ଭୁବନେଶ୍ବର: ସାହାରା କମ୍ପାନୀ ଓଡ଼ିଶାର ପ୍ରତି ଗ୍ରାମରେ ପ୍ରବେଶ କରି ସାଧାରଣ ଲୋକଙ୍କୁ ବର୍ଦ୍ଧିତ ପରିପକ୍ଵ ରାଶିର ପ୍ରତିଶୃତି ଦେଇ ଜମାଟଙ୍କା ନେଇ ଚାଲିଛି । ୨୦୧୨ ମସିହାରୁ ଜମା ଟଙ୍କାର ପରିପକ୍ଵତା ସମୟ ଅତିକ୍ରାନ୍ତ ସତ୍ତ୍ୱେ ଟଙ୍କା ଫେରସ୍ତ ନଦେବାରୁ ସମସ୍ତେ ଜିଲ୍ଲାର ଏସପି ଓ ଜିଲ୍ଲାପାଳଙ୍କୁ ଜଣାଇଥିଲେ ମଧ୍ୟ ଏହି ଠକାମି ବିରୋଧରେ ଏପର୍ଯ୍ୟନ୍ତ କୋୖଣସି କାର୍ଯ୍ୟାନୁଷ୍ଠାନ ହୋଇନାହିଁ।
ଯାହା ଫଳରେ ଆଜି ରାଜରାସ୍ତାରେ ଗର୍ଜିଛନ୍ତି ସାହାରା ଜମାକାରୀ ମଞ୍ଚ। ଆନ୍ଦୋଳନକରୀ ଧମକ ଦେଇଛନ୍ତି ଯେ, ପରିପକ୍ଵତା ତାରିଖଠାରୁ ସୁଧ ହାର ମିଶାଇ ଫେରସ୍ତ ବ୍ୟବସ୍ଥା ନକଲେ ସାହାରା ସଂସ୍ଥାର ଏହି ୨୦ ଲକ୍ଷ ଜମାକାରୀ ଆନ୍ଦୋଳନ କରିବା ସହ ରାଜରାସ୍ତାକୁ ବନ୍ଦ କରିବେ ବୋଲି ଧମକ ଦେଇଛନ୍ତି ।
ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ