆରି ହୋଇଥିବା ବେଳେ କୋରୋନା ପାଇଁ ରିଲିଜ ହୋଇପାରିନଥିଲା । ତେଣୁ ଆଜି ଅର୍ଥାତ ପହିଲି ରଜରେ ସୁର ଭାଇବ୍ରେସନ ୟୁଟ୍ଯୁବ ଚ୍ଯାନେଲେରେ ରିଲିଜ ହୋଇଛି । ଗୀତକୁ ଶବ୍ଦରେ ସଜେଇଛନ୍ତି ଗୀତିକାର ପଞ୍ଚାନନ ନାୟକ ।
ତେବେ ଗୀତଟି ଓଡିଶାର ସଂସ୍କୃତି ପରମ୍ପରାରର ଗାଥା ବହନ କରୁଥିବା ରଜ ପର୍ବର ଅନେକ କିଛି ଝଲକ ଦେଖିବାକୁ ମିଳିଛି । ଯାହା ସମସ୍ତଙ୍କୁ ବେଶ ଭଲ ଲାଗିବ ବୋଲି କହିଛନ୍ତି ଜୟଶ୍ରୀ । ଏହାସହ ଓଡିଶାର ଆଉ ଏକ ଗଣପର୍ବ ନୂଆଁଖାଇକୁ ନେଇ ନୂଆ ତଡକା ଲଗାଇ ଡାଲଖାଇ ଗୀତ ମଧ୍ୟ ଗାଇଛନ୍ତି ।
ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ