ଭୁବନେଶ୍ବର: ଲଗାଣ ବର୍ଷା ଯୋଗୁଁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ହେଲା ନନ୍ଦନକାନନ । ନନ୍ଦନକାନନର 4ଟି ସଫାରୀ ସମେତ ବୋଟିଂକୁ ବନ୍ଦ କରାଯାଇଛି । ତେବେ ରାଜଧାନୀରେ ଗତ ୨ଦିନ ପ୍ରବଳ ବର୍ଷା ହେବା କାରଣରୁ ନନ୍ଦନକାନନରେ ଥିବା ଜୀବଜନ୍ତୁଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ନନ୍ଦନକାନନକୁ ଆଜି ବନ୍ଦ କରାଯାଇଛି । ଏନେଇ ନନ୍ଦନକାନନ କର୍ତ୍ତୃପକ୍ଷ ଘୋଷଣା କରିଛନ୍ତି।
ଏଥି ସହ କୁଇକ୍ ରେସପନ୍ସ ଦଳ ଯେକୌଣସି ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ପାଇଁ ସକ୍ରିୟ ଅଛନ୍ତି ଏବଂ ସମସ୍ତ ଜୀବଜନ୍ତୁ ସୁରକ୍ଷିତ ଥିବା ସୂଚନା ଦେଇଛନ୍ତି ନନ୍ଦନକାନନ କର୍ତ୍ତୃପକ୍ଷ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ