ETV Bharat / city

ବାହୁବଳୀ ଶାସକ ଦଳ ଶୁଣୁନାହାନ୍ତି ବିରୋଧୀଙ୍କ କଥା: ବିଜେପି - ବିଷ୍ଣୁ ସେଠୀ ପ୍ରତିକ୍ରିୟା

ସରିଲା ବିଧାନସଭାର ବଜେଟ ଅଧିବେଶନ ଲାଗି ସର୍ବଦଳୀୟ ବୈଠକ । ୨୨ଟି ପ୍ରସଙ୍ଗରେ ହେଲା ଆଲୋଚନା । ଅପରାହ୍ନ ୪ଟାରୁ ୬ଟା ପରିବର୍ତ୍ତେ ୭ଟା ଯାଏଁ ଚାଲିବ ବୈଠକ । ଶାସକ ଦଳ ସଂଖ୍ୟା ଦୃଷ୍ଟିରୁ ବାହୁବଳୀ ସାଜି ବିରୋଧୀଙ୍କ କଥା ଶୁଣୁନାହାନ୍ତି ବୋଲି ଅଭିଯୋଗ କଲେ ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ । ଅଧିକ ପଢ଼ନ୍ତୁ

ଶାସକ ଦଳ ବାହୁବଳୀ ସାଜି ବିରୋଧୀଙ୍କ କଥା ଶୁଣୁନାହାନ୍ତି: ବିଜେପି

author img

By

Published : Jun 30, 2022, 7:07 AM IST

ଭୁବନେଶ୍ବର: ବିଧାନସଭାର ବଜେଟ ଅଧିବେଶନ ଲାଗି ସରିଲା ସର୍ବଦଳୀୟ ବୈଠକ । ଗଣମାଧ୍ୟମ ପ୍ରତିନିଧିଙ୍କୁ ସାମିଲ କରିବା ପାଇଁ ଦାବି ରଖିଛି ବିଜେପି । ଗୃହରେ ଶାସକ ଦଳ ସଂଖ୍ୟା ଦୃଷ୍ଟିରୁ ବାହୁବଳୀ ସାଜି ବିରୋଧୀଙ୍କ କଥା ଶୁଣୁନାହାନ୍ତି ବୋଲି ଦଳ ଅଭିଯୋଗ କରିଛି । ବୈଠକରେ ପାରମ୍ପରିକ ରୀତିନୀତି ଅବଲମ୍ବନ କରିବା ବ୍ୟତୀତ କୌଣସି ଖାସ କଥା ଆଲୋଚନା ହୋଇନଥିବା ପ୍ରକାଶ କରିଛନ୍ତି ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ । ଏଥିରେ ୨୨ଟି ବିନ୍ଦୁ ବିଷୟରେ ଆଲୋଚନା ହୋଇଛି । ବିଧାନସଭା ଦୈନିକ ବୈଠକର ଦ୍ଵିତୀୟ ଅଧାର ସମୟ ବଢିବା ନେଇ ନିଷ୍ପତ୍ତି ହୋଇଛି । ଏହା ଏକମାତ୍ର ଗୁରୁତ୍ବପୂର୍ଣ୍ଣ ବିନ୍ଦୁ ବୋଲି ସେ ପ୍ରକାଶ କରିଛନ୍ତି । ଅପରାହ୍ନ ୪ଟାରୁ ୬ଟା ପରିବର୍ତ୍ତେ ୭ଟା ଯାଏଁ ବିଧାନସଭା ଚାଲିବାକୁ ବିଜେପି ସମର୍ଥନ କରିଛି । ଗଣମାଧ୍ୟମ ପ୍ରତିନିଧିଙ୍କୁ ପ୍ରେସ ଗ୍ୟାଲେରୀରେ ପ୍ରବେଶ ଲାଗି ବିଜେପି ପକ୍ଷରୁ ମଧ୍ୟ ଅନୁରୋଧ କରାଯାଇଥିବା କହିଛନ୍ତି ବିଷ୍ଣୁ ସେଠୀ ।

ଶାସକ ଦଳ ବାହୁବଳୀ ସାଜି ବିରୋଧୀଙ୍କ କଥା ଶୁଣୁନାହାନ୍ତି: ବିଜେପି

ସରକାରୀ ଦଳକୁ କଡ଼ା ସମାଲୋଚନା କରିଛନ୍ତି ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ । ଗୃହରେ ସରକାରୀ ଦଳର ସଂଖ୍ୟା ଅଧିକ ହୋଇଥିବାରୁ ନିଷ୍ପତ୍ତି ନେବାର ଅଧିକାର କେବଳ ତାଙ୍କର ଅଛି । ତେବେ ବିଜେପି ସର୍ବଦଳୀୟ ବୈଠକରେ ସମସ୍ତ ଅଭିଯୋଗ ରଖୁଥିଲେ ମଧ୍ୟ ସରକାର କାହା କଥା ଶୁଣିବା ଅବସ୍ଥାରେ ନାହାନ୍ତି ବୋଲି ସେ ଅଭିଯୋଗ କରିଛନ୍ତି । ଏହି ପ୍ରସଙ୍ଗରେ ସରକାରୀ ଦଳ ସିଧାସଳଖ ଉତ୍ତର ନରଖି ବିଚାର କରିବା, ଅନୁସନ୍ଧାନ ଚାଲିଛି ବୋଲି କହୁଛନ୍ତି । ବୈଠକରେ ସରକାରୀ ଦଳର ଯିଏ ବସୁଛନ୍ତି, ସେମାନେ ହେଲ୍ପ ଲେସ । ଅସଲ କଥା ଅନ୍ୟ କେଉଁଠି ଅଛି ବୋଲି କହି ତେର୍ଚ୍ଛା ବାଣ ମାରିଛନ୍ତି ବିଷ୍ଣୁ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.